Gen Z Voters: ‘ଜେନ ଜେଡ୍’କୁ ଆକୃଷ୍ଟ କରିବା ପାଇଁ ବିଜେପିର ସ୍ୱତନ୍ତ୍ର ଟିମ୍ ଗଠନ
"ନୂଆଦିଲ୍ଲୀ : ଆଗାମୀ ସାଧାରଣ ନିର୍ବାଚନ ଏବଂ ସାଂଗଠନିକ ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଦେଶର ନୂତନ ପିଢ଼ି ଅର୍ଥାତ୍ "ଜେନ ଜେଡ୍" ବର୍ଗର ଯୁବକଯୁବତୀମାନଙ୍କ ପାଖରେ ପହଞ୍ଚିବା ପାଇଁ ଦଳ ଏକ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର କମିଟି ଗଠନ କରିଛି ।
ଏହି କେନ୍ଦ୍ରୀୟ ଟିମ୍ରେ ବିଜେପି ସଭାପତି ନିତିନ ନବୀନ, ଜାତୀୟ ସାଧାରଣ ସଂପାଦକ ସ୍ମୁତି ଇରାନୀ, ବିନୋଦ ତାୱଡ଼େ, ଗୁଜୁରାଟ ମନ୍ତ୍ରୀ ହର୍ଷ ସାଙ୍ଗଭି, ଛତିଶଗଡ଼ ମନ୍ତ୍ରୀ ଓପି ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ସାମିଲ ଅଛନ୍ତି ।
ପ୍ରଥମ ଥର ପାଇଁ ମତଦାନ କରୁଥିବା ନୂତନ ଭୋଟରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହି ବର୍ଗକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।Advertisment Marisas: ମରିସସ୍କୁ ୫ ବର୍ଷ ତେଲ ଯୋଗାଇବ ଆଇଓସିଏଲ୍ ବିଜେପି ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି ବ୍ୟାପକ ଜନସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ୧୮ରୁ ୨୫ ବର୍ଷ ବୟସ୍କ ଯୁବପିଢ଼ିଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ।
କମିଟି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସେମିନାର, କର୍ମଶାଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଛାତ୍ରମାନଙ୍କ ମତାମତ ସଂଗ୍ରହ କରିବ ବୋଲି ଜଣାପଡ଼ିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

