15 JULY 2026

Welcome!

Unlock your personalized experience.
Sign Up

Free education: କେଜିରୁ ପିଜି ମାଗଣା ଶିକ୍ଷା: ବିଦ୍ୟାର୍ଥୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ

Jul 15, 2026 - 02:30
Free education: କେଜିରୁ ପିଜି ମାଗଣା ଶିକ୍ଷା: ବିଦ୍ୟାର୍ଥୀଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର: ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅଧୀନରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ (୪୮୮ ବର୍ଗ ଏବଂ ୬୬୨ ବର୍ଗ) ନିୟମିତ ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ଅଧ୍ୟୟନରତ ନିୟମିତ ଛାତ୍ରଛାତ୍ରୀ ସାମିଲ ହେବେ। ସେମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ। କୌଣସିପ୍ରକାର ନାମଲେଖା କିମ୍ବା ପୁନଃନାମଲେଖା ଫି’ ଆଦାୟ କରାଯିବ ନାହିଁ। ଯେଉଁଥିରେ ନାମଲେଖା ଫି’, ଉନ୍ନୟନ ଫି’ ଓ ନାମଲେଖା ସମୟରେ ଶିକ୍ଷାନୁଷ୍ଠାନ ଦ୍ବାରା ଆଦାୟ କରାଯାଉଥିବା ଅନ୍ୟାନ୍ୟ ଶୁଳ୍କ ଅନ୍ତର୍ଭୁକ୍ତ ରହିବ। ତେବେ ଯୋଜନାରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ବାଧ୍ୟତାମୂଳକ। ଅସାଧାରଣ ପରିସ୍ଥିତିରେ ଏହାକୁ ୬୫% ପର୍ଯ୍ୟନ୍ତ କୋହଳ କରାଯାଇପାରେ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ବାୟୋମେଟ୍ରିକ୍ କିମ୍ବା ଅନ୍ୟ କୌଣସି ଡିଜିଟାଲ୍‌ ଉପସ୍ଥାନ ପ୍ରଣାଳୀ ମାଧ୍ୟମରେ ଯାଞ୍ଚ କରାଯିବ। ପରୀକ୍ଷା ଫି’କୁ ଏଥିରେ ସାମିଲ କରାଯାଇ ନାହିଁ। ସମ୍ପୃକ୍ତ କଲେଜ ଅନୁବନ୍ଧିତ ବିଶ୍ବବିଦ୍ୟାଳୟଗୁଡ଼ିକର ନିର୍ଦ୍ଦେଶ ଅନୁଯାୟୀ ପୂର୍ବଭଳି ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।

Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଗୁ ହେବ ବାୟୋମେଟ୍ରିକ୍, ଡିଜିଟାଲ୍‌ ଉପସ୍ଥାନ ପ୍ରଣାଳୀ
ଯୋଜନାରେ ସାମିଲ ହେବନି ପରୀକ୍ଷା ଫି’ 
ଉଚ୍ଚ ଶିକ୍ଷାନୁଷ୍ଠାନକୁ ୫ଟି କିସ୍ତିରେ ମିଳିବ ଅର୍ଥ
ଗଠନ ହେବ ରାଜ୍ୟସ୍ତରୀୟ ଶୁଳ୍କ ନିୟନ୍ତ୍ରଣ କମିଟି

ନିର୍ଦ୍ଦେଶାବଳୀ ଅନୁଯାୟୀ ଉଚ୍ଚ ଶିକ୍ଷାନୁଷ୍ଠାନକୁ କିସ୍ତିରେ ଯଥା ୧୦%-୧୫%-୨୫%-୨୫%-୨୫%ରେ ଅର୍ଥ ପ୍ରଦାନ କରାଯିବ। ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟରେ ୧୦% ଅଂଶ ଅର୍ଥ ମିଳିବ। ଶିକ୍ଷାନୁଷ୍ଠାନ ଦ୍ବାରା ମିଡ୍‌-ସେସନ୍‌ ଉପସ୍ଥାନର ମାଇଲଖୁଣ୍ଟ ପ୍ରମାଣିତ ପରେ ଆଉ ୧୫% ଦିଆଯିବ। ବକେୟା ୭୫% ଅର୍ଥ ପ୍ରତ୍ୟେକ ତ୍ରୈମାସିକରେ ୨୫% ଲେଖାଏଁ ଦିଆଯିବ। ଛାତ୍ରଛାତ୍ରୀଙ୍କ ବାଧ୍ୟତାମୂଳକ ୭୫% ଶ୍ରେଣୀଗୃହ ଉପସ୍ଥାନ ବଜାୟ ରଖିଥିବା ପ୍ରମାଣିତ ହେବା ପରେ ଅର୍ଥ ମିଳିବ। ସାମ୍‌ସ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ରେକର୍ଡ ଯାଞ୍ଚ ଓ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ନିର୍ଦ୍ଧାରିତ ପଦ୍ଧତିରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଉପରେ ତାହା ନିର୍ଭର କରିବ। ତ୍ରୈମାସିକ/ସେମିଷ୍ଟାରରେ ଛାତ୍ରଛାତ୍ରୀଙ୍କ ବାଧ୍ୟତାମୂଳକ ସର୍ବନିମ୍ନ ୭୫% ଶ୍ରେଣୀଗୃହ ଉପସ୍ଥାନ ବଜାୟ ରହିଛି ବୋଲି ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରମାଣିତ କରିବା ପରେ ହିଁ କିସ୍ତିଗୁଡ଼ିକ ଦିଆଯିବ। କିସ୍ତିଗୁଡ଼ିକ ପାଇବା ପାଇଁ ଶିକ୍ଷାନୁଷ୍ଠାନ ନିଜର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଏକ ସକ୍ରିୟ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବେ। ୟୁଥ୍‌ ରେଡକ୍ରସ୍‌, ଏନ୍‌ଏସ୍‌ଏସ୍‌ ଓ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହେବାକୁ ଥିବା ସମସ୍ତ କ୍ଲବ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି।

Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସାମ୍‌ସ ପୋର୍ଟାଲରେ ଅପ୍‌ଲୋଡ୍‌ କରାଯାଇଥିବା ଶୁଳ୍କକୁ ହିଁ ବିଚାରକୁ ନିଆଯିବ। ଯୋଜନା ଅନ୍ତର୍ଭୁକ୍ତ ପାଠ୍ୟକ୍ରମଗୁଡ଼ିକର ଫି’ ନିୟନ୍ତ୍ରଣ କରିବାକୁ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଫି’ ନିୟନ୍ତ୍ରଣ କମିଟି ଗଠନ ହୋଇଛି। ଯେଉଁଥିରେ ଅର୍ଥ ବିଭାଗ, ଯୋଜନା ଓ ସଂଯୋଜନା ବିଭାଗ ଓ ଗଣଶିକ୍ଷା ବିଭାଗରୁ ଜ‌ଣେ ଲେଖାଏଁ ପ୍ରତିନିଧି, ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଦୁଇଜଣ ଶୈକ୍ଷିକ ପରାମର୍ଶଦାତା, ସରକାରୀ ବିଶ୍ବବିଦ୍ୟାଳୟର ଦୁଇଜଣ କୁଳପତି, ସରକାରୀ ମହାବିଦ୍ୟାଳୟର ଦୁଇଜଣ ଅଧ୍ୟକ୍ଷ, ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦୁଇ ଜଣ ଅଧ୍ୟକ୍ଷ, ଉଚ୍ଚଶିକ୍ଷା ବିଭାଗର ଦୁଇଜଣ ଅଧିକାରୀ ସଦସ୍ୟ ରହିବେ। ଉଚ୍ଚଶିକ୍ଷା ବିଭାଗ ପିଟିସି ସେକ୍ସନ୍‌ର ଶାଖା ଅଧିକାରୀ ସଦସ୍ୟ ଆବାହକ ରହିବେ। ଜରୁରୀ ପରିସ୍ଥିତିରେ ଉଚ୍ଚଶିକ୍ଷାନୁଷ୍ଠାନ ଶୁଳ୍କରେ ଯେକୌଣସି ସଂଶୋଧନ ପାଇଁ ନିଜର ପ୍ରସ୍ତାବକୁ ଶୁଳ୍କ ନିୟନ୍ତ୍ରଣ କମିଟି ପାଖରେ ଦାଖଲ କରିପାରିବେ। ଶିକ୍ଷାନୁଷ୍ଠାନର ସିଣ୍ଡିକେଟ୍‌/ପରିଚାଳନା କମିଟି ଶୁଳ୍କ ଢାଞ୍ଚାରେ କୌଣସି ପ୍ରକାର ସଂଶୋଧନ ପାଇଁ ନିଜର କ୍ଷମତା ପ୍ରୟୋଗ କରିପାରିବେ ନାହିଁ। ଯୋଜନାରେ ଅନ୍ତର୍ଭୁକ୍ତ ନ ଥିବା ପାଠ୍ୟକ୍ରମ ଯେପରିକି ସେଲ୍‌ଫ ଫାଇନାନ୍ସିଂ, ବୃତ୍ତିଗତ ଓ ଅନ୍ୟାନ୍ୟ ସମାନଧରଣର ପାଠ୍ୟକ୍ରମ ଫି’ ରାଜ୍ୟ ସରକାରଙ୍କ ପୂର୍ବ ମାର୍ଗଦର୍ଶିକା ଅନୁଯାୟୀ ସଂଶୋଧନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ନିର୍ଦ୍ଦେଶକ କାଳୀପ୍ରସନ୍ନ ମହାପାତ୍ର ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।