Forest Department: ଡ୍ରୋନ୍ ସହାୟତାରେ ଭାଲୁକୁ ଖୋଜୁଛି ବନ ବିଭାଗ, ଧରିବାକୁ ଦାବି
"କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି।
ଗତ ସାତ ଦିନରୁ ଅଧିକ ସମୟ ଧରି ସହରର ବିଭିନ୍ନ ସ୍ଥାନରେ ଭାଲୁ ଦେଖାଯାଉଥିବାରୁ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଏପରିକି ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।
ଅନ୍ୟପକ୍ଷରେ ଭାଲୁକୁ ଠାବ କରିବା ଓ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି।Advertisment ସୂଚନା ଅନୁଯାୟୀ, ଗତକାଲି କଣ୍ଟାବାଞ୍ଜି ସହରର ଶିଶୁ ଉଦ୍ୟାନ ନିକଟରେ ଭାଲୁ ଆକ୍ରମଣରେ ଡୁମେରଚୁଆଁ ଗାଁର ସୁରେନ୍ଦ୍ର ମାଝୀଙ୍କ ମୃତ୍ୟୁ ହୋଇଥିଲା।
ସେ ସାଇକେଲ ମରାମତି କରିବା ପାଇଁ କଣ୍ଟାବାଞ୍ଜି ସହରକୁ ଆସିଥିଲେ।
ନିଜର ଅନ୍ୟାନ୍ୟ କାମ ସାରି ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରୁଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।
ଆକ୍ରମଣରେ ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଏହି ଘଟଣା ପରେ ଭାଲୁକୁ ଠାବ କରିବା ପାଇଁ ବନ ବିଭାଗ ତତ୍ପର ହୋଇଉଠିଛି।
ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ବଲାଙ୍ଗୀରରୁ ଆସିଥିବା ଆରଆରଟି ଟିମ୍ ଓ ସ୍ଥାନୀୟ ବନ କର୍ମଚାରୀମାନେ ମିଳିତ ଭାବେ ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି।
ଏଥିସହ ଡ୍ରୋନ୍ ସହାୟତାରେ ମଧ୍ୟ ଭାଲୁକୁ ଖୋଜାଖୋଜି କରାଯାଉଛି।
ତେବେ ଦୀର୍ଘ ଦିନ ଧରି ସହର ଭିତରେ ଭାଲୁର ଉପସ୍ଥିତି ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ସହରରେ ଲୋକଙ୍କ ଯାତାୟତ ଓ ଭିଡ଼ ବଢ଼ୁଛି।
ଏଭଳି ସମୟରେ ଭାଲୁ ସହର ଭିତରେ ବୁଲୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି।
ବିଶେଷକରି ରାତିରେ ଯାତାୟତ କରୁଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।
ସହରବାସୀଙ୍କ ଦାବି ହେଉଛି, ବନ ବିଭାଗ ତୁରନ୍ତ ଭାଲୁକୁ ସୁରକ୍ଷିତ ଭାବେ ଧରି ଜଙ୍ଗଲକୁ ନେବା ସହ ସହରବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ।
ଭାଲୁ ଠାବ ହେବା ଓ ଧରାପଡ଼ିବା ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ଆହ୍ୱାନ କରାଯାଉଛି।
ଏବେ ସମସ୍ତଙ୍କ ନଜର ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। chief minister mohan charan majhi: "ବିଜୟା ଦଶମୀ" ତଥା "ଦଶହରା" ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
