Fire: ଆଲବର୍ଟାର ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ: ବହୁ ସୈନିକ ଜୀବନ୍ତ ଦଗ୍ଧ
"ଓଟାୱା: କାନାଡାର ଆଲବର୍ଟା ପ୍ରଦେଶର ଏକ ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ପ୍ରତିରକ୍ଷା ମନ୍ତ୍ରୀ ଡେଭିଡ୍ ମ୍ୟାକଗୁଣ୍ଟି କହିଛନ୍ତି ଯେ, ଏହି ଘଟଣାରେ ଅନେକ ସୈନିକ ଏବଂ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।
ତେବେ ସେ ମୃତକ ଏବଂ ଆହତଙ୍କ ସଠିକ୍ ସଂଖ୍ୟା ପ୍ରଦାନ କରିନାହାନ୍ତି।
Advertisment ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ମ୍ୟାକଗୁଣ୍ଟି କହିଛନ୍ତି, ରୟାଲ କାନାଡିଆନ ମାଉଣ୍ଟେଡ୍ ପୁଲିସ ଘଟଣାର ତଦନ୍ତ କରୁଛି।
ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ରହିଛି।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କାନାଡାର ସାମରିକ ବାହିନୀ ସଂଘୀୟ ସରକାର, ପ୍ରାଦେଶିକ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ନିକଟସ୍ଥ ୱେନରାଇଟ୍ ଅଞ୍ଚଳର ହସ୍ପିଟାଲ ଏବଂ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସମବେଦନା ୱେନରାଇଟ୍ ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ନିଆଁ ସାମରିକ ଘାଟିର ସୀମା କାନ୍ଥ ବାହାରକୁ ବ୍ୟାପି ଯାଇଥିଲା।
ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା।
ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିଥିଲେ।
କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସୋସିଆଲ ମିଡିଆରେ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ଆଲବର୍ଟାର ମୁଖ୍ୟମନ୍ତ୍ରୀ ଡାନିଏଲ ସ୍ମିଥ୍ ଅଗ୍ନିକାଣ୍ଡକୁ ଗମ୍ଭୀର ଏବଂ ଦୁଃଖଦ ବୋଲି ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି ଯେ, ଏହି ଘଟଣାରେ ଅନେକ ସାମରିକ କର୍ମଚାରୀ ପ୍ରଭାବିତ ହୋଇଛନ୍ତି।
Accident: ଦୁର୍ଗା ମନ୍ଦିର ବାହାରେ ଭିଡିଓ ଦେଖୁଥିଲେ ୭ଜଣ; ଚଢ଼ିଗଲା ଦ୍ରୁତଗାମୀ କାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
