Gas Cylinder Explodes: ଦୀପରୁ ସିଲିଣ୍ଡରରେ ଲାଗିଲା ନିଆଁ; ଗ୍ୟାସ୍ ଲିକ୍ ଯାଞ୍ଚ କରୁଥିବା ବେଳେ ଘଟିଲା ଅଘଟଣ
ନୂଆଦିଲ୍ଦୀଲୀ: ପାବଳି ଅବସରରେ ଲୋକମାନେ ଘର ବାହାରେ ଦୀପ ଓ ରଙ୍ଗବେରଙ୍ଗ ଆଲୋକ ଜଳାଇ ଘରକୁ ସଜାଉଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହି ଦୀପ ଗୋଟିଏ ପରିବାର ପାଇଁ ବିପଦର କାରଣ ପାଲଟି ଯାଇଥାଆନ୍ତା। ଘର ବାହାରେ ଜଳୁଥିବା ଦୀପର ନିଆଁ ଗ୍ୟାସ୍ ସିଲିଣ୍ଡରରୁ ଲିକ୍ ହେଉଥିବା ଗ୍ୟାସ୍ରେ ଲାଗିଯାଇଥିଲା। ଏହି ଘଟଣାରେ ସୌଭାଗ୍ୟବଶତଃ ଡେଲିଭେରି ବଏ ଜଣକ ବଞ୍ଚିଯାଇଥିବା ଜଣାପଡ଼ିଛି।
ଭିଡିଓରେ ଦେଖିବାକୁ ମିଳିଛି, ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବାକୁ ଆସିଥିବା କର୍ମଚାରୀ ସିଲିଣ୍ଡରର ସିଲ୍ ଖୋଲି ଗ୍ୟାସ୍ ଲିକ୍ ଯାଞ୍ଚ କରୁଥିଲେ। ଏହି ସମୟରେ ଏଭଳି ଏକ ଘଟଣା ଘଟିଥିଲା, ଯାହା କେହି କଳ୍ପନା ମଧ୍ୟ କରି ନଥିଲେ। ଭିଡିଓରେ ଜଣେ ଗ୍ୟାସ୍ ଡେଲିଭରି କର୍ମଚାରୀ ଘର ବାହାରେ ଠିଆ ହୋଇଥିବା ଦେଖାଯାଉଛି। ଘରର କବାଟ ଖୋଲିବା ପରେ ସେ ସିଲିଣ୍ଡରର ସିଲ୍ ଖୋଲି ଗ୍ୟାସ୍ ଲିକ୍ ଯାଞ୍ଚ କରିବାକୁ ଲାଗିଥିଲେ। ଠିକ୍ ସେତିକିବେଳେ କବାଟ ବାହାରେ ଜଳୁଥିବା ଦୀପର ନିଆଁ ଲିକ୍ ହେଉଥିବା ଗ୍ୟାସ୍ରେ ଲାଗିଯାଇଥିଲା। ଫଳରେ ଏକ ଜୋରଦାର ଶବ୍ଦ ସହ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା।
किस्मत अच्छा था बच गया भाई नहीं तो 😱🫨
— KESAREE BISHNOI (@KESAREEBISHNOI) November 4, 2026
बेंगलुरु के मल्लेश्वरम में गैस सिलेंडर में लीकेज से जोरदार धमाका
दरवाजे पर जल रहे दीये की लौ से लीक हो रही गैस में आग लग गई।
सिलेंडर डिलीवर करने वाला कर्मचारी बाल-बाल बचा। pic.twitter.com/RT6TgjRVSQ
ନିଆଁ ଦେଖି ଗ୍ୟାସ୍ ଡେଲିଭରି କର୍ମଚାରୀ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। ସେ ତୁରନ୍ତ ସିଲିଣ୍ଡରକୁ ନିଜଠାରୁ ଦୂରକୁ ଠେଲି ଦେଇ ସେଠାରୁ ହଟିଯାଇଥିଲେ। ଏହି ସମୟରେ ଘର ମାଲିକ ଘର ଭିତରୁ ପାଣି ଆଣି ଗ୍ୟାସ୍ କର୍ମଚାରୀଙ୍କୁ ଦେଇଥିଲେ। କିନ୍ତୁ ସିଲିଣ୍ଡର ଉପରେ ପାଣିର କୌଣସି ପ୍ରଭାବ ପଡ଼ିନଥିଲା। ନିଆଁ ପୂର୍ବଭଳି ଜଳୁଥିଲା। ସିଲିଣ୍ଡରରେ ବିସ୍ଫୋରଣ ହେଲେ ଯେପରି ଧନଜୀବନ ନଷ୍ଟ ନହୁଏ, ସେଥିପାଇଁ ଘର ମାଲିକ ଓ ଗ୍ୟାସ୍ କର୍ମଚାରୀ ମିଶି ସିଲିଣ୍ଡରକୁ କବାଟଠାରୁ ଦୂରକୁ ନେଇଯାଇଥିଲେ। ତେବେ ଏହି ଘଟଣାରେ କାହାରି ଜୀବନହାନି ହୋଇ ନଥିବା କୁହାଯାଉଛି। କିନ୍ତୁ ଭିଡିଓଟି ଦେଖିବା ପରେ ଅନେକ ଲୋକ ଭୟଭୀତ ହୋଇପଡ଼ିଛନ୍ତି।
ଆମେରିକାର ପ୍ରତିନିଧି ସଭାକୁ ନିର୍ବାଚିତ ହୋଇ ଇତିହାସ ରଚିଲେ ପ୍ରଥମ ଭାରତୀୟ-ଆମେରିକୀୟ ମହିଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
