Flood Fury Grips 6 Districts: ୬ ଜିଲ୍ଲାରେ ବନ୍ୟାର ତାଣ୍ଡବ, ୨୮ ହଜାର ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର

Jul 29, 2026 - 16:07
Flood Fury Grips 6 Districts: ୬ ଜିଲ୍ଲାରେ ବନ୍ୟାର ତାଣ୍ଡବ, ୨୮ ହଜାର ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର

୬ ଜିଲ୍ଲା... ୪୪ ବ୍ଲକ... ୨୩୩ ପଞ୍ଚାୟତ... ୭୪୮ ଗାଁ... ଚାରିଆଡ଼େ ବନ୍ୟାର ଦୁର୍ଦ୍ଦଶା। କେଉଁଠି ଗାଁ ଜଳବନ୍ଦୀ, କେଉଁଠି ବନ୍ୟା ଆଁରେ ଘରଦ୍ୱାର ଆଉ ଚାଷଜମି। ରାଜ୍ୟର ୬ ଜିଲ୍ଲାରେ ଏବେ ବନ୍ୟାର ତାଣ୍ଡବ। ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଓ ସମ୍ବଲପୁରରେ ବନ୍ୟା ସ୍ଥିତି। ଆଉ ଏହି ବନ୍ୟା ଏଯାଏଁ ନେଇସାରିଲାଣି ୩ ଜଣଙ୍କ ଜୀବନ।

ରାଜସ୍ବ ବିଭାଗର ତଥ୍ୟ ଅନୁସାରେ, ୬ ଜିଲ୍ଲାର ୪୪ ବ୍ଲକ ବନ୍ୟା ପ୍ରଭାବିତ। ୨୩୩ ପଞ୍ଚାୟତରେ ଦେଖାଦେଇଛି ବନ୍ୟା ସ୍ଥିତି। ୭୪୮ଟି ଗାଁ ଓ ୬ଟି ସହରାଞ୍ଚଳ ଉପରେ ପଡ଼ିଛି ବନ୍ୟାର ପ୍ରଭାବ। ଅନେକ ସ୍ଥାନରେ ପାଣି ଘେରରୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର। 

ବନ୍ୟାରେ ୨ ଲକ୍ଷ ୩ ହଜାର ୨୦୮ ଲୋକ ପ୍ରଭାବିତ ହୋଇଥିବାବେଳେ ୨୭ ହଜାର ୯୬୭ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର। ସେପଟେ ବନ୍ୟା ପାଣି ଛାଡ଼ିଯାଉଛି କ୍ଷୟକ୍ଷତିର ଚିହ୍ନ। ବନ୍ୟାରେ ୭୬୧ ଘର ସହିତ ୭,୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଏପଟେ ବନ୍ୟା ମୁକାବିଲା ପାଇଁ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ୨ଟି NDRF, ୧୨ଟି ଓଡ୍ରାଫ ଏବଂ ୪୪ଟି ଫାୟାର୍ ଟିମ୍ ନିୟୋଜିତ ଅଛନ୍ତି। 

ରାଜ୍ୟରେ ୬ ଜିଲ୍ଲାରେ ବନ୍ୟା
ବନ୍ୟାରେ ୩ ଜଣଙ୍କର ମୃତ୍ୟୁ
୬ ଜିଲ୍ଲାର ୪୪ ବ୍ଲକ ବନ୍ୟା ପ୍ରଭାବିତ
୨୩୩ ପଞ୍ଚାୟତରେ ଦେଖାଦେଇଛି ବନ୍ୟା ସ୍ଥିତି
ବାଲେଶ୍ବର, ଭଦ୍ରକ, ଢେଙ୍କାନାଳରେ ବନ୍ୟା
ଯାଜପୁର, ମୟୂରଭଞ୍ଜ, ସମ୍ବଲପୁରରେ ବନ୍ୟା
୭୪୮ଟି ଗାଁ ଓ ୬ଟି ସହରାଞ୍ଚଳ ପ୍ରଭାବିତ
୨ ଲକ୍ଷ ୩ ହଜାର ୨୦୮ ଲୋକ ବନ୍ୟା ପ୍ରଭାବିତ
୨୭ ହଜାର ୯୬୭ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର
ବନ୍ୟାରେ ୭୬୧ ଘର କ୍ଷତିଗ୍ରସ୍ତ
୭,୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ
୨ଟି NDRF, ୧୨ଟି ଓଡ୍ରାଫ, ୪୪ଟି ଫାୟାର୍ ଟିମ୍ ନିୟୋଜିତ
ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।