06 JUNE 2026

Welcome!

Unlock your personalized experience.
Sign Up

Football: ସାଫ୍‌ ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ; ଫାଇନାଲ୍‌ରେ ଲଢ଼ିବେ ଭାରତ-ବାଂଲାଦେଶ

Jun 04, 2026 - 12:52
Football: ସାଫ୍‌ ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ; ଫାଇନାଲ୍‌ରେ ଲଢ଼ିବେ ଭାରତ-ବାଂଲାଦେଶ

ମାର୍ଗାଓ: ଗୋଆ ମାର୍ଗାଓ ସ୍ଥିତ ଜବାହରଲାଲ ଷ୍ଟାଡିୟମ୍‌ରେ ଚାଲିଥିବା ସାଫ୍‌ ମହିଳା ଫୁଟ୍‌ବଲ୍‌ ଚାମ୍ପିଅନସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ବୁଧବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତ ୧-୦ ଗୋଲ୍‌ରେ ଭୁଟାନକୁ ହରାଇବାପରେ ଫାଇନାଲ୍‌ ଟିକେଟ୍‌ ସୁନିଶ୍ଚିତ କରିଛି। ଏହି ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍‌ ସାନଫିଦା ନୋଁଗ୍ରୁମ୍‌ ଦେଇଥିଲେ।

ବୁଧବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ବର୍ତ୍ତମାନର ଚାମ୍ପିଅନ୍‌ ବାଂଲାଦେଶ ୨-୧ ଗୋଲ୍‌ରେ ନେପାଳକୁ ହରାଇ ପ୍ରଥମ ଦଳଭାବେ ଫାଇନାଲ୍‌ରେ ପ୍ରବେଶ କରିଥିଲା। ବାଂଲାଦେଶ ପକ୍ଷରୁ ଋତୁପର୍ଣ୍ଣା ଚକ୍‌ମା ଓ ଶାଗରୀକା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ବାଂଲାଦେଶ ୨୦୨୨ ଓ ୨୦୨୪ରେ ଚାମ୍ପିଅନ୍‌ ହୋଇଥିବାବେଳେ ଲଗାତାର ତୃତୀୟ ଟାଇଟେଲ୍‌ ଦୌଡ଼ରେ ରହିଛି।

ଆହୁରି ପଢ଼ନ୍ତୁ: Gangtok: ଗ୍ୟାଙ୍ଗଟକରେ ଫୁଟବଲ ଖେଳିଲେ ପ୍ରଧାନମନ୍ତ୍ରୀ

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।