Ganjam: ଗଭୀର ଅବପାତକୁ ନେଇ ଗଞ୍ଜାମରେ ଆଗୁଆ ପ୍ରସ୍ତୁତି, ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
"ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି।
ଜିଲ୍ଲାକୁ ବର୍ତ୍ତମାନ ଅରେଞ୍ଜ୍ ୱାର୍ଣ୍ଣିଂ ଥିବାବେଳେ ୨୩ ଓ ୨୪ ତାରିଖରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।ଗଭୀର ଅବପାତ ଗଞ୍ଜାମ ଜିଲ୍ଲା ନିକଟ ଦେଇ ଗତି କରିବାର ସମ୍ଭାବନା ଥିବାରୁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ କହିଛନ୍ତି।
ଜିଲ୍ଲା ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଥିବାବେଳେ ଆବଶ୍ୟକ ସହାୟତା ପାଇଁ ନିର୍ଦ୍ଧାରିତ ଫୋନ୍ ନମ୍ବର ଜାରି କରାଯାଇଛି।Advertisment ଘରୁ ନବାହାରିବାକୁ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ବିନା ଆବଶ୍ୟକତାରେ ଘରୁ ନବାହାରିବାକୁ ଜିଲ୍ଲାପାଳ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ବିଶେଷକରି ଆଗାମୀ ୩ରୁ ୪ ଦିନ ଚାଷୀମାନେ ଚାଷଜମିକୁ ନଯିବାକୁ କୁହାଯାଇଛି।ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ପାଇଁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି।
ସମସ୍ତ ବ୍ଲକରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।
ଆବଶ୍ୟକ ହେଲେ ନଦୀ ଓ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।ଗତବର୍ଷ ଅତ୍ୟଧିକ ବର୍ଷାରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ହୋଇଥିବାରୁ ଏହି ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରହିଛି।
ସେହିପରି କଳିଙ୍ଗା ଘାଟିରେ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ନିୟୋଜିତ କରାଯାଇଛି।
ଆବଶ୍ୟକ ହେଲେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କଳିଙ୍ଗା ଘାଟିରେ ଯାତାୟାତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।ପାତ୍ରପୁର ବ୍ଲକର ତୁମ୍ବା ଭଳି ଭୂସ୍ଖଳନପ୍ରବଣ ଅଞ୍ଚଳ ଏବଂ ଚିକିଟିର ନଦୀକୂଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି।
ଅଧିକାରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସ୍ୱାସ୍ଥ୍ୟ, ବିଦ୍ୟୁତ, ପୁଲିସ, ଓଡ୍ରାଫ, ଅଗ୍ନିଶମ, ଜାତୀୟ ରାଜପଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସଜାଗ ରଖାଯାଇଛି।
ବିଦ୍ୟୁତ ଖୁଣ୍ଟ କିମ୍ବା ତାର ନଷ୍ଟ ହେଲେ ତୁରନ୍ତ ମରାମତି କରିବାକୁ ବିଦ୍ୟୁତ ବିଭାଗକୁ କୁହାଯାଇଛି।ବର୍ଷାର ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ସ୍କୁଲ ଓ କଲେଜ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ।
ସମସ୍ତ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଛୁଟିରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳକୁ ଫେରିବାକୁ କୁହାଯାଇଛି।
ଆରଆଇ ଓ ପିଇଓମାନଙ୍କୁ ମଧ୍ୟ ନିଜ ମୁଖ୍ୟାଳୟ ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ରହିଛି।ଅନ୍ୟପକ୍ଷରେ ବାଘଲଟି ଓ ଘୋଡ଼ାହାଡ଼ ଡ୍ୟାମ୍ରେ ପ୍ରାୟ ୫୦ରୁ ୬୦ ପ୍ରତିଶତ ଜଳଧାରଣ କ୍ଷମତା ଖାଲି ରହିଛି।
ଆବଶ୍ୟକ ପଡ଼ିଲେ ମାଇକ୍ ଯୋଗେ ଲୋକଙ୍କୁ ସୂଚନା ଦେଇ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
Massive Fire: ଡିଆଇସି ଛକ ନିକଟ ରେସ୍ତୋରାଁରେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
