Ganja-Laden Vehicle Torched to Escape Police Check: ଚେକିଂ ଭୟରେ ଗଞ୍ଜେଇ ଗାଡି ଜାଳି ଦେଲେ ଦୁର୍ବୃତ୍ତ, ଫେରାର୍ ମାରିଲେ

Jul 13, 2026 - 17:25
Ganja-Laden Vehicle Torched to Escape Police Check: ଚେକିଂ ଭୟରେ ଗଞ୍ଜେଇ ଗାଡି ଜାଳି ଦେଲେ ଦୁର୍ବୃତ୍ତ, ଫେରାର୍ ମାରିଲେ

ଚେକିଂ ଭୟରେ ଗଞ୍ଜେଇ ଗାଡି ଜାଳି ଦେଲେ।  ବୌଦ୍ଧ ଜିଲା ମର୍ଯ୍ୟାଦପୁର ଗାଁ ନିକଟସ୍ଥ RTO ଟ୍ରେନିଂ ସେଣ୍ଟର ନିକଟରେ ସକାଳୁ ଏକ କାର ଜଳୁଥିବାର ଦେଖିବାକୁ ମିଳିଥିଲା। କାର୍ ଟି ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବାବେଳେ ରାସ୍ତାରେ ପୋଲିସ ଚେକିଂ କରୁଥିବାରୁ ଅନ୍ୟ ଏକ ଗାଡିରେ ଗଞ୍ଜେଇକୁ ସ୍ଥାନାନ୍ତର କରିଥିଲେ ଦୁର୍ବୃତ୍ତ।

ପରେ କାରରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କାରଟି ସମ୍ପୂର୍ଣ୍ଣ ଜଳି ଜାଇଥିବା ବେଳେ ପୋଲିସ ପହଞ୍ଚି କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି। 

ଚେକିଂ ଭୟରେ ଗଞ୍ଜେଇ ଗାଡି ଜାଳି ଦେଲେ ଦୁର୍ବୃତ୍ତ
ବୌଦ୍ଧ ଜିଲ୍ଲା ମର୍ଯ୍ୟାଦପୁର ଗାଁ ନିକଟରେ ଜଳିଲା କାର
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।