FIH Pro League: ଏଫ୍ଆଇଏଚ୍ ପ୍ରୋ-ଲିଗ୍: ସୁଟ୍ଆଉଟ୍ରେ ଇଂଲଣ୍ଡଠୁ ହାରିଲା ଭାରତ
"ଲଣ୍ଡନ: ଚଳିତ ଏଫ୍ଆଇଏଚ୍ ପ୍ରୋ-ଲିଗ୍ର ଲଣ୍ଡନ ଲେଗ୍ରେ ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଶୁକ୍ରବାର ଘରୋଇ ଦଳ ଇଂଲଣ୍ଡଠୁ ହାରି ଯାଇଛି।
କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ନିର୍ଦ୍ଧାରିତ ସମୟ ୨-୨ ଗୋଲ୍ରେ ଶେଷ ହୋଇଥିଲା।
ଫଳରେ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା।
ଏଥିରେ ଭାରତ ୧-୪ରେ ପଛରେ ପଡ଼ି ପରାଜୟ ବରଣ କରି ୧ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛି।Advertisment ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା ମ୍ୟାଚ୍ର ଦଶମ ମିନିଟ୍ରେ ଦିଲ୍ପ୍ରୀତ ସିଂହଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ଦ୍ବିତୀୟ କ୍ବାର୍ଟରରେ ଡେଭିଡ୍ ଗୁଡଫିଲ୍ଡ (୨୯ ମିନିଟ୍)ଙ୍କ ଗୋଲ୍ରେ ଇଂଲଣ୍ଡ ମ୍ୟାଚ୍କୁ ସମାନ ସ୍ତରକୁ ଆଣିଥିଲା।
ତୃତୀୟ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ହେଲେ ଅନ୍ତିମ ତଥା ଚତୁର୍ଥ କ୍ବର୍ଟର ଶେଷ ୪ ମିନିଟ୍ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲା।
୫୬ତମ ମିନିଟ୍ରେ ଇଂଲଣ୍ଡକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନିକୋଲାସ ବନ୍ଦୁରାକ ଗୋଲ୍ରେ ପରିଣତ କରି ଘରୋଇ ଦଳକୁ ଆଗୁଆ କରିଥିଲେ।
ହେଲେ ଏହାର ଦୁଇ ମିନିଟ୍ ପରେ ଦିଲପ୍ରୀତ ସିଂହ (୫୮ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ମ୍ୟାଚ୍କୁ ସମାନସ୍ତରକୁ ଆଣିଥିଲେ।
ସୁଟ୍ଆଉଟ୍ରେ ଭାରତର କେବଳ ଅଧିନାୟକ ହର୍ମନପ୍ରୀତ ସିଂହ ଗୋଲ୍ କରିବାରେ ସଫଳ ହୋଇଥିଲେ।
World Cup: ରାଉଣ୍ଡ ୩୨କୁ ନେଦରଲାଣ୍ଡ୍ସ, ଜାପାନ, ସ୍ବିଡେନ୍ର ଯୋଗ୍ୟତା "