From School Failure to Real-Life Hero: ଦଶମ ଫେଲ୍ ଯୁବକ ହେଲେ ଆସାମର ରିଅଲ୍ ହିରୋ, ବଞ୍ଚାଇଦେଲେ ୨ ହଜାର ଜୀବନ
ଦଶମ ଫେଲ୍ ଯୁବକ ହେଲେ ଆସାମର ରିଅଲ୍ ହିରୋ
ବନ୍ୟାରେ ଯେଉଁଠି ସମସ୍ତେ ହାରିଲେ ସେଠି ସେ ଲଢ଼ିଲେ
କାଠ ଡଙ୍ଗାରେ ବଞ୍ଚାଇଦେଲେ ୨ ହଜାର ଜୀବନ
ପାଠ ନାଁରେ ଦଶମ ଫେଲ୍, ନଥିଲା ରେସ୍କ୍ୟୁ ଅଭିଜ୍ଞତା, ଲାଇଫ ଜ୍ୟାକେଟ, ମୋଟରବୋଟ୍ କିମ୍ବା ଆଧୁନିକ ଉପକରଣ ତାଙ୍କ ପାଖରେ କିଛି ନଥିଲା। ତଥାପି ବନ୍ୟାର ବିକଟ ସ୍ରୋତ ସହ ଏକା ଲଢ଼ି ସେ ବଞ୍ଚାଇଛନ୍ତି ପ୍ରାୟ ଦୁଇ ହଜାର ଲୋକଙ୍କ ଜୀବନ। ଏହି ଯୁବକଙ୍କ ନାଁ ଶ୍ରାବଣ। ଦଶମ ଶ୍ରେଣୀ ପରେ ପାଠ ଛାଡ଼ିଦେଇଥିବା ଏହି ଯୁବକ ଆଜି ଆସାମର ରିଏସ ହିରୋ ପାଲଟିଛନ୍ତି।
ଆସାମର ଶିବସାଗର ଜିଲ୍ଲାରେ ବନ୍ୟା ପାଣି ସବୁକିଛି ଉଜାଡ଼ି ଦେଇଥିବା ବେଳେ ଲୋକେ ଘର ଛାତ, ଗଛ ଓ ଉଚ୍ଚ ସ୍ଥାନରେ ଫସି ରହିଥିଲେ। ସେହି ସମୟରେ ନିଜର ପୁରୁଣା କାଠ ଡଙ୍ଗାକୁ ଧରି ବାହାରି ପଡ଼ିଥିଲେ ଶ୍ରାବଣ। ନା ଥିଲା କୌଣସି ଔପଚାରିକ ପ୍ରଶିକ୍ଷଣ, ନା ଥିଲା ମୋଟରବୋଟ୍। କେବଳ ନଦୀର ସ୍ରୋତକୁ ଚିହ୍ନିବାର ଅନୁଭବ ଓ ଲୋକଙ୍କୁ ବଞ୍ଚାଇବାର ଜିଦ୍।
ଦିନରାତି ଏକ କରି ସେ ବୃଦ୍ଧ, ମହିଳା, ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇଥିଲେ।
ଶ୍ରାବଣ ମତରେ, ଛୋଟବେଳୁ ନଦୀ ସହ ତାଙ୍କର ସମ୍ପର୍କ। ବର୍ଷାଦିନେ ଭାସି ଆସୁଥିବା କାଠ ସଂଗ୍ରହ କରି ପରିବାର ଚଳାଉଥିଲେ। ସେହି ଅନୁଭବ ହିଁ ବନ୍ୟାବେଳେ ହଜାର ଲୋକଙ୍କ ପାଇଁ ଜୀବନଦାନ ପାଲଟିଲା। ଆଜି ତାଙ୍କ ସାହସର କାହାଣୀ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ପାଠ ନଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଓ ଅଦମ୍ୟ ସାହସ ବଳରେ ୨ ହଜାର ଲୋକଙ୍କୁ ନୂଆ ଜୀବନ ଦେଇ ହିରୋ ପାଲଟିଯାଇଛନ୍ତି ଶ୍ରାବଣ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।