Four NDPS: ରାଜ୍ୟରେ ପ୍ରତିଷ୍ଠା ହେବ ୪ ଏନ୍ଡିପିଏସ୍ କୋର୍ଟ
"ଭୁବନେଶ୍ବର: ଏଣିକି ନିଶା ମାଫିଆ, ବେପାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏଡିଜି ପାହ୍ୟାର ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ଆଣ୍ଟି ନାର୍କୋଟିକ୍ସ ଟାସ୍କ୍ଫୋର୍ସ ଗଠନ ହେବ।
ରାଜ୍ୟର ବିଭିନ୍ନ ସ୍ଥାନରେ ଏହା ଅଧୀନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଗୁଇନ୍ଦା ୟୁନିଟ୍ ନିଶା କାରବାର ନେଟ୍ୱର୍କ ଉପରେ ନଜର ରଖିବ।
ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ଓଡ଼ିଶା ପୁଲିସ ସର୍ବୋଚ୍ଚ ପ୍ରାଥମିକତା।
ନିଶା ମାଫିଆ ଓ ବେପାରୀଙ୍କ ବିରୋଧରେ ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରାଯିବ।
ମାମଲାର ଶୀଘ୍ର ବିଚାର ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୋଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟ ସ୍ଥାପନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ପ୍ରତିବର୍ଷ ଅତିକମ୍ରେ ୧୦୦ ଜଣ ପ୍ରମୁଖ ନିଶା ମାଫିଆଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ।
ଆଜି ଭୁବନେଶ୍ୱର ପୁଲିସ ଭବନରେ ଆୟୋଜିତ ଜାତୀୟସ୍ତରୀୟ ପ୍ରାକ୍-ବିଚାରାଧୀନ ଜବତ ମାଦକଦ୍ରବ୍ୟ ବିନଷ୍ଟୀକରଣ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ପୁଲିସ ଡିଜି ୱାଇ.ବି.
ଖୁରାନିଆ ଏହି ସୂଚନା ଦେଇଛନ୍ତି।Advertisment Vigilance: ଦୁଇ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆନୁକୂଲ୍ୟରେ ସମଗ୍ର ଦେଶରେ ଜୁନ୍ ୨୬ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ପ୍ରାକ୍ ପରୀକ୍ଷଣ ନିଶା ଧ୍ବଂସ ସ୍ବତନ୍ତ୍ର ଅଭିଯାନ ଚାଲିଛି।
ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୧,୯୧୧ କୋଟି ଟଙ୍କାର ୬୩,୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ଏହି ସମୟରେ ୨,୧୦୬ କୋଟି ଟଙ୍କା ମୂଲ୍ୟର ୪୨୧ ଟନ୍ ଗଞ୍ଜେଇ ଓ କୋରାପୁଟରେ ଚାଲିଥିବା ଲୁକ୍କାୟିତ ୟୁନିଟ୍ରୁ ୨୨୫ କୋଟି ଟଙ୍କାର ୧,୮୦୦ ଲିଟର ଗଞ୍ଜେଇ ତେଲ ଜବତ ସହ ଏଥିରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରାଯାଇଛି।
୨,୪୪୫ ଏନ୍ଡିପିଏସ୍ ମାମଲାରେ ୩,୫୦୨ ଜଣ ଗିରଫ ହୋଇଛନ୍ତି।
ଏକ ଅନ୍ତଃରାଜ୍ୟ ଡ୍ରଗ୍ ଚାଲାଣ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଏସ୍ଟିଏଫ୍ ଗିରଫ କରିଥିଲା।
Robots: କାର୍ ନିର୍ମାଣ କରୁଛି ରୋବଟ୍ ରାଜ୍ୟର ୭ଟି କେନ୍ଦ୍ରରେ ପ୍ରାୟ ୪୧୦ କୋଟି ଟଙ୍କା ମୂଲ୍ୟର ୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ସୁଗାର ଓ ୩,୬୩୮ ବୋତଲ କଫ୍ ସିରପ୍ ନଷ୍ଟ କରାଯିବା ଲକ୍ଷ୍ୟ ରଖାଯାଇଛି।
ଅଭିଯାନ ଆରମ୍ଭ ପରଠାରୁ ୩୬ ଟନ୍ ଗଞ୍ଜେଇ ନଷ୍ଟ କରାଯାଇଥିବାବେଳେ ଅବଶିଷ୍ଟ ପର୍ଯ୍ୟାୟକ୍ରମେ ନଷ୍ଟ କରାଯିବ।
ସେହିପରି ରାଜ୍ୟର ୫୫୦ରୁ ଅଧିକ ଥାନାରେ ନିଶାବିରୋଧୀ ଶପଥପାଠ ଆୟୋଜନ କରାଯାଇଛି।
ଏଥିରେ ୨୫ ହଜାର ନାଗରିକ, ୪,୮୮୨ ଛାତ୍ରଛାତ୍ରୀ ଓ ୩୩୭ ଶିକ୍ଷକ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଆଇଜି କ୍ରାଇମ୍ବ୍ରାଞ୍ଚ ସାର୍ଥକ ଷଡ଼ଙ୍ଗୀ, ଡିଆଇଜି ଏସ୍ଟିଏଫ୍ କନୱର ବିଶାଳ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଥିଲେ।"