Gangadhar Meher: ଆଜି ଜନ୍ମତିଥି: ଗଙ୍ଗାଧର ମେହେର
"ସ୍ବଭାବକବି ଗଙ୍ଗାଧର ମେହେର ୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ତିଥିରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲିର ଏକ ସାଧାରଣ ବୁଣାକାର ପରିବାରରେ ଜନ୍ମ ହୋଇଥିଲେ।
ପିତା ଚୈତନ୍ୟ ମେହେର ଲୁଗାବୁଣା କାର୍ଯ୍ୟ ସହିତ ବୈଦ୍ୟ କାର୍ଯ୍ୟ କରୁଥିଲେ ହେଁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା।
ଗଙ୍ଗାଧର ସକାଳେ ସ୍କୁଲ୍ ଯାଇ ଦିନ ବେଳେ ଲୁଗା ବୁଣା କାମରେ ପିତାଙ୍କୁ ସାହାଯ୍ୟ କରୁଥିଲେ।
ସେ ଛୋଟ ବୟସରୁ ରାମାୟଣ, ମହାଭାରତ ସମେତ ଅନେକ ସଂସ୍କୃତ ପୁସ୍ତକ ପଢ଼ି ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ପାରଙ୍ଗମ ହୋଇଯାଇଥିଲେ।
୧୮୮୫ରେ ବରପାଲିର ତତ୍କାଳୀନ ଜମିଦାର ଲାଲ ନୃପରାଜ ସି˚ହ ତାଙ୍କୁ ଅମିନ ଭାବେ ନିଯୁକ୍ତ କରିଥିଲେ।Advertisment Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି ପରେ ମୋହରିର ପଦରେ ସମ୍ବଲପୁର, ବିଜେପୁର, ପଦ୍ମପୁର, ବରପାଲି ଆଦି ସ୍ଥାନରେ କାର୍ଯ୍ୟ କରି ୧୯୧୭ରେ ଅବସର ଗ୍ରହଣ କରିଥିଲେ।
ସେହି ସମୟରେ ସେ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସଙ୍କ ଭଳି ପ୍ରାଚୀନ ଓଡ଼ିଆ କବିମାନଙ୍କ କାବ୍ୟ ପଢ଼ିବା ସହିତ ନିଜେ ଏକାଧିକ କବିତା ରଚନା କରିଥିଲେ। "ରସରତ୍ନାକର" ଗଙ୍ଗାଧରଙ୍କ ପ୍ରଥମ କାବ୍ୟ।
ପରେ ଆଧୁନିକ ଶୈଳୀରେ ରଚନା କରିଥିଲେ "ଇନ୍ଦୁମତୀ"। "ଅହଲ୍ୟାସ୍ତବ", "ଉତ୍କଳ ଲକ୍ଷ୍ମୀ", "କୀଚକ ବଧ", "ତପସ୍ବିନୀ", "ପ୍ରଣୟବଲ୍ଲରୀ", "ଅର୍ଘ୍ୟଥାଳି", କବିତା-କଲ୍ଲୋଳ", "ପଦ୍ମିନୀ" ଆଦି ଗଙ୍ଗାଧରଙ୍କ ଅମୂଲ୍ୟ ରଚନାବଳୀ।
ତାଙ୍କ ସାହିତ୍ୟ କୃତିରେ ପ୍ରକୃତିର ଅସାଧାରଣ ବର୍ଣ୍ଣନା, ଆଦର୍ଶ ଚରିତ୍ର ଚିତ୍ରଣ, ମାନବତାର ଜୟଗାନ ଆଦି ଦେଖିବାକୁ ମିଳେ।
ସେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଗଠିତ "ଉତ୍କଳ ସମ୍ମିଳନୀ"ରେ ଯୋଗ ଦେଇଥିଲେ ଏବ˚ ଭାଷା ସୁରକ୍ଷା ପାଇଁ ନିଜ ଲେଖନୀକୁ ଶାଣିତ କରିଥିଲେ।
ତାଙ୍କ ଲେଖନୀରୁ ଝରିପଡ଼ିଥିଲା "ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା", ଯାହା ଆଜି ବି ପ୍ରତ୍ୟେକ ଭାଷାପ୍ରେମୀଙ୍କୁ ଉଦ୍ବୁଦ୍ଧ କରିଥାଏ।୧୯୨୪ ଏପ୍ରିଲ ୪ ତାରିଖରେ ଗଙ୍ଗାଧର ମେହେରଙ୍କ ପରଲୋକ ହୋଇଥିଲା।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
