Faulty textbooks: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଜର୍ନ ହେଉ: ଏଆଇଡିଏସ୍‌ଓ

Jun 25, 2026 - 08:19
Faulty textbooks: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଜର୍ନ ହେଉ: ଏଆଇଡିଏସ୍‌ଓ

"ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ମୂର୍ଖ କରିବାକୁ ପ୍ରସ୍ତୁତ ହୋଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବର୍ଜନ କରିବାକୁ ଏଆଇଡିଏସ୍‌ଓ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇଡିଏସ୍‌ଓ ରାଜ୍ୟ ସଭାପତି ସୋମନାଥ ବେହେରା, ସମ୍ପାଦକ ସିଦ୍ଧାର୍ଥ ରଥ, ଉପସଭାପତି ଭାଗ୍ୟରବି ଦାସ, ଅଫିସ୍‌ ସମ୍ପାଦକ ନସିମ୍‌ ସରକାର ଓ କୋଷାଧ୍ୟକ୍ଷା ସପ୍ତର୍ଷିନୀ ରାଉଳ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଶିକ୍ଷା ବିରୋଧୀ ନୀତିକୁ ଦୃଢ଼ ନିନ୍ଦା କରିଥିଲେ।

ସେମାନେ କହିଲେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ୨୦୨୦ ଆଧାରିତ ଅବୈଜ୍ଞାନିକ ପାଠ୍ୟକ୍ରମ ତଥା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ।

ବିଜ୍ଞାନସମ୍ମତ ପାଠ୍ୟକ୍ରମଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତବର୍ଷ ବହିରେ ଶିକ୍ଷାଦାନ, ଗଣଶିକ୍ଷା ମନ୍ତ୍ରୀଙ୍କ ସମେତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଏନ୍‌ଇପି-୨୦୨୦ ବାତିଲ୍‌ ହେଉ।Advertisment Increase milk production: "ମିସନ୍‌ମୋଡ୍‌ରେ ବୃଦ୍ଧି ହେଉ ଦୁଗ୍ଧ ଉତ୍ପାଦନ The black-tailed: ବିପଦ ଆଣୁଛି କୃଷ୍ଣଚୂଡ଼ା, ଚାକୁଣ୍ଡା ଏବେ ସୁଦ୍ଧା ୨୬୦୦ରୁ ଅଧିକ ତଥ୍ୟଗତ ଓ ବନାନଗତ ତ୍ରୁଟି ଧରାପଡ଼ିଛି।

ଆଗକୁ ଆହୁରି ବାହାରିବ।

କେବଳ ବନାନ ନୁହେଁ, ବରଂ ପାଠ୍ୟକ୍ରମରେ ଅନେକ ଅବୈଜ୍ଞାନିକ, ଅଯୌକ୍ତିକ ତଥା ମନଗଢ଼ା କାହାଣୀ ସ୍ଥାନିତ ହୋଇଛି, ଯାହାକି ଶିକ୍ଷାର ମୂଳଦୁଆକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବ।

ସଂଶୋଧିତ ତାଲିକାରେ ମଧ୍ୟ ବ୍ୟାପକ ତ୍ରୁଟି ରହିଛି, ଯାହାକି ସରକାରୀ ବ୍ୟବସ୍ଥାର ଚରମ ଅପାରଗତାକୁ ଦର୍ଶାଉଛି।

ସଂଶୋଧନ ଦଲିଲ ଦେଇ ଶିକ୍ଷକଙ୍କୁ ଅଧିକ ଚାପଗ୍ରସ୍ତ କରି ସରକାର ନିଜର କର୍ତ୍ତବ୍ୟ ସମ୍ପାଦନର ହୀନ ପ୍ରୟାସ କରୁଛନ୍ତି।

ପାଠ୍ୟକ୍ରମର ଏହି ଢାଞ୍ଚାଗତ ପରିବର୍ତ୍ତନ ଶିକ୍ଷାର ଗୈରିକୀକରଣ ଓ ସାଂପ୍ରଦାୟୀକରଣ ଦିଗକୁ ନିର୍ଦ୍ଦେଶିତ କରୁଛି।

ଏହାକୁ ନେଇ ଆସନ୍ତା ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଏଆଇଡିଏସ୍‌ଓର ନେତୃବୃନ୍ଦ ଘୋଷଣା କରିଛନ୍ତି।"