Flood Impact: ବନ୍ୟା ଭସାଇନେଲା ବେଉସା
"ଦଶରଥପୁର: ବୈତରଣୀରେ ବନ୍ୟା ଆସିବା ପରେ ଶାଖା ନଦୀ କାଣୀରେ ଦଶରଥପୁର ତରପଦା ପଞ୍ଚାୟତ ଡୋଭାବିଲ - ପାଟଣା ଠାରେ ୨ ଟି ଘାଇ ସୃଷ୍ଟି ହୋଇଥିଲା।
ଏଥିରେ ନିକଟସ୍ଥ ଅହିୟାସ ବଜାର ବ୍ୟାପକ କ୍ଷତି ଘଟିଛି।Advertisment Dam construction: ୧୨ ବର୍ଷରେ ବନ୍ଧ ନିର୍ମାଣ: ମରାମତି ଖର୍ଚ୍ଚ ୬୦୦ କୋଟି, ତଥାପି ବୈତରଣୀ, କାଣୀରେ ୨୦ ଘାଇ, ୧୪ ଜୀବନହାନି ଯଦିଓ ବନ୍ୟା ଜଳ ହ୍ରାସ ପାଇଛି, ଗତ ୩ ଦିନ ଧରି ୪ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରଭାବିତ ହେଉଥିଲା।
ଏଣୁ ବ୍ୟବସାୟୀମାନଙ୍କ ବ୍ୟବସାୟିକ ଅନୁଷ୍ଠାନରେ ବନ୍ୟା ଜଳ ପ୍ରବେଶ କରି ସାମଗ୍ରୀ ନଷ୍ଟ କରିଦେଇଛି।
ଅହିୟାସ ବଜାରର ପ୍ରାୟ ୩୦୦ରୁ ଅଧିକ ଦୋକାନ ମଧ୍ୟରେ ବନ୍ୟା ଜଳ ପଶିଯିବାରୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ବ୍ୟବସାୟୀମାନେ କହିଛନ୍ତି ।
ସରକାରୀ ସହାୟତା ପାଇଁ ଦାବୀ ୩ ଦିନ ଧରି ଦୋକାନରେ ପ୍ରାୟ ୪ ଫୁଟ ବୁଡି ରହିବାରୁ ସେହି ଉଚ୍ଚତାରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଜିଥିବା ଦେଖିବାକୁ ମିଳିଛି।
ଯାହାକୁ ବ୍ୟବସାୟୀମାନେ ସଫା କରୁଥିବା ଦେଖିବାକୁ ମିଳିଛି।
ଶାଢ଼ୀ, ରାସନ, ମିଠା, ଜଳଖିଆ, ପୂଜା ସାମଗ୍ରୀ, ସିମେଣ୍ଟ, ସାଇକେଲ, ଷ୍ଟେସନାରୀ, ଷ୍ଟିଲ - ସିଲଭର, ଲୁହାକଣ୍ଟା, ଔଷଧ, ପାନ ଆଦି ବ୍ୟବସାୟୀଙ୍କ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି।
ଯାହାକି ସେମାନଙ୍କ ପରିବାର ପୋଷଣ ଏବଂ ବ୍ୟବସାୟ ଉପରେ ବିଶେଷ ପ୍ରଭାବ ସୃଷ୍ଟି କରିଛି।
ଏଣୁ ସେମାନଙ୍କୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।