Football: ୧୦ ବିଶ୍ବକପ୍ ନକ୍ଆଉଟ୍ ମ୍ୟାଚ୍ରେ ମାତ୍ର ଗୋଟିଏ ଗୋଲ୍
"ନୂଆଦିଲ୍ଲୀ: ବିଶ୍ବର ତାରକା ଫୁଟ୍ବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ବକପ୍ ଅଭିଯାନ ହୃଦୟବିଦାରକ ଭାବେ ଶେଷ ହୋଇଛି।
ସୋମବାର ତାଙ୍କ ଦଳ ପର୍ତ୍ତୁଗାଲ ରାଉଣ୍ଡ-୩୨ରେ ସ୍ପେନ୍ଠୁ ହାରି ବିଦାୟ ନେଇଥିଲା।
ପର୍ତ୍ତୁଗାଲ୍ର ଏହି ପରାଜୟ ମ୍ୟାଚ୍ରେ ରୋନାଲ୍ଡୋ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଥିଲେ।Advertisment ବିଶ୍ବ ଫୁଟ୍ବଲ୍ରେ ଅନେକ ରେକର୍ଡର ଅଧିକାରୀ ହୋଇଥିବା ରୋନାଲ୍ଡୋ ୬ଟି ବିଶ୍ବକପ୍ରେ ୧୦ ନକ୍ଆଉଟ୍ ମ୍ୟାଚ୍ ଖେଳିଥିଲା ବେଳେ କେବଳ ଗୋଟିଏ ଗୋଲ୍ କରିବାକୁ ସକ୍ଷମ ହୋଇଛନ୍ତି।
ନକ୍ଆଉଟ୍ ମ୍ୟାଚ୍ରେ ୭୪୧ ମିନିଟ୍ ପଡ଼ିଆରେ ଥିଲା ବେଳେ କେବଳ ଗୋଟିଏ ପେନାଲ୍ଟି ଗୋଲ୍ କରିବାକୁ ସକ୍ଷମ ହୋଇଥିଲା ବେଳେ ଗୋଟିଏ ଗୋଲ୍ରେ ବି ସହଯୋଗ କରି ନାହାନ୍ତି।
ଏହି ୪୧ ବର୍ଷୀୟଙ୍କ ଏକମାତ୍ର ନକ୍ଆଉଟ୍ ଗୋଲ୍ ଚଳିତ ପ୍ରତିଯୋଗିତାର କ୍ରୋଏସିଆ ବିପକ୍ଷ ରାଉଣ୍ଡ-୩୨ରେ ଆସିଥିଲା।
ଏଥିସହ ସେ ଶେଷରେ ବିଶ୍ୱକପ୍ ନକ୍ଆଉଟ୍ରେ ଦୁଇ ଦଶନ୍ଧି ଧରି ଚାଲିଥିବା ଗୋଲ୍ ମରୁଡ଼ିର ଅନ୍ତ ଘଟାଇଥିଲେ।
ସ୍ପେନ୍ ବିପକ୍ଷ ମ୍ୟାଚ୍ ପରେ ୫ ଥରର ବାଲନ ଡି"ଓର୍ ବିଜେତା ଆଉ ବିଶ୍ବକପ୍ ଖେଳିବେନି ବୋଲି ଘୋଷଣା କରିଥିଲେ।
FIFA Referee Controversy: ଟ୍ରମ୍ପଙ୍କ ରେଡ୍କାର୍ଡ ସମାଲୋଚନା: ବ୍ରାଜିଲ ରେଫରିଙ୍କୁ ଫିଫାର ସମର୍ଥନ ସେ କହିଥିଲେ, ମୁଁ ଠିକ୍ ଅଛି, ଏହିପରି ବିଶ୍ୱକପ୍ ଛାଡ଼ିବା ଦୁଃଖର ବିଷୟ।
କିନ୍ତୁ ମୁଁ ମୋର ଶ୍ରେଷ୍ଠ ଦେଇଛି।
ଏବେ ବିଶ୍ବକପ୍ରୁ ବିଦାୟ ନେଉଛି।
ଏହା ଜଣେ ଫୁଟବଲ୍ ଖେଳାଳିଙ୍କ ଜୀବନ।
କେତେବେଳେ ଆମେ ଜିତିଥାଉ ତ କେତେବେଳେ ହାରିଯାଉ।
ଆମକୁ ଆଗକୁ ବଢ଼ିବାକୁ ପଡ଼ିବ।
ସତ ହେଉଛି ଏହା ମୋର ଶେଷ ବିଶ୍ୱକପ୍ ଥିଲା।
ଏବେ ମୁଁ ମୋ ପରିବାରକୁ ସମୟ ଦେଇପାରିବି"।
ଆର୍ଜେଣ୍ଟିନାର ଲିଓନେଲ ମେସି (୩୦)ଙ୍କ ପରେ ରୋନାଲ୍ଡୋ (୨୭) ବିଶ୍ବକପ୍ରେ ସର୍ବାଧିକ ମ୍ୟାଚ୍ ଖେଳିଛନ୍ତି।
ସେ ୧୧ ଗୋଲ୍ କରିବା ସହ ପ୍ରଥମ ଖେଳାଳି ଭାବେ ୬ ଫିଫା ବିଶ୍ବକପ୍ ଖେଳିଥିଲେ।
ଚଳିତ ବିଶ୍ବକପ୍ରେ ସେ ୩ ଗୋଲ୍ କରିଥିଲେ।
ବିଶ୍ବକପ୍ ଟ୍ରଫି ଧରିବାର ସୌଭାଗ୍ୟ ପାଇ ନଥିବା ରୋନାଲ୍ଡୋ ୨୦୦୬ ବିଶ୍ବକପ୍ ପଦାର୍ପଣରେ ପର୍ତ୍ତୁଗାଲ୍କୁ ସେମିଫାଇନାଲ୍ରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।