Father Rapes Minor Daughter: ବାପା ନାଁରେ କଳଙ୍କ: ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କଲା, ଗର୍ଭବତୀ କରି ଫେରାର

Jul 15, 2026 - 12:22
Father Rapes Minor Daughter: ବାପା ନାଁରେ କଳଙ୍କ: ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କଲା, ଗର୍ଭବତୀ କରି ଫେରାର

ସମ୍ପର୍କକୁ କଳଙ୍କିତ କରିଦେଇଥିବା ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ବାପାଙ୍କ ନିଜ ୧୬ ବର୍ଷୀୟା ନାବାଳିକା ଝିଅଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଝିଅଟି ଗର୍ଭବତୀ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଏପରି ଏକ ଲଜ୍ୟାଜନକ ଘଟଣା ଉତ୍ତର ପ୍ରଦେଶର ବିଜନୌର ଜିଲ୍ଲାର ମଣ୍ଡାୱାଲୀ ଥାନା ଅଞ୍ଚଳରରେ ଘଟିଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ବାପା ଦୀର୍ଘଦିନ ଧରି ନିଜ ନାବାଳିକା ଝିଅଙ୍କୁ ଯୌନ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ରହିଛି। ଏହା ଜଣାପଡ଼ିବା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି।

ମଣ୍ଡାୱାଲୀ ଥାନା ପ୍ରଭାରୀ ରାକେଶ କୁମାର କହିଛନ୍ତି ଯେ, ପୀଡ଼ିତାଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ପାଇଁ ତାଙ୍କୁ ୱାନ୍ ଷ୍ଟପ୍ ସେଣ୍ଟରକୁ ପଠାଯାଇଛି। ଅନ୍ୟପଟେ, ପୁଲିସ ଅଧିକାରୀ ଆକାଂକ୍ଷା ଗୌତମ କହିଛନ୍ତି ଯେ, ଅଭିଯୁକ୍ତ ବାପାଙ୍କ ବିରୋଧରେ ପ୍ରଯୁଜ୍ୟ ଆଇନ ଧାରାରେ ମାମଲା ରୁଜୁ କରାଯାଇଛି। କିଶୋରୀଙ୍କ ଡାକ୍ତରୀ ପରୀକ୍ଷା ସରିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ବଢ଼ୁଛି ଚିନ୍ତା

ଦୁଷ୍କର୍ମ ଏକ ଗୁରୁତର ଓ ଜଘନ୍ୟ ଅପରାଧ। ଆଇନକୁ କଠୋର କରାଯାଇଥିଲେ ମଧ୍ୟ ଏଭଳି ଘଟଣା ଥମିବାର ନାଁ ନେଉନାହିଁ। ବିଶେଷକରି ପରିବାର ଭିତରେ ଘଟୁଥିବା ଯୌନ ଅପରାଧ ସମାଜ ପାଇଁ ଗଭୀର ଚିନ୍ତାର ବିଷୟ। ଯଦି ଝିଅମାନେ ନିଜ ଘରେ ହିଁ ସୁରକ୍ଷିତ ନୁହନ୍ତି, ତେବେ ସେମାନଙ୍କ ସୁରକ୍ଷାକୁ ନେଇ ସମାଜ ଓ ପ୍ରଶାସନ ସମ୍ମୁଖରେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।