Fire incident: ଭସାଣି ବେଳେ ଅଗ୍ନିକାଣ୍ଡ: ୫ ଶିଶୁ ଗୁରୁତର

Sep 19, 2026 - 07:26
Fire incident: ଭସାଣି ବେଳେ ଅଗ୍ନିକାଣ୍ଡ: ୫ ଶିଶୁ ଗୁରୁତର

"ବ୍ରହ୍ମପୁର: ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଘଟିଯାଇଛି ଅଭାବନୀୟ ଘଟଣା।

ପ୍ରତାପୁର ଋଷିକୁଲ୍ୟା ନଦୀରେ ଭସାଣି ବେଳେ ଛାତ୍ର ନିଖୋଜ ହେବାର କିଛି ଘଣ୍ଟା ମଧ୍ୟରେ ଶୁକ୍ରବାର ରାତିରେ ଜେନେରେଟର ନିଆଁ ଲାଗି ୫  ଶିଶୁ ପୋଡ଼ି ଗୁରୁତର  ହୋଇଛନ୍ତି।

ସେମାନେ ହେଲେ ସୀତାରାମପୁର ଆଗ୍ରାହରମ୍ ସାହିର ଇତିଶ୍ରୀ ନାୟକ (୪), ସୁହାନୀ ନାୟକ (୧୧), ଭୂମି ନାୟକ (୮), ରାହରି ନାୟକ (୭) ଓ ବିକାଶ ନାୟକ (୫) ବୋଲି ଜଣାପଡ଼ିଛି।Advertisment Hamleys' flagship : ହାମଲେଜ୍‌ର ଫ୍ଲାଗସିପ୍‌ ଜୁବିଲି ହିଲ୍‌ସ ଷ୍ଟୋର୍‌ ଉଦ୍‌ଘାଟିତ ସୂଚନା ଅନୁଯାୟୀ, ମେଢ଼ ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା।

ତାହା ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଏହି ଶିଶୁମାନେ ସେହି ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ।

ତେବେ ଜେନେରେଟରର ଅତ୍ୟଧିକ ତାପ ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା।

ଫଳରେ ସେଠାରେ ବସିଥିବା ୫ ଜଣ ଶିଶୁ  ପୋଡ଼ିହୋଇଯାଇଥିଲେ।

ଦୁର୍ଘଟଣା ପରେ ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ମାତ୍ର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ହସ୍ପିଟାଲରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇବାର ବ୍ୟବସ୍ଥା କରିଛନ୍ତି।

Women Farmers: ପିଜୁଳି ବଗିଚାରୁ ଲାଭାଂଶ ପାଇଲେ ୨୫୩ ମହିଳା ଅଂଶୀଦାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)