FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା

Sep 21, 2026 - 00:43
FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା

"ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ଜେକେପୁର ଅମଲାଭଟ୍ଟା ଛକ ଠାରୁ ବିଷମକଟକ ଥେରୁବାଲି ପର୍ଯ୍ୟନ୍ତ ଯାଉଥିବା ରାସ୍ତା ସଂପୂର୍ଣ ମରଣଜନ୍ତା ପାଲଟିଯାଇଥିବାରୁ ବହୁ ଧନ ଓ ଜୀବନ ହାନୀ ଘଟୁଛି।

ଏହା ସହ ବହୁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବା ସହ ହଜାର ହଜାର ଲୋକ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Advertisment ଏପରିକି କମ୍ପାନି କର୍ମଚାରୀ, ଛାତ୍ରଛାତ୍ରୀ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟ ପହଁଚିପାରୁନାହାନ୍ତି।

ଏନେଇ ବହୁ ଆପତ୍ତି ଅଭିଯୋଗ ସତ୍ବେ ବିଭାଗିୟ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି।

ଆଜି ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଫାଣ୍ଡିରେ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ଏତଲା ଦିଆଯାଇଥିବା ଜଣାପଡିଛି।

ସୂଚନାରୁ ଜଣାପଡିଛି ଚାନ୍ଦିଲି ଥାନା ଅନ୍ତର୍ଗତ ବୁଜିଗୁଡ଼ା ଗ୍ରାମର ଅଶୋକ ହିକକା ଲିଖିତ ଭାବେ ଥେରୁବାଲି ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଥେରୁବାଲି ନାଗରିକ ମଞ୍ଚର ସଭାପତି ଅଶୋକ ହିକକା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଜେକେପୁର ଠାରୁ ବିଷମକଟକ ଦେଇ ଥେରୁବାଲି ରାସ୍ତାର ଅଧିକାଂଶ ସ୍ଥାନରେ ବଡ ବଡ ଗର୍ତ ସୃଷ୍ଟି ହୋଇଛି।

ଫଳରେ ବହୁ ଭାରୀଜାନ ଗୁଡିକ ଏହି ଗର୍ତ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ଭଙ୍ଗାଭଙ୍ଗା ହୋଇ ରାସ୍ତାରେ ପଡ଼ି ରୁହଛି।

ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ତଥା ସେଡ୍ୟୁଲ ଅଞ୍ଚଳରୁ ହୋଇଥିବାରୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକ ନିବେଦନ କରିବା ସହ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଏହି ଅଞ୍ଚଳରୁ ହଜାର ହଜାର କୋଟି ଟଙ୍କାର ଟିକସ ସରକାରଙ୍କ ପାଖକୁ ଯାଉଥିଲେ  ମଧ୍ୟ ସରକାରଙ୍କ ନିଘା ନାହିଁ।

ଏଣୁ ଆମେ ଏହି ଅଞ୍ଚଳର ରାସ୍ତା ନିର୍ମାଣ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଯଦି ୧୫ ଦିନ ମଧ୍ୟରେ କାର୍ଯ୍ୟାନୁ‌ଷ୍ଠାନ ଗ୍ରହର ନକରିଲେ ୧୫ ଦିନ ପରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଥେରୁବାଲି ଡି ପି କେମ୍ପ ଠାରେ ରାଜ୍ୟ ରାଜପଥରେ ରାସ୍ତା ରୋକ କରାଯିବ ବୋଲି ଏତଲାରେ ଶ୍ରୀ ହିକକା ଦର୍ଶାଇଛନ୍ତି।

ଏତଲା‌ ଦେବା ସମୟରେ ନିର୍ମାଣ ମହାସଂଘ ସଭାପତି ନିରଂଜନ ପାତ୍ର, ଭବାନୀ ଶଙ୍କର ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)