Fraud case: ବହୁରୂପୀ ଠକ ଶଶଧର ଗିରଫ: ଏକୁଟିଆ ଲୁଟିଛି ୭ କୋଟି, ରାଜ୍ୟର ୭ ଠକେଇ ମାମଲାରେ ସଂପୃକ୍ତ
"କଟକ: ଓଡ଼ିଶା ପୁଲିସ ରେକର୍ଡରେ ଫେରାର ଥିବା ଜଣେ କୁଖ୍ୟାତ ଠକ କଟକ କମିସନରେଟ୍ ପୁଲିସ ହାତରେ ଧରାପଡ଼ିଛି।
ସେ ହେଉଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ପଣ୍ଡାପାଟଣାର ଶଶଧର ପଣ୍ଡା।
ସରକାରୀ ଚାକିରି ଦେବା, ଧାର୍ ନେବା ଏବଂ ଜମି ଦେବାର ଲୋଭ ଦେଖାଇ ସେ ମୋଟ ୭ କୋଟି ୧୬ ଲକ୍ଷ ୩୭ ହଜାର ୫୦୦ ଟଙ୍କା ହଡ଼ପ କରିନେଇଛି।
ସେ ନିଜକୁ କେତେବେଳେ ସାହିତ୍ୟିକ ପରିଚୟ ଦେଇ ସାହିତ୍ୟିକଙ୍କ ଗହଣରେ ଭାଷଣ ଦିଏ ତ କେତେବେଳେ ବିଡିଓ, ବିଇଓ ଓ ସମାଜସେବୀ ପରିଚୟ ଦେଇ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଟଙ୍କା ଲୁଟ୍ କରୁଥିଲା।
ଏହି ଠକକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି।
ତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛି।Advertisment TMC: ବାଚସ୍ପତିଙ୍କ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦ୍ରୋହୀ ଟିଏମ୍ସି ନେତା ରାଜ୍ୟର ୭ ଠକେଇ ମାମଲାରେ ସଂପୃକ୍ତକ୍ରାଇମବ୍ରାଞ୍ଚରେ ୩.୫ କୋଟିର ଅଭିଯୋଗ କଟକ ଫ୍ରେଣ୍ଡସ୍ କଲୋନିର ଜଣେ ବ୍ୟକ୍ତି ମଙ୍ଗଳାବାଗ ଥାନାରେ ମେ ୨୧ ତାରିଖରେ ଅଭିଯୋଗ କରିଥିଲେ।
ସେ ଦର୍ଶାଇଥିଲେ ଯେ, ୨୦୨୫ ଜାନୁଆରି ୨୮ରେ ଫୁଲନଖରାସ୍ଥିତ ଏକ ସ୍ବେଚ୍ଛାସେବୀ ସଂଗଠନ କ୍ରାନ୍ତିବାହିନୀର ନିମନ୍ତ୍ରଣ କ୍ରମେ ସେ ଏକ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।
ସେଠାରେ ସେ ଅଭିଯୁକ୍ତ ଶଶଧର ପଣ୍ଡା ସଂସ୍ପର୍ଶରେ ଆସିଥିଲେ।
ପରେ ଅଭିଯୁକ୍ତ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ଫ୍ରେଣ୍ଡସ୍ କଲୋନିସ୍ଥିତ ଅଭିଯୋଗକାରୀଙ୍କ ଘରକୁ ବାରମ୍ବାର ଆସିବା ସହ ସମ୍ପର୍କ ଯୋଡ଼ିଥିଲା।
ଅଭିଯୁକ୍ତ ନିଜକୁ ଜଣେ ଅବସରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ପରିଚୟ ଦେଇଥିଲା।
