Flood In Odisha: ରାତିରେ ମାଡ଼ି ଆସିଲା ସାଳନ୍ଦୀ, ବୈତରଣୀ ନଦୀର ବନ୍ୟାଜଳ

Jul 29, 2026 - 18:06
Flood In Odisha: ରାତିରେ ମାଡ଼ି ଆସିଲା ସାଳନ୍ଦୀ, ବୈତରଣୀ ନଦୀର ବନ୍ୟାଜଳ

"ଭଦ୍ରକ (ହରିହର ନାୟକ): ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ସାଳନ୍ଦୀ ଏବଂ ବୈତରଣୀ ନଦୀ ଫୁଲୁଛି।

ବିପଦ ସଙ୍କେତ ବହୁ ଉପରେ ରହିଛି।

ବନ୍ୟା  ଜଳ ପ୍ରବାହିତ ହୋଇ ମାଡ଼ି ଆସିଛି।

ବନ୍ୟାଜଳ ମାଡ଼ିଗଲା ଗାଁ ଠୁଁ ସହର।

ଭଦ୍ରକରେ ସବୁ ଆଡେ ଜଳମୟ ହୋଇଛି।

ସାଳନ୍ଦୀ ଆଉ ବୈତରଣୀ ବନ୍ୟାରେ ବୁଡ଼ିଗଲା ଜିଲ୍ଲାର ୫୫ ହଜାର ହେକ୍ଟର ଚାଷ ଜମି।

Advertisment ଜିଲ୍ଲାପାଳଙ୍କ  ସୂଚନା ଅନୁଯାୟୀ ଜିଲ୍ଲାରେ  ୨ ଲକ୍ଷ ୪୫ ହଜାର ୧୦୧ ଜଣ ଲୋକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି।

୨୬୧ ଟି ଗାଁ, ୬୧ଟି ପଞ୍ଚାୟତ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି।

ଆଜି ସୁଦ୍ଧା ଜିଲାରେ ୬ ହଜାର ୩୬ ଜଣଙ୍କୁ ବନ୍ୟା ଅଞ୍ଚଳରୁ ଉଦ୍ଧାର କରାଯିବା ସହ ଉଚ୍ଚ ସ୍ଥାନ, ସ୍କୁଲ ଘର, ଅଙ୍ଗନବାଡ଼ି କେନ୍ଦ୍ର, ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

ଜିଲ୍ଲାରେ ୫୧ଟି କେନ୍ଦ୍ରରେ ବିପନ୍ନ ଲୋକଙ୍କୁ ରଖାଯାଇ  ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

ପାଣି ଘେରରେ ୨୨ଟି ପଞ୍ଚାୟତବୈତରଣୀ ବନ୍ୟାରେ ଜିଲ୍ଲାର ଧାମନଗର ବ୍ଲକର  ୧୭ ପଞ୍ଚାୟତ ଓ ଭଣ୍ଡାରୀପୋଖରୀ ବ୍ଲକର ୫ଟି ପଞ୍ଚାୟତର ଲୋକେ ପାଣି ଘେରରେ ରହିଛନ୍ତି।

ଏହି ସବୁ ଅଞ୍ଚଳରେ ରାସ୍ତା ଘାଟ ବୁଡି ଯାଇଥିବାରୁ ଯୋଗାଯୋଗ ବିଭିନ୍ନ ହୋଇପଡିଛି।

ଏହି ଅଞ୍ଚଲକୁ ବୋଟ ସାହାଯ୍ୟରେ ଲୋକଙ୍କୁ ପାଖକୁ ଶୁଖିଲା ଖାଦ୍ୟ ଚୁଡ଼ା, ଗୁଡ଼  ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି।

ବନ୍ୟା ପ୍ଳାବିତ ଅଞ୍ଚଳରେ ଲୋକଙ୍କ ପାଇଁ ଡାକ୍ତରୀ ଟିମ ଦ୍ୱାରା  ହାଲୋଜେନ୍ ଟ୍ୟାବଲେଟ, ସାପ କାମୁଡ଼ା ଔଷଧ ଓ ଅନ୍ୟାନ୍ୟ ଔଷଧ  ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବନ୍ୟା ଅଞ୍ଚଳ ଲୋକମାନଙ୍କ ସତର୍କତା ଅବଲମ୍ବନ ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ବେଳେ ଆଜି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବନ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ଅନେକ ଗାଁ ଜଳବନ୍ଦୀଗତକାଲି ରାତିରେ ପଶିଗଲା ଭଦ୍ରକ କୁଆଁଶ ଗ୍ରାମରେ ସାଳନ୍ଦୀ ଜଳ।

