FIFA Rankings: ଫିଫା ମାନ୍ୟତାରେ ଭାରତ ୩ ସ୍ଥାନ ଖସିଲା
"ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଫୁଟ୍ବଲ୍ ଦଳ ସଦ୍ୟପ୍ରକାଶିତ ଫିଫା ମାନ୍ୟତାରେ ୩ ସ୍ଥାନ ତଳକୁ ଖସି ୧୩୯ରେ ପହଞ୍ଚିଛି।
ଭାରତୀୟ ଦଳର ଲଗାତାର ୩ ମ୍ୟାଚ୍ ପରାଜୟ କାରଣରୁ ଏଭଳି ଅବନତି ଘଟିଛି।
ୟୁନିଟି କପ୍ରେ ଲଗାତାର ୨ ପରାଜୟ ପୂର୍ବରୁ ତାଜିକସ୍ତାନ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ରେ ୧-୩ରେ ପରାସ୍ତ ହୋଇଥିଲା।Advertisment ହଂକଂକୁ ପରାସ୍ତ କରି ଏହି ସଫଳତା ପାଇଥିଲା ଖଲିଦ ଜମିଲଙ୍କ ଦଳ ଏପ୍ରିଲ ୧ରେ ପ୍ରକାଶିତ ଫିଫା ମାନ୍ୟତାରେ ୫ଟି ସ୍ଥାନ ଉଠି ୧୩୬ରେ ରହିଥିଲା।
ଏଏଫ୍ସି ଏସୀୟ କପ୍ ୨୦୨୭ ଯୋଗ୍ୟତା ମ୍ୟାଚ୍ରେ ଭାରତ ୨-୧ ଗୋଲ୍ରେ ହଂକଂକୁ ପରାସ୍ତ କରି ଏହି ସଫଳତା ପାଇଥିଲା।
ନିକଟରେ ଭାରତ ୦-୨ରେ ଜାମାଇକା, ୦-୧ରେ ଜିମ୍ବାୱେ ଓ ୧-୩ରେ ତାଜିକସ୍ତାନଠୁ ହାରିଯାଇଥିଲା।
ମଙ୍ଗଳବାର ତାଜକିସ୍ତାନ ବିପକ୍ଷରେ ଦ୍ବିତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ ଭାରତ।
ଆହୁରି ପଢ଼ନ୍ତୁ:Storm Damages: ଝଡ଼ବର୍ଷାରେ ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏୟାର ଇଣ୍ଡିଆର ତିନୋଟି ବିମାନ କ୍ଷତିଗ୍ରସ୍ତ: ସୁରକ୍ଷା ଉପରେ ପ୍ରଶ୍ନ ଉଠିଲା ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।