ଭୁବନେଶ୍ବରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଇନ୍ଫରମେସନ୍ ଟେକ୍ନୋଲୋଜି ପଢ଼ୁଥିବା ନିଜ ପୁଅ ପାଇଁ ୨୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇ ଧାର ସୂତ୍ରରେ ଟଙ୍କା ଦେବାକୁ ଅନୁରୋଧ କରିଥିଲା।
କିନ୍ତୁ ପ୍ରଥମେ ଧାର ସୂତ୍ରରେ ଟଙ୍କା ଦେବାକୁ ଅଭିଯୋଗକାରୀ ମନା କରିଦେଇଥିଲେ।
ପରବର୍ତ୍ତୀ ସମୟରେ ଶଶଧର ତାଙ୍କୁ ଏକ ଜମି କରାଇଦେବାର ଲୋଭ ଦେଖାଇଥିଲା।
ଧାର ଟଙ୍କା ବଦଳରେ ସେ ନିଜ ପତ୍ନୀଙ୍କ ନାଁରେ ଥିବା କଟକ ସିଡିଏ ସେକ୍ଟର-୧୩ରେ ଥିବା ଏକ ଜମିକୁ ତାଙ୍କ ନାଁରେ ପଞ୍ଜୀକରଣ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲା।
ଉକ୍ତ ଜମିର ମୋଟ ମୂଲ୍ୟ ୨୦ ଲକ୍ଷ ହୋଇଥିବାରୁ ଟଙ୍କା ବଦଳରେ ଜମି ଦେବାର ପ୍ରତିଶ୍ରୁତି ମିଳିଥିଲା।
ଏଥିରେ ବିଶ୍ବାସ କରି ଅଭିଯୋଗକାରୀ ତାଙ୍କୁ ନଗଦ ୨୦ ଲକ୍ଷ ଟଙ୍କା ମୋବାଇଲ୍ ବ୍ୟାଙ୍କିଂ ମାଧ୍ୟମରେ ପ୍ରଦାନ କରିଥିଲେ।
ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ଉକ୍ତ ଜମିର ବିକ୍ରି ଦଲିଲ୍ କଲା ନାହିଁ କି ଧାର ସୂତ୍ରରେ ନେଇଥିବା ଟଙ୍କା ଫେରସ୍ତ କଲା ନାହିଁ।
ଯେତେବେଳେ ଅଭିଯୋଗକାରୀ ଟଙ୍କା ଫେରସ୍ତ କରିବାକୁ କହିଲେ, ସେତେବେଳେ ଶଶଧର ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଚମକ ଦେଇଥିଲା।
ଶଶଧର ଶେଷରେ ନିଜ ମୋବାଇଲ୍ ଫୋନ୍ ବନ୍ଦ କରି ସ୍ଥାନୀୟ ଅଞ୍ଚଳରୁ ଫେରାର୍ ହୋଇଯାଇଥିଲା।
Horoscope 2026 July 20: ଜାଣନ୍ତୁ ଆଜିର ରାଶିଫଳ ଏହି ଘଟଣାର ତଦନ୍ତ କରିବା ପରେ ମଙ୍ଗଳାବାଗ ଥାନା ପୁଲିସ କୁଖ୍ୟାତ ଠକ ଶଶଧରର କାରନାମା ଜାଣିବାକୁ ପାଇଥିଲା।
ଶଶଧର ସିଡିଏ ସେକ୍ଟର ୧୩ରେ ରହୁଥିଲା।
କିନ୍ତୁ ସେ ଫେରାର ହୋଇ ବାଲେଶ୍ବର ଜିଲ୍ଲା ଖଇରାରେ ଭଡ଼ାଘର ନେଇ ରହୁଥିବା ପୁଲିସ ଜାଣିବା ପରେ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଛି।
ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁଙ୍କ ନେତୃତ୍ବରେ ଏସ୍ଆଇ ଦେବବ୍ରତ ମହାନ୍ତି, କନେଷ୍ଟବଳ ନରେଶ୍ବର ରାଓ, ହୋମଗାର୍ଡ ରାଜେଶ ନାଥ ପ୍ରମୁଖ ଚଢ଼ଉ କରି ତାକୁ ଗିରଫ କରିଥିବା ସୂଚନା ମିଳିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।