Farmers: ସାର ପାଇଁ ଦହଗଞ୍ଜ ଚାଷୀ: ଧାଡ଼ିରେ ଆଧାରକାର୍ଡ, ଅପେକ୍ଷାରେ ୨ ଶହରୁ ଅଧିକ

Jul 20, 2026 - 11:10
Farmers: ସାର ପାଇଁ ଦହଗଞ୍ଜ ଚାଷୀ: ଧାଡ଼ିରେ ଆଧାରକାର୍ଡ, ଅପେକ୍ଷାରେ ୨ ଶହରୁ ଅଧିକ

"ସୁନ୍ଦରଗଡ଼: ରାସ୍ତାରୁ ଅଫିସ ଯାଏ  ପ୍ରାୟ ଅଧ କିଲୋମିଟର ରାସ୍ତାରେ  ଆଧାରକାର୍ଡରଧାଡ଼ି ଲମ୍ବିଛି।

ଖାତାରେ ଯେଉଁ ଆଧାରକାର୍ଡର ନାମ ଦରଜ ହେବ ସେ ପାଇବ ସାର।

ଦିନକୁ ଗଣି ଗଣି ମାତ୍ର ୬୦ଟି ଆଧାରକାର୍ଡରେ ଉଠିବ ସାର।

ଅନ୍ଯମାନେ ଖାଲି ହାତରେ ଫେରିଯିବେ।

Advertisment ଆଜି ଭୋରରୁ ସୁନ୍ଦରଗଡ଼ ଆଞ୍ଚଳିକ ବିପଣନ ସମବାୟସମିତି (ଆରସିଏମଏସ) ଅଫିସ ଆଗରେ ସାର ପାଇଁ ଏଭଳି ଆଧାର ଧାଡ଼ି ଦେଖିବାକୁ ମିଳିଛି।

ମାତ୍ର ୬୦ ଜଣଙ୍କୁ ସାର ମିଳିବାକୁ ଥିବା ବେଳେ ଅପେକ୍ଷାରେ ଅଛନ୍ତି ୨ ଶହରୁ ଅଧିକଚାଷୀ।

ସୁନ୍ଦରଗଡ଼  ଆଞ୍ଚଳିକ ବିପଣନ ସମବାୟ ସମିତି ତରଫରୁ ୨୦ ତାରିଖରେ କେବଳ ପୌରାଞ୍ଚଳର ଧାନ ବିକ୍ରୟ ପାଇଁ  ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଗୋଟିଏ  ଡିଏପି ଓ ଗୋଟିଏ ନାନୋ ୟୁରିଆ ଦିଆଯିବ ବୋଲି ନୋଟିସ ଜାରି କରାଯାଇଥିଲା।

ଚାଷୀମାନେ ସାର ପାଇବା ଆଶାରେ ଭୋରରୁ ଆସି ଏମିତି ଆଧାରକାର୍ଡର ଲମ୍ବା ଧାଡ଼ି ବନାଇଛନ୍ତି।

ଅଫିସ ଖୋଲିଲେ ସାର ମିଳିବ ଅଫିସ ଖୋଲିଲେ ସାର ମିଳିବ।

ସାର ବସ୍ତାଏ ପାଇଁ ସୁନ୍ଦରଗଡ଼ର ଚାଷୀ କେମିତି ଦହଗଞ୍ଜ ହେଉଛନ୍ତି ଏହା ତାର ଉଦାହରଣ।

ସାର ଅଭାବ ଥିବାବେଳେ ଦିନକୁ ମାତ୍ର ୬୦ ଜଣ ଚାଷୀଙ୍କୁ ନାମକୁ ମାତ୍ର ବସ୍ତାଏ, ଦିବସ୍ତା ସାର ଦେଇ ସରକାର ହାତ ଝାଡ଼ିଦେବାକୁ ବସିଥିବା ଅଭିଯୋଗ ହୋଇଛି।

ଏ ୬୦ ଜଣିଆ ନିୟମ ହଟାଇ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇଦେବାକୁ ଦାବି ହେଉଛି।

Lightning Strike: ବଜ୍ରାଘାତରେ ୩ ଜଣ ଗୁରୁତର, ୫ ଆହତ ଓ ୩ ଛେଳି ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।