Fatal Highway Crash: ଦୁର୍ଘଟଣା ପରେ ଜଳିଗଲା ହାଇୱା, ଜଣେ ଡ୍ରାଇଭରଙ୍କ ମୃତ୍ୟୁ

Jul 11, 2026 - 13:22
Fatal Highway Crash: ଦୁର୍ଘଟଣା ପରେ ଜଳିଗଲା ହାଇୱା, ଜଣେ ଡ୍ରାଇଭରଙ୍କ ମୃତ୍ୟୁ

ଅନୁଗୁଳରେ ଭୟଙ୍କର ସଡ଼କ ଦୁର୍ଘଟଣା। ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା। ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ସମଲ ଥାନା ୧୪୯ ନମ୍ୱର ଜାତୀୟ ରାଜପଥ ଗଙ୍ଗାଧରପୁର ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ପାଉଁଶ ବୋଝେଇ ହାଇୱା  ଖମାର ପଟୁ ଯାଉଥିବା ବେଳେ ପିତିରି ପଟୁ ଆସୁଥିବା ଏକ ଖାଲି ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭର ପ୍ରଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ହାଇୱା ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ସମଲ ଥାନା ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦୁର୍ଘଟଣା ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅନୁଗୁଳରେ ଭୟଙ୍କର ସଡ଼କ ଦୁର୍ଘଟଣା
ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା 
ହୁତୁ ହୁତୁ ହୋଇ ଜଳିଗଲା ହାଇୱା
ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ 
ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।