Gambling Den କୁକୁଡ଼ା ଗାଲୀ ଓ ଜୁଆ ଅଡ୍ଡାରେ ପୁଲିସ ଚଢାଉ, ୧୦ଗିରଫ
"କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ପୁଲିସ ପକ୍ଷରୁ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଘୋଡ଼ାଧନୁଆ ଗ୍ରାମ ନିକଟ ଜଙ୍ଗଲରେ ଚାଲିଥିବା କୁକୁଡ଼ା ଗାଲୀ(କୁକୁଡ଼ା ଲଢେ଼ଇ)ଓ ଖୁଡୁକୁଡ଼ି ଜୁଆ ଉପରେ ଆତର୍କିତ ଚଢ଼ାଉ କରାଯାଇଥିଲା।
ଏଥିରେ ୧୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜୁଆ ସାମଗ୍ରୀଜବତ କରାଯାଇଛି।
Advertisment କେନ୍ଦୁଝରରେ ପୁଲିସ-ଜନତା ମୁହାଁମୁହିଁ : କୁକୁଡ଼ା ଲଢ଼େଇକୁ ନେଇ ଉତ୍ତେଜନା, ପୁଲିସକୁ ଆକ୍ରମଣ ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ଚଢାଉ କରିଥିଲା।
ଏହି ଚଢ଼ାଉରେ କୋଷାଗୁମୁଡ଼ା ଥାନାର ଏ ଏସ ଆଇ ରାମଚନ୍ଦ୍ର ଖଣ୍ଡାଗିରିଙ୍କ ସହ ଅନ୍ୟ ପୁଲିସ କର୍ମଚାରୀମାନେ ସାମିଲ ଥିଲେ।
ପୁଲିସକୁ ଦେଖି ଅନେକ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।
ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଥିଲା।
ଅଭିଯୁକ୍ତମାନଙ୍କ ନିକଟରୁ ୨୦ ହଜାର ୮୪୬ ଟଙ୍କା ନଗଦ, ୭ଟି ମୋବାଇଲ୍ ଫୋନ୍, ୧୧ଟି ମୋଟରସାଇକେଲ୍, ୧୫ଟି କୁକୁଡ଼ା ଲଢ଼େଇ ଛୁରୀ, ୬ଟି ଖୁଡୁଖୁଡୀ ପାଶାପାଲି , ଖୁଡୁକୁଡ଼ି ଖେଳ ସାମଗ୍ରୀ ଓ ଅନ୍ୟାନ୍ୟ ଜୁଆ ଖେଳର ସାମଗ୍ରୀ ଜବତ କରାଯାଇଛି।
ସୀମାନ୍ତ ଗାଁରେ ଚାଲୁଛି କୁକୁଡ଼ା ଲଢ଼େଇ; ପ୍ରଚାର ଓ ପ୍ରସାରର ମାଧ୍ୟମ ସାଜିଛି ହ୍ବାଟ୍ସଅପ୍ ପଚରାଉଚରା ବେଳେ ସାନ୍ତୋଷପୁର ଗ୍ରାମର ଇନ୍ଦ୍ର ଗଣ୍ଡା, କେଲାଗୁଡ଼ାର ଶ୍ୟାମ ହରିଜନ ଓ ଡାଙ୍ଗାଚୁଆଁର ଦେବାନନ୍ଦ ହରିଜନ ଏହି ଜୁଆ ଓ କୁକୁଡ଼ା ଲଢ଼େଇର ଆୟୋଜନ କରିଥିବା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି।
ଏହି ଘଟଣାରେ ଓଡ଼ିଶା ଜୁଆ ନିବାରଣ ଆଇନ ଧାରା–୩ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ମାମଲା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।