Fraud: ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କ: ୩ ଅଭିଯୁକ୍ତ ଗିରଫ, ୭୮ ଏଟିଏମ୍‌ କାର୍ଡ ଜବତ

Sep 20, 2026 - 17:18
Fraud: ଅନଲାଇନ୍ ବେଟିଂ ଆପ୍ ଠକେଇ ନେଟୱର୍କ: ୩ ଅଭିଯୁକ୍ତ ଗିରଫ, ୭୮ ଏଟିଏମ୍‌ କାର୍ଡ ଜବତ

"ଛତ୍ରପୁର (ବସନ୍ତ ମହାରଣା): ଅନଲାଇନ୍ ବେଟିଂ ଆପ୍ ଜରିଆରେ ଅଧିକ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଟଙ୍କା ଜମା କରାଯାଉଥିବା ଅଭିଯୋଗରେ ଗଞ୍ଜାମ ସାଇବର ପୁଲିସ ଏକ ନେଟୱର୍କର ପର୍ଦ୍ଦାଫାସ କରିଛି।

ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ସଂଖ୍ୟକ ଡିଜିଟାଲ୍ ଉପକରଣ, ଏଟିଏମ୍ କାର୍ଡ, ସିମ୍ କାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଦଲିଲ ଜବତ ହୋଇଛି।

ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ଏସ୍‌ପି ହରିଶ ବିଶି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।Advertisment ପୁଲିସ ସୂଚନା ଅନୁସାରେ, ରମ୍ଭା ଥାନା ଅଧୀନ ଗଜପତିନଗର ଓ ପାଲୁରଗଡ଼ା ଅଞ୍ଚଳରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍‌ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ସୂଚନା ମିଳିଥିଲା।

ଏହାପରେ ସାଇବର ଥାନା ପୁଲିସ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟରେ ଦୁଇଜଣଙ୍କୁ କାବୁ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ।

ପରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡି ଅଞ୍ଚଳରୁ ଜଗଦୀଶ ସେଠୀ ଓରଫ ସୁରଜଙ୍କୁ ଗିରଫ କରାଯାଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ସତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ।

Cyber ​​fraudsters: ସାଇବର ଠକଙ୍କ ନୂଆ ଅସ୍ତ୍ର "ଭିବିଏସ୍‌ ଫାଇଲ୍": ମେଲ୍, ହ୍ବାଟ୍ସଆପ୍ ଓ ଟେକ୍ସଟ୍ ମେସେଜ୍ ଯାଉଛି ଚଢ଼ାଉ ବେଳେ ପୁଲିସ ୨ଟି ଲାପଟପ୍‌, ଗୋଟିଏ ଲେନୋଭୋ କ୍ରୋମବୁକ୍‌, ୭୮ଟି ଏଟିଏମ୍‌/ଡେବିଟ୍‌ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍‌ବୁକ୍‌, ୧୪ଟି ସ୍ମାର୍ଟଫୋନ୍‌, ୮୬ଟି ସିମ୍‌ କାର୍ଡ ଏବଂ ଗୋଟିଏ ବାଜାଜ୍ ପଲସର୍‌ ୨୨୦ ବାଇକ୍‌ ସମେତ ବିଭିନ୍ନ ଦଲିଲ ଜବତ କରିଛି।

ଅଭିଯୁକ୍ତମାନଙ୍କ ମୋବାଇଲ୍‌ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍‌ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୁଲିସ କହିଛି।

ଏଥିସହ ରେଡ୍ଡୀ ପ୍ଲେ ୧୧, ହସ୍‌ ୭୭୭, ୧୦୦ ପେନେଲ, ଫେରପ୍ଲେ ଆଦି ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜର୍‌ ଆଇଡି, ପାସ୍‌ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି।

ଘଟଣା ସମ୍ପର୍କରେ ୧୯ ସେପ୍ଟେମ୍ବର ୨୦୨୬ରେ ଆଇଆଇସି ପ୍ରିୟଙ୍କା ବେହେରାଙ୍କ ଅଭିଯୋଗକ୍ରମେ କେସ୍ ନମ୍ବର ୨୦/୨୦୨୬ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଜବତ ଡିଜିଟାଲ୍‌ ଉପକରଣଗୁଡ଼ିକର ଫୋରେନସିକ୍‌ ଯାଞ୍ଚ କରାଯାଉଛି।

ନେଟୱର୍କରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି, ଆର୍ଥିକ କାରବାରର ପରିମାଣ ଏବଂ ଠକେଇର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ପ୍ରେସ୍‌ମିଟ୍‌ରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼େଇ, ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)