Flood in Odisha: ଧୋଇଯାଇଥିବା ରାସ୍ତା, ଭାଙ୍ଗିଥିବା ପୋଲ ଓ କ୍ଷତିଗ୍ରସ୍ତ ଘର ବୁଲି ଦେଖିଲେ ବିଜେଡି ନେତା

Aug 26, 2026 - 20:11
Flood in Odisha: ଧୋଇଯାଇଥିବା ରାସ୍ତା, ଭାଙ୍ଗିଥିବା ପୋଲ ଓ କ୍ଷତିଗ୍ରସ୍ତ ଘର ବୁଲି ଦେଖିଲେ ବିଜେଡି ନେତା

"ବୈଶିଙ୍ଗା (ଦୀପକ କୁମାର ସିଂହ): ବନ୍ୟା ପରେ ମୟୂରଭଂଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛି ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ଟିମ୍।

ବୁଢ଼ାବଳଙ୍ଗ ଓ ଗଂଗାହାର ନଦୀର ବନ୍ୟାରେ ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ଚିତ୍ର ଅନୁଧ୍ୟାନ କରିଛନ୍ତି ଟିମର ସଦସ୍ୟମାନେ।Advertisment ବନ୍ୟାଜଳରେ ଧୋଇଯାଇଥିବା ରାସ୍ତାଘାଟ, କ୍ଷତିଗ୍ରସ୍ତ ପୋଲ, ଭାଙ୍ଗିପଡ଼ିଥିବା ଘର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ନେତାମାନେ।

ବନ୍ୟା ପରେ ଜନଜୀବନ କିପରି ପ୍ରଭାବିତ ହୋଇଛି, ଲୋକଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ପ୍ରଭାବିତଙ୍କଠାରୁ ସିଧାସଳଖ ତଥ୍ୟ ସଂଗ୍ରହ କରିଥିଲେ।

ବିଶେଷ କରି ବଡ଼ସାହି ବ୍ଲକର ଶାଳଗାଁ, ମନୋଗୋବିନ୍ଦପୁର, ମାଣତ୍ରୀ ଏବଂ ବେତନଟୀ ବ୍ଲକର ପାଟୁଳିପୁରା ପଞ୍ଚାୟତ ଅଧୀନ ନଦୀ ପାର୍ଶ୍ୱବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଟିମ୍ ପରିଦର୍ଶନ କରିଥିଲା।

ବନ୍ୟା ଯୋଗୁଁ ଭିତ୍ତିଭୂମି ଓ ଲୋକଙ୍କ ଘରଦ୍ୱାର ଉପରେ ପଡ଼ିଥିବା ପ୍ରଭାବକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ହୋଇଥିଲା।

Modi speaks to Balen Sha: ନେପାଳ ବନ୍ୟା: ବାଲେନ ଶାହଙ୍କ ସହିତ କଥା ‌ହେଲେ ମୋଦୀ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ବାଲେଶ୍ୱର ଲୋକସଭା ନିର୍ବାଚନର ପୂର୍ବତନ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଦଳର ଏକାଧିକ ବରିଷ୍ଠ ନେତା ଏହି ଗସ୍ତରେ ସାମିଲ ହୋଇଥିଲେ।

ବନ୍ୟା ପରବର୍ତ୍ତୀ ବାସ୍ତବ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ଲୋକଙ୍କ ସମସ୍ୟା ଓ କ୍ଷୟକ୍ଷତିକୁ ଗୁରୁତ୍ୱ ଦେଇ ଆଲୋଚନା କରିଥିଲା ବିଜେଡି ଟିମ୍।

ଏହି ଗସ୍ତକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)