Flood Alert in Cuttack: ମାଡ଼ିଆସୁଛି ବନ୍ୟାପାଣି, ଲାଗିଲା କଟକଣା; ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ

Jul 09, 2026 - 09:47
Flood Alert in Cuttack: ମାଡ଼ିଆସୁଛି ବନ୍ୟାପାଣି, ଲାଗିଲା କଟକଣା; ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ

ହୀରାକୁଦ ଜଳଭଣ୍ଡାରରୁ ଆଜି ବନ୍ୟାଜଳ ନିଷ୍କାସନ ହେବାକୁ ଥିବାରୁ କଟକରେ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧ୍ୟକ୍ଷ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କଟକଣା ଜାରି କରିଛନ୍ତି। ମହାନଦୀ ଏବଂ ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା ଓ ଅନ୍ୟ କୌଣସି ମନୋରଞ୍ଜନମୂଳକ କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। 

କଟକ ମହାନଗର ନିଗମ କମିଶନର ଏବଂ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନଦୀ ଘାଟଗୁଡ଼ିକରେ ମାଇକ୍ ଯୋଗେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ନିରନ୍ତର ତଦାରଖ ପାଇଁ ନୋଡାଲ ଅଧିକାରୀ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମ୍ପୃକ୍ତ ଥାନାର ସମସ୍ତ ଥାନା ଅଧିକାରୀ ଏବଂ ପୁଲିସ ପାଟ୍ରୋଲିଂ ଟିମ୍ କୁ ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଲୋକଙ୍କୁ ନଦୀ ଘାଟକୁ ଯିବାରୁ ବାରଣ କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ବାଲିଘାଟ ମାନଙ୍କର କାର୍ଯ୍ୟକଳାପ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।