Fire in Germany: ଜର୍ମାନୀରେ ଅଗ୍ନିକାଣ୍ଡ: ୩ ଭାରତୀୟଙ୍କ ମୃତ୍ୟୁ, ୫ ଗୁରୁତର

Oct 14, 2026 - 22:22
Fire in Germany: ଜର୍ମାନୀରେ ଅଗ୍ନିକାଣ୍ଡ: ୩ ଭାରତୀୟଙ୍କ ମୃତ୍ୟୁ, ୫ ଗୁରୁତର

"ନୂଆଦିଲ୍ଲୀ: ଜର୍ମାନୀର ବୋଚୁମ୍ ସହରରେ ଆଜି ଭୋର ସମୟରେ ଏକ ଆବାସିକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ୨୫ ଓ ୨୭ ବର୍ଷର ଦୁଇଜଣ ମହିଳା ଏବଂ ଜଣେ ୨୬ ବର୍ଷର ଯୁବକ ସାମିଲ ଅଛନ୍ତି।

Advertisment ଏହି ଘଟଣାରେ ଜର୍ମାନୀ ପୁଲିସ ହତ୍ୟା ସନ୍ଦେହରେ ଉକ୍ତ ବିଲ୍ଡିଂରେ ରହୁଥିବା ଜଣେ ୪୧ ବର୍ଷୀୟ ରୋମାନିଆ ନାଗରିକଙ୍କୁ ବୁଧବାର ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଏହା କୌଣସି ବୈଷୟିକ ତ୍ରୁଟି ଯୋଗୁଁ ବୋଲି ଜଣାପଡ଼ିନଥିବାରୁ ଏହି କୋଠାରେ ନିଆଁ ଲଗାଯାଇଥିବା ସନ୍ଦେହ କରାଯାଉଛି।

ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନା ଏକ ଦୁର୍ଘଟଣା, ସେ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ବାରା ଅଭିଯୁକ୍ତକୁ ଜେରା କରାଯାଉଛି।

Fire At A Wedding: କଙ୍ଗୋ ବାହାଘର ଭୋଜିରେ ଭୟାବହ ଅଗ୍ନିକାଣ୍ଡ: ୨୨ ମୃତ, ଅନେକ ଗୁରୁତର ୩ ଜଣ ଭାରତୀୟଙ୍କ ମୃତଦେହ ଉଦ୍ଧାରଜର୍ମାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବୋଚୁମ୍ ସହରର ହୋଫ୍‌ଷ୍ଟେଡ୍ ଜିଲ୍ଲାରେ ଥିବା ଏକ ବହୁତଳ ଆବାସିକ ବିଲ୍ଡିଂରେ ସ୍ଥାନୀୟ ସମୟ ଭୋର ପ୍ରାୟ ୪ଟା ୧୫ ମିନିଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିବା ଏକ ଫ୍ଲାଟ୍‌ ଭିତରୁ ୩ ଜଣ ଭାରତୀୟଙ୍କ ମୃତଦେହ ଉଦ୍ଧାର କରିଥିଲା।

ଅନ୍ୟ ୫ ଜଣ ଆହତ ବ୍ୟକ୍ତି ଧୂଆଁ ଯୋଗୁଁ ଅସୁସ୍ଥ ହୋଇପଡ଼ିଥିବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତକମାନଙ୍କ ସଂପର୍କରେ ଅଧିକ ତଥ୍ୟ ସାର୍ବଜନୀନ କରାଯାଇ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)