Friendship: ଯେତେ ଗଭୀର ବନ୍ଧୁତା ସେତେ ସମାନ ଷ୍ଟାଇଲ୍
"କୁହାଯାଏ, ମଣିଷ ଅନୁକରଣପ୍ରିୟ।
ଏହି କ୍ରମରେ ଘନିଷ୍ଠ ବନ୍ଧୁମାନେ ପ୍ରାୟତଃ ପରସ୍ପରର ଶୈଳୀ ଦ୍ବାରା ପ୍ରଭାବିତ ହୁଅନ୍ତି।
ମଜା କଥା ହେଲା, ଏହା ସେମାନଙ୍କ ଅଜାଣତରେ ଘଟିଥାଏ।
ମଣିଷର ମନସ୍ତତ୍ତ୍ବ ହେଲା, ସେ ଯେଉଁ ସାଙ୍ଗ ସହିତ ଯେତେ ଅଧିକ ସମୟ ବିତାଏ, ସେହି ସାଙ୍ଗର ଅଭ୍ୟାସ, ବ୍ୟକ୍ତିଗତ ରୁଚି ଏବଂ ପ୍ରିୟ ଶୈଳୀକୁ ଗ୍ରହଣ କରିନେବାର ସମ୍ଭାବନା ସେତେ ଅଧିକ।
ଫ୍ୟାସନ୍ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ।
ସାଙ୍ଗକୁ ଭଲ ଲାଗୁଥିବା ରଙ୍ଗ ତଥା ଷ୍ଟାଇଲ୍ ନେଇ ଅପର ସାଙ୍ଗ ପ୍ରଭାବିତ ହୁଏ।
ସେହିପରି ଦୁଇ ଘନିଷ୍ଠ ବନ୍ଧୁ ଏକାଠି ସପିଂ କରିବା ସାଧାରଣ କଥା।
ସପିଂବେଳେ ଉଭୟଙ୍କ ମତାମତ ଓ ସୁପାରିସ ବେଶ୍ କାମରେ ଆସିଥାଏ।Advertisment Climate Change: ଜଳବାୟୁ ପରିବର୍ତ୍ତନ ପ୍ରଭାବ : ୨୦୨୬ରେ ୧୧.୭ କୋଟି ଭାରତୀୟ ସାଂଘାତିକ ଗ୍ରୀଷ୍ମପ୍ରବାହର ଶିକାର ଏହିପରି ଭାବରେ ଉଭୟଙ୍କ ୱାର୍ଡରୋବ୍ ଭିତରେ ସମାନତା ଦେଖାଦେଇଥାଏ।
ସେହିପରି ବନ୍ଧୁତା ଯୋଗୁଁ ଜଣକର ଷ୍ଟାଇଲ୍ ଆଉ ବ୍ୟକ୍ତିଗତ ହୋଇ ରହେ ନାହିଁ।
ଏହାର କାରଣ ହେଲା, ବନ୍ଧୁ ସହିତ ପୋଷାକ ଅଦଳବଦଳ କରିବା ଏକ ସାଧାରଣ କଥା। "ଏହି ପୋଷାକରେ ତମେ ଖୁବ୍ ଭଲ ଦେଖାଯାଉଛ" ଭଳି ମତାମତ ଅପର ସାଙ୍ଗର ଆତ୍ମବିଶ୍ବାସ ବଢ଼ାଇଥାଏ।
ଏ ପ୍ରକ୍ରିୟା ଦେଇ ନିଜ ଅଜାଣତରେ ନିଜ ଷ୍ଟାଇଲ୍ ବିକଶିତ ହୋଇଥାଏ ବୋଲି ମନସ୍ତତ୍ତ୍ବବିତ୍ମାେନ କହନ୍ତି।
ଏହା ଏକ ବୈଶ୍ବିକ ଧାରା ବୋଲି ଜଣାପଡ଼ିଛି।
WSC: ଦକ୍ଷତା ବିକାଶର ମଡେଲ ଭାବେ "ବିଶ୍ୱ ଦକ୍ଷତା କେନ୍ଦ୍ର"କୁ ନୀତି ଆୟୋଗର ପ୍ରଶଂସା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
