BJP Welcomes Mandal and Sahu Couple: ବିଜେପିକୁ ଆସିଲେ ମଣ୍ଡଳ ଓ ସାହୁ ଦମ୍ପତି, ଭଦ୍ରକ ରାଜନୀତିରେ ହଲଚଲ୍
ପଦ୍ମ ଧରିଲେ ଭଦ୍ରକ ନିର୍ବାଚନ ମଣ୍ଡଳୀର ମଣ୍ଡଳ ଦମ୍ପତି। ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୁବାସିନୀ ସାହୁ ଏବଂ ଶଶୀ ସାହୁ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ସେମାନଙ୍କ ସହ ଭଦ୍ରକ ନିର୍ବାଚନ ମଣ୍ଡଳୀର ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସେପଟେ ବିଜେପିରେ ସାମିଲ ପରେ ନବୀନକୁ ସିଧା ଟାର୍ଗେଟ କରିଛନ୍ତି ସୁବାସିନୀ ସାହୁ ଓ ଶଶୀ ସାହୁ। କହିଛନ୍ତି ୨୦୨୪ ନିର୍ବାଚନରେ ବିଜେଡିର କିଛି କୁଚକ୍ରୀଙ୍କ ପାଇଁ ଆମେ ହାରିଲୁ।
ନବୀନଙ୍କୁ ଚିଠି ଲେଖିଥିଲେ, କିିନ୍ତୁ କାର୍ଯ୍ୟନୁଷ୍ଠାନ ନେଲେନି। ଶେଷରେ ଆମକୁ ଦଳରୁ ନିଲମ୍ବିତ କରାଗଲା। ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛୁ।...