Former Padampur MLA Passes Away ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ

Aug 26, 2026 - 20:43
Former Padampur MLA  Passes Away ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ

"ପାଇକମାଳ:  ବରଗଡ଼ ଜିଲ୍ଲା ରାଜନୀତିର ଜଣେ ପରିଚିତ ଚେହେରା, ବରିଷ୍ଠ କଂଗ୍ରେସ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ (୭୪ବର୍ଷ)ଙ୍କ ବୁଧବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନା‌ରେ ପରଲୋକ ଘଟିଛି।

ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ, ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment Parliamentary Panel Meeting: ଜୁଲାଇ ୨୦ ଆନ୍ଦୋଳନକୁ ନେଇ ବିଜେପି-କଂଗ୍ରେସ ସାଂସଦ ମୁହାଁମୁହିଁ ପରିବାର ଲୋକଙ୍କ ସୂଚନା ଅନୁସାରେ, ଗୁରୁବାର ତାଙ୍କ ମରଶରୀର ଜନ୍ମମାଟି ପାଇକମାଳ ବ୍ଲକ୍‌ ମାଣ୍ଡୋସିଲକୁ ଅଣାଯିବ।

ବାଟରେ ସମ୍ବଲପୁର କଂଗ୍ରେସ ଭବନ, ବରଗଡ଼ କଂଗ୍ରେସ ଭବନ, ସୋହେଲା କଂଗ୍ରେସ ଭବନ, ପଦ୍ମପୁର କଂଗ୍ରେସ ଭବନ, ପାଇକମାଳ ଆୟୁର୍ବେଦ କଲେଜ ଓ ପାଇକମାଳ କଂଗ୍ରେସ ଭବନ ଦେଇ ଶେଷରେ ମାଣ୍ଡୋସିଲରେ ପହଞ୍ଚିବ।

ସେଠାରେ ଶେଷକୃତ୍ୟ କରାଯିବ।

ସତ୍ୟଭୂଷଣ ସାହୁଙ୍କ ରାଜନୈତିକ ଜୀବନ ଥିଲା ଦୀର୍ଘ ଓ ଘଟଣାବହୁଳ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସକ୍ରିୟ ରାଜନୀତିକୁ ଆସିଥିଲେ।

ପଦ୍ମପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସର ଜନାଧାର ବଢ଼ାଇବାରେ ସେ ବହୁଦିନ ଧରି ସକ୍ରିୟ ଭୂମିକା ନେଇଥିଲେ।

୧୯୮୦-୮୫ ଓ ୧୯୮୫-୯୦ ମସିହାରେ କଂଗ୍ରେସ ଟିକଟରେ ପଦ୍ମପୁର ଆସନରୁ ବିଜୟୀ ହୋଇ ସେ ଲଗାତାର ଭାବେ ଦୁଇଥର ବିଧାୟକ ହୋଇଥିଲେ।

ଏହାପରେ ୨୦୦୪ ମସିହା ନିର୍ବାଚନରେ ପୁଣିଥରେ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇ ବିଧାନସଭାକୁ ଫେରିଥିଲେ।

ସେହି ନିର୍ବାଚନରେ ସତ୍ୟଭୂଷଣ ୬୩,୩୩୦ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ରଞ୍ଜନ ସିଂ ବରିହା ୬୦,୨୦୦ ଭୋଟ ପାଇଥିଲେ।

ଏହି ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ନିର୍ବାଚନରେ ୩,୧୩୦ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରି ସତ୍ୟଭୂଷଣ ନିଜ ରାଜନୈତିକ ପ୍ରଭାବର ପରିଚୟ ଦେଇଥିଲେ।

MMDR 2026 controversy ବକେୟା ଖଣି ଟିକସ ଆଦାୟ ହେଲେ ପ୍ରତି ଓଡ଼ିଆଙ୍କୁ ମିଳିବ ୨୨ହଜାର: କଂଗ୍ରେସ ବିଧାୟକ ଭାବେ ଦାୟିତ୍ୱ ତୁଲାଇବା ସହ ଓଡ଼ିଶା କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ସେ ସମ୍ଭାଳିଥିଲେ।

ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଭାବେ ମଧ୍ୟ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା।

ରାଜନୀତି ବାହାରେ ମଧ୍ୟ ସାମାଜିକ ଓ ଶିକ୍ଷା କ୍ଷେତ୍ର ସହ ସେ ଜଡ଼ିତ ଥିଲେ।

ବର୍ତ୍ତମାନ ସେ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ।

ତାଙ୍କ ବିୟୋଗରେ ଅଞ୍ଚଳ ଜଣେ ଅଭିଜ୍ଞ ରାଜନୈତିକ ବ୍ୟକ୍ତିତ୍ବ ଓ ଜନାଧାର ଥିବା ନେତାଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)