Free Education from KG to PG Gets State Cabinet Nod: କେଜିରୁ ପିଜି ମାଗଣା ଶିକ୍ଷା, ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି

Jul 01, 2026 - 21:50
Free Education from KG to PG Gets State Cabinet Nod: କେଜିରୁ ପିଜି ମାଗଣା ଶିକ୍ଷା, ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି

କେଜିରୁ ପିଜି ମାଗଣା ଶିକ୍ଷା ଦିଆଯିବ । ରାଜ୍ୟ କ୍ୟାବିନେଟରେ ଏ ନେଇ ବଡ଼ ନିଷ୍ପତ୍ତି ହୋଇଛି । କ୍ୟାବିନେଟ୍ ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । 
୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ପଡ଼ିବନି । ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ଏହା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାର ଗୁରୁତ୍ବ ଦେଇଛନ୍ତି । ନବମ, ଦଶମ ପିଲାଙ୍କୁ ମିଡ୍ ଡେ ମିଲ୍ ଦିଆଯିବା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଆସନ୍ତା ୫ ବର୍ଷ ପାଇଁ ନବମ, ଦଶମ ପିଲାଙ୍କୁ ସ୍କୁଲରେ ମିଳିବ ମିଡ୍ ଡେ ମିଲ୍ ।

ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲ୍ ମିଳୁଥିଲା । ବର୍ତ୍ତମାନ ସ୍କୁଲର ସମସ୍ତ ପିଲା ମିଡ୍ ଡେ ମିଲ୍ ସୁଯୋଗ ପାଇବେ । ଏହାଦ୍ବାରା ୫୭ ଲକ୍ଷରୁ ଊର୍ଦ୍ଧ୍ବ ପିଲା ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

କ୍ୟାବିନେଟ୍ ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ

୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତାବକୁ ମଞ୍ଜୁରୀ
ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ପଡ଼ିବନି
‘ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ଆମର ଲକ୍ଷ୍ୟ’
କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ
କେଜିରୁ ପିଜି ମାଗଣା ଶିକ୍ଷାକୁ ସରକାରଙ୍କ ଗୁରୁତ୍ବ: ମୁଖ୍ୟମନ୍ତ୍ରୀ
ନବମ, ଦଶମ ପିଲାଙ୍କୁ ମିଡ୍ ଡେ ମିଲ୍ ପ୍ରସ୍ତାବକୁ ମଞ୍ଜୁରୀ
‘ଆସନ୍ତା ୫ ବର୍ଷ ପାଇଁ ନବମ, ଦଶମ ପିଲାଙ୍କୁ ମିଳିବ ମିଡ୍ ଡେ ମିଲ୍’ 
‘ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲ୍ ମିଳୁଥିଲା’
‘ବର୍ତ୍ତମାନ ସ୍କୁଲର ସମସ୍ତ ପିଲା ମିଡ୍ ଡେ ମିଲ୍ ସୁଯୋଗ ପାଇବେ’
‘ଏହାଦ୍ବାରା ୫୭ ଲକ୍ଷରୁ ଊର୍ଦ୍ଧ୍ବ ପିଲା ଉପକୃତ ହେବେ’