Flood In Bhadrak: ଖସିଲା ବୈତରଣୀ-ସାଳନ୍ଦୀ ଜଳସ୍ତର, ଟଳିନି ବିପଦ

Aug 01, 2026 - 20:49
Flood In Bhadrak: ଖସିଲା ବୈତରଣୀ-ସାଳନ୍ଦୀ ଜଳସ୍ତର, ଟଳିନି ବିପଦ

"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ଓ ସାଳନ୍ଦୀ ନଦୀର ପ୍ରଳୟଙ୍କରୀ ବନ୍ୟା ବିପତ୍ତି ଟଲିଛି।

ସାଳନ୍ଦୀ ନଦୀର ଜଳସ୍ତର ୧୧ ଫୁଟ ତଳକୁ ଖସି ଆସିଥିବା ବେଳେ  ବୈତରଣୀର ଜଳସ୍ତର ୧୭ ମିଟର ତଳକୁ ଖସି ଆସିଛି।

ଫଳରେ ବନ୍ୟାର ଭୟ ଆଉ ନାହିଁ।

କିନ୍ତୁ ବୈତରଣୀ ଓ  ସାଳନ୍ଦୀ  ନଦୀର ତଳିଆ ଅଞ୍ଚଳରେ ବନ୍ୟାଜଳ ଲୋକଙ୍କ ଚାଷଜମି  ଓ ରାସ୍ତା ଘାଟରେ ବୁଡ଼ି ରହୁଛି।

Advertisment ଚାନ୍ଦବାଲି ବ୍ଲକର ଦପା ନାୟକାନୀ ଅଞ୍ଚଳରେ ଲୋକମାନେ ଏବେ ବି  ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି।

ଏତେ ପାଣିରେ ଏହି ସବୁ ଅଞ୍ଚଳ ବୁଡ଼ି ରହିଥିବା ବେକେ ସେଠାରେ ପ୍ରଶାସନ ପହଞ୍ଚିବା  ସହଜ ହେଉ ନାହିଁ।

ଏହି ସବୁ ଅଞ୍ଚକୁ ବୋଟରେ ଯିବା ପାଇଁ ଏକ ଘଣ୍ଟାରୁ ଦୁଇ ଘଣ୍ଟା ସମୟ ଲାଗୁଛି।

ଆବଶ୍ୟକ ହେଲେ ଏହି  ସବୁ  ଅଞ୍ଚଳକୁ ଆକାଶ ମାର୍ଗରୁ ଖାଦ୍ୟ ପୁଡିଆ ଓ ଶୁଖିଲା ଖାଦ୍ୟର ସହାୟତା ଯୋଗାଇ ଦିଆଯିବ ବୋଲି ଭଦ୍ରକର ନୂତନ ଜିଲ୍ଲପାଳ ସୋମେଶ କୁମାର ଉପାଧ୍ୟାୟ  କହିଛନ୍ତି।

ନଦୀ ଜଳ କମି ଥିବା ବେକେ ଏହି ସବୁ ଅଞ୍ଚଳରେ ବନ୍ୟାର ପରବର୍ତ୍ତୀ  ସ୍ଥିତି ଗମ୍ଭୀର ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Flood In Bhadrak: ସାଳନ୍ଦୀ ବନ୍ୟାରେ ଉବୁଡୁବୁ ଭଦ୍ରକ ସହର ଚାନ୍ଦବାଲି ଓ ତିହିଡି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାର ପରର ସ୍ଥିତି ଜଟିଳ ରହିଥିବା ବେକେ ଏହିସବୁ ଅଞ୍ଚଳରେ ରିଲିଫ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନ ଯୋଜନା କରୁଛି।

ଜିଲ୍ଲାରେ ବନ୍ୟାର ପରବର୍ତ୍ତୀ ପରିସ୍ଥିତି ଜଟିଳ ରହିଥିବା ବେକେ ଲୋକମାନଙ୍କର ସ୍ୱାସ୍ଥ୍ୟ  ସେବା, ଗମନା ଗମନ ଓ ଅନ୍ୟାନ୍ୟ ସେବା ପାଇବା ପାଇଁ ଆଉ କିଛି ଦିନ ସମୟ ଲାଗିବ ବୋଲି ପ୍ରଶାସନ ବି ହୃଦୟଙ୍ଗମ କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।