ବୁଡ଼ିଗଲା ଅନେକ ଲୋକଙ୍କ ଘର।

ଅନେକ ଗାଁ ଲୋକଙ୍କ ଘରେ ବନ୍ୟାପାଣି ପଶି ଯାଇଛି।

ସେହିପରି ଭଦ୍ରକ ସହର ଗାବସାହୀ, ମଠ ସାହି, ପୂରୁନାବଜାର, ଚରମ୍ପା ଆଦି ଅଞ୍ଚଳରେ ସାଳନ୍ଦୀ ର ବନ୍ୟା ଜକ ପ୍ରବେଶ କରିଛି।

ଲୋକଙ୍କ ଘରେ ବନ୍ୟା ଜଳ ପ୍ରବେଶ କରାଯାଇଛି।

ଭଦ୍ରକ ସହରର ବାଉଦପୁର  ସାଳନ୍ଦୀ ସେତୁ ବୁଡ଼ି ଯାଉଛି।

ସେତୁ ଉପରେ ଚାଲୁଛି ବନ୍ୟା ଜଳ।

ଗାଁରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ଅନେକ ଲୋକଙ୍କ ଘରେ ଚୁଲି ଜଳି ନାହିଁ।

ବଉଦପୁର, ଓଗଲପୁର, ଭଦ୍ରକ ପୌରପାଳିକାର ୭ ନମ୍ବର ୱାର୍ଡର  ଗବସାହି ଜେନା ସାହିରେ ରାତିରେ ପଶିଲା ସାଳନ୍ଦୀ ବନ୍ୟା ଜଳ।

୭ ପରିବାର ଗବସାହି  ଆଦିବାସୀ କଲୋନି ସରକାରୀ ପ୍ରଥମିକ  ସ୍କୁଲରେ ଆଶ୍ରୟ ନେଇଛନ୍ତି ପରିବାର ଲୋକେ।

ଲୋକଙ୍କୁ ପଲିଥିନ କି ଶୁଖିଲା ଖାଦ୍ୟ ମିଳୁ ନାହିଁ।

ଭଦ୍ରକ ବ୍ଲକର ବିଡିଓ ବିଭିନ୍ନ ଅନ୍ୟା ଅଞ୍ଚଳ ବୁଲି ଥିବା ବେକେ ଲୋକଙ୍କ ପାଇଁ ଶୁଖୁଆ ଖାଦ୍ୟ ଓ ରନ୍ଧା ଖାଦ୍ୟ ଦେବାପାଇଁ ଯୋଜନା କରିଛନ୍ତି।

ବିଧାୟକ ବୁଲିଲେ ବନ୍ୟାଞ୍ଚଳଭଣ୍ଡାରୀ ପୋଖରୀ ବନ୍ୟାଞ୍ଚଳ ବୁଲୁଛନ୍ତି ବିଧାୟକ ସଂଜୀବ ମଲ୍ଲିକ।

ଧାମନଗର ବନ୍ୟା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼୍ରାଫ୍ ଟିମ ସହ ଆଲୋଚନା କରୁଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରୁଛନ୍ତି ମନ୍ତ୍ରୀ।

ରାସ୍ତା ଘାଟ ଓ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଧାମନଗର ଆଞ୍ଚରେ କିଭଳି ବନ୍ୟା ଅଞ୍ଚରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଅଣାଯିବା ସେ ନେଇ ମନ୍ତ୍ରୀ  ଡିଆଇଜି ପିନାକ ମିଶ୍ର ଓ  ଓଡ଼୍ରାଫ୍ ଓ ଏନ୍ ଡି ଆର ଏଫ୍ ଟିମ୍ ସହ ଆଲୋଚନା କରୁଛନ୍ତି।

ତିହିଡି ବ୍ଲକ ବିଡ଼ିଓ ବିଭିନ୍ନ ବନ୍ୟା ଅଚଳ ବୁଲୁଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।