FIFA: ଅଟକିଲା ଜାପାନ: ଆହତ ସମୟ ଗୋଲ୍ରେ ଆଗେଇଲା ବ୍ରାଜିଲ
"ହ୍ୟୁଷ୍ଟନ: ଫିଫା ଫୁଟ୍ବଲ୍ ବିଶ୍ବକପ୍ ଇତିହାସର ସଫଳତମ ଦଳ ବ୍ରାଜିଲଙ୍କୁ ବଞ୍ଚାଇ ଦେଇଛି ନାଟକୀୟ ପ୍ରତ୍ୟାବର୍ତ୍ତନ ଏବଂ ଆହତ ସମୟ ଗୋଲ୍।
କେବଳ ବଞ୍ଚାଇନି, ବରଂ ଉତ୍କଣ୍ଠାପୂର୍ଣ୍ଣ ଭାବେ ଚଳିତ ବିଶ୍ବକପ୍ର ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚାଇ ଦେଇଛି।
ସୋମବାର ଜାପାନ ବିପକ୍ଷରେ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିବା ବ୍ରାଜିଲ ପ୍ରଥମାର୍ଦ୍ଧ ସୁଦ୍ଧା ଅପ୍ରତ୍ୟାଶିତ ଭାବେ ୦-୧ରେ ପଛୁଆ ରହିଥିଲା।
ତେବେ ଦ୍ବିତୀୟାର୍ଦ୍ଧର ଏକାଦଶ ମିନିଟ୍ରେ ସ୍ଥିତି ୧-୧ କରି ନେଇଥିଲା।
ପରେ ଆହତ ସମୟରେ ବିଜୟ ସୂଚକ ଗୋଲ୍ ଦେଇ ନାଟକୀୟ ଢଙ୍ଗରେ ୨-୧ ଗୋଲ୍ରେ ମ୍ୟାଚ୍ ଜିତି ନେଇଥିଲା।
ତା" ସହିତ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିଥିଲା ଏହି ଲାଟିନ୍ ଆମେରିକୀୟ ଦଳ।
ଅନ୍ୟପକ୍ଷରେ ଲଢ଼ୁଆ ଖେଳ ଖେଳି ମ୍ୟାଚ୍ର ପ୍ରଥମ ଗୋଲ୍ ଦେବା ପରେ ୫୬ ମିନିଟ୍ରେ ବ୍ରାଜିଲକୁ ଫେରିବାର ସୁଯୋଗ ଦେବା ଜାପାନ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି।
ପୁଣି ଆହତ ସମୟରେ ଏକାଗ୍ରତା ହରାଇ ଆଉ ଏକ ଗୋଲ୍ (୯୦+୫) ବରଣ କରିବା ପରେ ଏହି ଏସୀୟ ଶକ୍ତିର ବିଶ୍ବକପ୍ ଅଭିଯାନ ରାଉଣ୍ଡ୍ ଅଫ୍ ୩୨ରେ ଶେଷ ହୋଇଯାଇଛି।
ହୁଷ୍ଟନ ଷ୍ଟାଡିୟମ୍ରେ ରବିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ରୋମାଞ୍ଚକ ମ୍ୟାଚ୍ରେ ଜାପାନ ପ୍ରଥମାର୍ଧରେ ଅଗ୍ରଣୀ ହୋଇଥିଲେ ମଧ୍ୟ ବ୍ରାଜିଲ ଦ୍ୱିତୀୟାର୍ଧରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବିଜୟ ହାସଲ କରିଥିଲା।
ମ୍ୟାଚ୍ର ୨୯ତମ ମିନିଟ୍ରେ ଡାନିଲୋଙ୍କ ଭଲ ପାସ୍କୁ ସୁଯୋଗରେ ପରିଣତ କରିଥିଲେ କାଇଶୁ ସାନୋ।Advertisment Football League: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍: ନିତା ଫୁଟ୍ବଲ୍ ଏକାଡେମୀ ବିଜେତା ଏକ ଚମତ୍କାର ସଟ୍ ବଳରେ ବ୍ରାଜିଲ ଗୋଲ୍ପୋଷ୍ଟ ଭିତରକୁ ବଲ୍ ପଠାଇ ଦେଇଥିଲେ ସେ।
ତା" ସହିତ ନିଜ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ।
ଏହାପରେ ବ୍ରାଜିଲ କ୍ରମାଗତ ଆକ୍ରମଣ କରିଥିଲେ ମଧ୍ୟ ପ୍ରଥମାର୍ଧରେ ସଫଳତା ପାଇନଥିଲା।
ବିରତି ପରେ ବ୍ରାଜିଲ ଆକ୍ରମଣର ଧାର ବଢ଼ାଇଥିଲା।
୫୬ତମ ମିନିଟ୍ରେ କାସେମିରୋଙ୍କ ଗୋଲ୍ ବଳରେ ପାଞ୍ଚ ଥର ବିଜେତା ବ୍ରାଜିଲ ସ୍ଥିତି ୧-୧ କରି ନେଇଥିଲା।
ମ୍ୟାଚ୍ ଆହତ ସମୟକୁ ଗଡ଼ିବା ପରେ ଗାବ୍ରିଏଲ୍ ମାର୍ଟିନେଲି ଏକ ଚମତ୍କାର ଗୋଲ୍ ସ୍କୋର୍ କରି ବ୍ରାଜିଲକୁ ୨-୧ରେ ଅଗ୍ରଣୀ କରାଇଥିଲେ।
ଅନ୍ତିମ କ୍ଷଣର ଏହି ଗୋଲ୍କୁ ଶୁଝିବା ଜାପାନ ପାଇଁ ଏକପ୍ରକାର ଅସମ୍ଭବ ଥିଲା।
ଫଳରେ ବ୍ରାଜିଲ ଗୋଟିଏ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତି ଆଗକୁ ବଢ଼ିଥିଲା।
ବ୍ରାଜିଲ ପକ୍ଷରୁ ସ୍କଟଲ୍ୟାଣ୍ଡ୍ ବିପକ୍ଷରେ ଖେଳିଥିବା ଦଳକୁ ଅପରିବର୍ତ୍ତିତ ରଖାଯାଇଥିଲା।
ତାରକା ଖେଳାଳି ନେମାର ମାଂସପେଶୀ ଯନ୍ତ୍ରଣା ପାଇଁ ଖେଳି ନଥିଲେ।
ଆହତ ରାଫିନ୍ହାଙ୍କ ସ୍ଥାନରେ ୧୯ ବର୍ଷୀୟ ରାୟାନ୍ ଆକ୍ରମଣଭାଗରେ ସୁଯୋଗ ପାଇଥିଲେ।
ସେପଟେ ଜାପାନ ଚାରିଟି ପରିବର୍ତ୍ତନ କରିଥିବା ବେଳେ ଗୋଇଠି ଆଘାତ ଲାଗି ଟାକେଫୁସା କୁବୋ ମଧ୍ୟ ଏହି ମ୍ୟାଚ୍ ଖେଳି ପାରି ନଥିଲେ।
Football: ସମ୍ବଲପୁରରେ ଫିଫା ମାନର ଆଧୁନିକ ପଡ଼ିଆ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ"