22 JULY 2026

Welcome!

Unlock your personalized experience.
Sign Up

Fire: ଚୀନ୍‌ରେ ଶକ୍ତିଶାଳୀ ବିସ୍ଫୋରଣ: ୭ ମୃତ,୧୭ ଆହତ

Jun 11, 2026 - 15:03
Fire: ଚୀନ୍‌ରେ ଶକ୍ତିଶାଳୀ ବିସ୍ଫୋରଣ: ୭ ମୃତ,୧୭ ଆହତ

ବେଜିଂ: ଚୀନ୍‌ର ଦକ୍ଷିଣ-ପଶ୍ଚିମ ଗୁଆଙ୍ଗସି ଅଞ୍ଚଳରେ ଏକ ବଡ଼ ବିସ୍ଫୋରଣରେ ସାତ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି, ସମସ୍ତ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କେହି ଗୁରୁତର ନାହାନ୍ତି। 

ବିସ୍ଫୋରଣ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି। ପ୍ରାରମ୍ଭିକ ତଦନ୍ତରୁ ନିଶ୍ଚିତ ହୋଇଛି ଯେ, ବିସ୍ଫୋରଣ ଗ୍ୟାସ୍ ପାଇପଲାଇନ୍ ସହିତ ଜଡିତ ନୁହେଁ। ଦୁର୍ଘଟଣାର କାରଣ ଭିନ୍ନ ହୋଇପାରେ। କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଘେରାବନ୍ଦୀ କରିଛନ୍ତି ଏବଂ ତଦନ୍ତ ପାଇଁ ବିଶେଷଜ୍ଞ ଦଳଙ୍କୁ ନିୟୋଜିତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ତଦନ୍ତ ସମାପ୍ତ ହେବା ପରେ ହିଁ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିବ।

ଆହୁରି ପଢ଼ନ୍ତୁ: Fire: ପୂରା ପରିବାରକୁ ନିଶ୍ଚିହ୍ନ କରିଦେଲା ଦିଲ୍ଲୀ ଅଗ୍ନିକାଣ୍ଡ; ମୁରବିଙ୍କ ମୃତ୍ୟୁ ପରେ ଘର ଶୂନ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।