Flood Crisis Deepens: ୩ଟି ନଦୀରେ ୭ଟି ଘାଇ ସୃଷ୍ଟି, ପରିସ୍ଥିତି ସଙ୍ଗୀନ
ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର। ୩ଟି ନଦୀରେ ୭ଟି ଘାଇ ସୃଷ୍ଟି ହୋଇଛି । ବ୍ରାହ୍ମଣୀରେ ୪, ବୈତରଣୀର ଶାଖା ନଦୀ କାଣିରେ ୨ଟି ଘାଇ ହୋଇଛି। ଖରସ୍ରୋତାର ଶାଖା ନଦୀ ନୂଆ ମାହାରାରେ ଗୋଟିଏ ଘାଇ ସୃଷ୍ଟି ହୋଇଛି । ପ୍ରାୟ ୨୫୦ ଗାଁର ପାଖାପାଖି ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୧୦ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।
ସେହିପରି ବ୍ରାହ୍ମଣୀ ନଦୀରେ ବନ୍ୟା ଆସି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳ ପ୍ରଭାବିତ। ପଟ୍ଟାମୁଣ୍ଡାଇର ୧୦ ପଂଚାୟତ ସହ ମୁନିସିପାଲିଟିର ୭ଟି ୱାର୍ଡରେ ପାଣି ପଶିଛି। ରାସ୍ତା ଉପରେ ଚାଲୁଛି ୨ ଫୁଟର ପାଣି। ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରୋଗୀକୁ ଅଣ୍ଟାଏ ପାଣିରେ କାନ୍ଧେଇ ଅଣାଯାଇଥିବାର ଦେଖିବାକୁ ମିଳିଛି।
ମହାନଦୀ ଓ ପାଇକା ନଦୀ ବନ୍ୟାରେ କୁଜଙ୍ଗ ବ୍ଲକର ୫ ଗ୍ରାମ ବିଚ୍ଛିନ୍ନ। ସାଇଲୋ ପଞ୍ଚାୟତର ହରିପୁର, ତାଳଦଣ୍ଡାର ମଧୁପୁର, ଜିଲ୍ଲାନାସୀ ପଞ୍ଚାୟତର ସାହାରାଡିହା ଏବଂ ବାଲିକଣି ପଞ୍ଚାୟତର କାଳିକୁଦ ଓ ଚୌଧୁରୀକୁଦ ଗ୍ରାମ ବନ୍ୟାଜଳରେ ଘେରି ରହିଛି। ଗାଁ ଦାଣ୍ଡ ସହ ଅନେକ ଘରେ ପାଣି ପଶିଯାଇଥିବାରୁ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି।
ପ୍ରଶାସନ ପକ୍ଷରୁ ମଧୁପୁର ୟୁପି ସ୍କୁଲ ଓ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଲାଯାଇଥିବା ଆଶ୍ରୟସ୍ଥଳକୁ ପ୍ରାୟ ୬୦ରୁ ୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଯାତାୟାତ ସୁବିଧା ପାଇଁ ୫ଟି ବୋଟ ଓ ଗାଁ ଭିତରେ ଚଳାଚଳ ପାଇଁ ୬ଟି ଛୋଟ ଡଙ୍ଗା ମୁତୟନ କରାଯାଇଛି। ଗତକାଲିଠାରୁ ଶୁଖିଲା ଖାଦ୍ୟ ଓ ଗୋଖାଦ୍ୟ ବିତରଣ ଜାରି ରହିଛି। ବିପନ୍ନଙ୍କ ସହାୟତା ପାଇଁ ପ୍ରଶାସନ ସତର୍କ ଥିବାବେଳେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ତଦାରଖ କରୁଛନ୍ତି। ...
ଯାଜପୁର ଜିଲ୍ଲାର ୩ଟି ନଦୀରେ ୭ଟି ଘାଇ ସୃଷ୍ଟି
ବ୍ରାହ୍ମଣୀରେ ୪, ବୈତରଣୀର ଶାଖା ନଦୀ କାଣିରେ ୨ଟି ଘାଇ
ଖରସ୍ରୋତାର ଶାଖା ନଦୀ ନୂଆ ମାହାରାରେ ଗୋଟିଏ ଘାଇ
ପ୍ରାୟ ୨୫୦ ଗାଁର ପାଖାପାଖି ଲକ୍ଷେରୁ ଅଧିକ ଲୋକ ପ୍ରଭାବିତ
୧୦ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନାନ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।