Ganesh Puja: ରକ୍ତରେ ଭିଜିଲା ଗଣେଶ ଭସାଣି: ଭିଡ଼ ଭିତରେ ବୁଲିଲା ମାରଣାସ୍ତ୍ର, ପୂର୍ବତନ ୱାର୍ଡସଭ୍ୟଙ୍କ ପୁଅ ଗୁରୁତର
"ବାଲିପାଟଣା: ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ଥାନା ରାଜସ ପଞ୍ଚାୟତ ବାରହଳ ଗାଁ ଗଣେଶ ଭସାଣି ରକ୍ତରେ ଭିଜିଛି।
ଭସାଣି ଭିଡ଼ ଭିତରେ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ଆହତ ଯୁବକ ହେଲେ ସେହି ଗାଁର ପୂର୍ବତନ ୱାର୍ଡସଭ୍ୟ ଅକ୍ରୁର ପ୍ରଧାନଙ୍କ ପୁଅ ଆଶିଷ ପ୍ରଧାନ ଓରଫ କାଳୁ(୩୨)।
କୌଣସି ମାରଣାସ୍ତ୍ର ଆଘାତରେ କାଳୁଙ୍କ ମୁଣ୍ଡ ପଛ ଭାଗରେ ଗଭୀର କ୍ଷତ ହୋଇଛି।
ଏବେ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ଏନେଇ ବାଲିପାଟଣା ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି।
Advertisment Injured Elephant: ରାସ୍ତା ଉପରେ ଆହତ ଦନ୍ତା: ଭରତପୁର-ଚନ୍ଦକା ରାସ୍ତାରେ ଯାତାୟାତ ପ୍ରଭାବିତ ଗତକାଲି ରାତିରେ ବାରହଳ ଗାଁରେ ଗଣେଶ ଭସାଣି ଉତ୍ସବ ଚାଲିଥିଲା।
ଡିଜେ ଉପରେ କଟକଣା ଲାଗୁ ହୋଇଥିବା ସତ୍ତ୍ବେ ପୂଜା କମିଟି ଭଡ଼ାରେ ଡିଜେ ଆଣିଥିଲେ ଏବଂ ଯୁବକମାନେ ନାଚିକୁଦି ମଜା ଉଠାଉଥିଲେ।
ଏହାକୁ କିଛି ଲୋକ ବିରୋଧ କରିବାରୁ ଝଗଡ଼ା ଆରମ୍ଭ ହୋଇଥିଲା।
ଏତିକିବେଳେ ସେହି ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଅକ୍ରୁର ପ୍ରଧାନଙ୍କ ବଡ଼ ପୁଅ ଦେବାଶିଷ ଓ ମଝିଆଁ ପୁଅ ଆଶିଷ, ଖେଲାର ବଜାରରୁ ସେମାନଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ।
୨ ଭାଇ ବାରହଳ ଗାଁ ମୁଣ୍ଡରେ ଭସାଣି ଭିଡ଼ରେ ଅଟକି ଯାଇଥିଲେ।
ଝଗଡ଼ା ପଛରେ ଦୁଇ ଭାଇଙ୍କ ହାତ ଥିବା ଅଭିଯୋଗ କରି ସେମାନଙ୍କୁ ଆକ୍ରମଣ କରାଯାଇଥିଲା।
ଗଣ୍ଡଗୋଳ ପଛରେ ରାଜନୈତିକ ଶତ୍ରୁତା ଥିବା ଜଣାପଡ଼ିଛି।
କିନ୍ତୁ ମୂଳ କାରଣ ଡିଜେ ବୋଲି କୁହାଯାଉଛି।
Asian Games: ଏସିଆ କ୍ରୀଡ଼ା ମଧ୍ୟରାତ୍ରରେ ଅବ୍ୟବସ୍ଥା: ଜିମ୍ନାଷ୍ଟ ପ୍ରଣତି ଓ ପୁରୁଷ ପ୍ରଶିକ୍ଷକ ଅଶୋକଙ୍କୁ ଗୋଟିଏ ରୁମ୍ ସୂଚନାଯୋଗ୍ୟ ଯେ କୌଣସି ପୂଜାର ଭସାଣି ଉତ୍ସବରେ ଡିଜେ ବାଜିବ ନାହିଁ ବୋଲି ବାଲିପାଟଣା ଥାନା ପକ୍ଷରୁ କଟକଣା ଜାରି କରାଯାଇଥିଲା।
ପୂଜା କମିଟିମାନେ ମଧ୍ୟ ପୁଲିସ କଟକଣାକୁ ମାନିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କିନ୍ତୁ ଦେଖିବାକୁ ମିଳୁଛି ବହୁ ପୂଜାର ଭସାଣି ଉତ୍ସବରେ ଡିଜେ ବାଜୁଛି।
ବାଲିପାଟଣା ଥାନା ପୁଲିସ ୨ଟି ଭସାଣି କାର୍ଯ୍ୟକ୍ରମରୁ ଡିଜେ ଜବତ କରିଛି।
ଗତକାଲି ରାତିରେ ମୁକୁନ୍ଦଦାସପୁର ପଞ୍ଚାୟତ ଅଦଲାବାଦ ଓ ରାଜସ ପଞ୍ଚାୟତ ବତିଲୋ ଗ୍ରାମର ଭସାଣି ଉତ୍ସବରୁ ୨ଟି ଡିଜେ ଜବତ କରିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
