Ganja Seized: ରାଜଧାନୀରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

Jul 10, 2026 - 14:49
Ganja Seized: ରାଜଧାନୀରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

"ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଅବକାରୀ ବିଭାଗର ଚଢ଼ାଉ ।ଅବକାରୀକମିସନରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରେ ସ୍ୱତନ୍ତ୍ର ଚଢ଼ାଉ ଜାରି ରହିଛି ।

ରାଜଧାନୀ ଦେଇ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ା ନଜର ରଖାଯାଉଛି ।

ଗତକାଲି ସନ୍ଧ୍ୟାରେ ତମାଣ୍ଡୋ ଅଞ୍ଚଳରେ ଟିମ୍ ଡେରା ପକାଇ ଥିବାବେଳେ ସନ୍ଦେହଜନକ ଏକ ଟ୍ରକ୍‌କୁ ପିଛା କରି ଆଚାର୍ଯ୍ୟବିହାର ଛକରେ ଅଟକାଇଥିଲା।

ଯାଞ୍ଚ ବେଳେ ଟ୍ରକ୍‌ରୁ ୬୦ ଲକ୍ଷ ଟଙ୍କା ମୂଲ୍ୟର ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି ।

ଏହି ଘଟଣାରେ ଡ୍ରାଇଭର ଶ୍ରୀକାନ୍ତ ପ୍ରଧାନ, ମିଥୁନ ବେହେରା ଓ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଛି ।ସେମାନଙ୍କ ମଧ୍ୟରୁ ଦୁଇଜଣ ନୟାଗଡ଼ ଦଶପଲ୍ଲା ଅଞ୍ଚଳର ଓ ଜଣେ ଖୋର୍ଦ୍ଧା ଦିଗିରିଆର ବୋଲି ଜଣାପଡ଼ିଛି ।Advertisment ଗାଡ଼ି ମାଲିକଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି ଗାଡ଼ି ମାଲିକଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଥିବାବେଳେ, ଏହି ଚାଲାଣରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ ବିଭାଗ କହିଛି ।

କନ୍ଧମାଳରୁ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିଲା ।

ପରେ ଏହାକୁ ଛୋଟ ଛୋଟ ଗାଡ଼ିରେ ବିଭିନ୍ନ ସ୍ଥାନକୁ ପଠାଇବାର ଯୋଜନା ଥିଲା ।

ଗଞ୍ଜେଇ ଚୋରାଚାଲାଣର ନୂଆ ନୂଆ କୌଶଳକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଯାନବାହନ ଉପରେ ସ୍ୱତନ୍ତ୍ର ନଜର ରହିଛି ।

Body Recovered: ରତିପାଲି ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।