Ferrari: ଫରାରି ଲଞ୍ଚ୍ କଲା ଇଲେକ୍ଟ୍ରିକ୍ କାର୍

ଇଟାଲିର ଖ୍ୟାତନାମା ବିଳାସପୂର୍ଣ୍ଣ କାର୍ ନିର୍ମାତା ଫରାରି ତା’ର ପ୍ରଥମ ଇଲେକ୍ଟ୍ରିକ୍ କାର୍ ଦି ଫରାରି ଲୁସ୍ ଉନ୍ମୋଚନ କରିଛି। ଏହି କାର୍ରେ ପ୍ରଥମ ଥର ପାଇଁ ପାଞ୍ଚଟି ସିଟ୍ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଫରାରିରେ ଦୁଇ ବା ଚାରିଟି ସିଟ୍ ରହୁଥିଲା। ଶିଳ୍ପ ଜଗତର ଏକାଧିକ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଫରାରି ଏହି ନୂତନ କାର୍ ନିର୍ମାଣ କରିଛି। ଏହାର ଅତ୍ୟାଧୁନିକ କକ୍ପିଟ୍ ଲାଗି ମଧ୍ୟ ଫରାରି ସାମ୍ସଙ୍ଗ୍ର ଉନ୍ନତ ଓଏଲ୍ଇଡି ବା ଅର୍ଗାନିକ୍ ଲାଇଟ୍-ଏମିଟିଂ ଡାଇଅଡ୍ ଡିସ୍ପ୍ଲେ ପ୍ରଯୁକ୍ତି ବ୍ୟବହାର କରିଛି। ଏହି କାର୍ ଉନ୍ମୋଚନ ଅବସରରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ, ବ୍ରାଣ୍ଡ୍ର ଚିରାଚରିତ ଡ୍ରାଇଭିଂ ଅନୁଭୂତି ଓ ଅତ୍ୟାଧୁନିକ ପ୍ରଯୁକ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରି ଲୁସ୍ର ଡିଜାଇନ୍ କରାଯାଇଛି।
Eye, captured on camera: କିମାଶ୍ଚର୍ଯ୍ୟମ୍: ଆଖିକୁ ଅଦୃଶ୍ୟ, କ୍ୟାମେରାରେ ଆବଦ୍ଧ
ଲୁସ୍ର ଉଲ୍ଲେଖନୀୟ ଯନ୍ତ୍ରାଂଶଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, କକ୍ପିଟ୍ ବ୍ୟବସ୍ଥା। ଫରାରିର ମୁଖ୍ୟ ଗବେଷଣା ଅଧିକାରୀ ଏର୍ନେଷ୍ଟୋ ଲାସାଲାଣ୍ଡ୍ରା କହିଛନ୍ତି, ନୂତନ ଅନୁଭୂତି ଦେବା ପାଇଁ ଏହି କକ୍ପିଟ୍ ଡିଜାଇନ୍ କରାଯାଇଛି। ସେହିପରି ସାମ୍ସଙ୍ଗ୍ ପକ୍ଷରୁ କୁହାଯାଇଛି ଯେ, କେବଳ ଏହି କାର୍ ଲାଗି ୧୨.୯ ଇଞ୍ଚ୍ବିଶିଷ୍ଟ ଡ୍ରାଇଭର୍ ବିନେକଲ୍, ଗୋଟିଏ ୧୨ ଇଞ୍ଚ୍ବିଶିଷ୍ଟ ଲୋୟର୍ ଓଏଲ୍ଇଡି ଲେୟର୍, ଗୋଟିଏ ୧୦.୧ ଇଞ୍ଚ୍ବିଶିଷ୍ଟ କଣ୍ଟ୍ରୋଲ୍ ଡିସ୍ପ୍ଲେ ଓ ୬.୩ ଇଞ୍ଚ୍ବିଶିଷ୍ଟ ପାସେଞ୍ଜର୍ ସ୍କ୍ରିନ୍ ସମେତ ଚାରିଟି ଓଏଲ୍ଇଡି ଯୋଗାଇ ଦିଆଯାଇଛି। ସେହିପରି ଚାଳକଙ୍କ ସାମ୍ନାରେ ଫ୍ଲାଟ୍ ଡିଜିଟାଲ୍ ଡ୍ୟାସ୍ବୋର୍ଡ ପରିବର୍ତ୍ତେ ଫରାରି ଓ ସାମ୍ସଙ୍ଗ୍ର ଦୁଇଟି ଓଏଲ୍ଇଡି ପ୍ୟାନେଲ୍ ରହିଛି। ଏହି ଦୁଇ ପ୍ୟାନେଲ୍ ମଧ୍ୟରେ ଫିଜିକାଲ୍ ମେକାନିକାଲ୍ ହ୍ୟାଣ୍ଡ୍ ଚଳପ୍ରଚଳ ହେଉଛି।
Kung-fu master: କୁଙ୍ଗ୍-ଫୁ ମାଷ୍ଟର୍ଙ୍କ ଲୌହ ପାପୁଲି
ଏହି ସିଷ୍ଟମ୍ରେ ଏଚ୍ଆଇଏଏ ବା ହୋଲ୍ ଇନ୍ ଆକ୍ଟିଭ୍ ଏରିଆ ପ୍ରଯୁକ୍ତି ବ୍ୟବହୃତ ହୋଇଛି। ଆଗରୁ ପଞ୍ଚ୍-ହୋଲ୍ ସେଲ୍ଫି କ୍ୟାମେରା ପାଇଁ ସାମ୍ସଙ୍ଗ୍ ଗାଲାସ୍କି ସ୍ମାର୍ଟଫୋନ୍ରେ ଏହି ଡିସ୍ପ୍ଲେ ପ୍ରଯୁକ୍ତି ଉପଯୋଗ କରାଯାଇଥିଲା। ତେବେ ଛୋଟ କ୍ୟାମେରା ଛିଦ୍ର ବଦଳରେ ଫରାରି ଲୁସ୍ରେ ପାଖାପାଖି ୧୦୦ ମିଲିମିଟର୍ ବା ସ୍ମାର୍ଟଫୋନ୍ ଡିସ୍ପ୍ଲେ ହୋଲ୍ର ପ୍ରାୟ ୨୦ ଗୁଣ ଛିଦ୍ର କରାଯାଇଛି। ସେହିପରିି ଲୋୟର୍ ଓଏଲ୍ଇଡି ସ୍ତର ବ୍ୟାକ୍ଗ୍ରାଉଣ୍ଡ୍ ଗ୍ରାଫିକ୍ସ୍ ଓ ଗଜ୍ ସୂଚନା ପ୍ରଦର୍ଶନ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।