Farmers: ପଞ୍ଜାବରେ ୨୪୦ ଚାଷୀଙ୍କ ନାଁରେ ମାମଲା, ୧୨ ଲକ୍ଷ ଜରିମାନା: ନଡ଼ା ପୋଡ଼ି ବିରୋଧରେ ପ୍ରଶାସନର କଡ଼ା ପଦକ୍ଷେପ
ଅମୃତସର: ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଞ୍ଜାବର ତରନ୍ ତାରନ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ନଡ଼ା ପୋଡ଼ି ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବାରମ୍ବାର ସଚେତନତା ଓ ଅନୁରୋଧ ସତ୍ତ୍ୱେ ବିଲରେ ନଡ଼ା ପୋଡ଼ୁଥିବା ଚାଷୀଙ୍କ ବିରୋଧରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୪୦ ଜଣ ଚାଷୀଙ୍କ ନାମରେ ଏଫଆଇଆର୍ ରୁଜୁ ହୋଇଥିବା ବେଳେ ପ୍ରାୟ ୧୨ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦାୟ କରାଯାଇଛି।
ଏହାସହ ୨୪୦ଟି ଜମିର ରାଜସ୍ୱ ରେକର୍ଡରେ ''ରେଡ୍ ଏଣ୍ଟ୍ରି'' କରାଯାଇଛି।
Advertisment ଜିଲ୍ଲା କୃଷି ଅଧିକାରୀ ତେଜବୀର ସିଂହ ଭାଙ୍ଗୁଙ୍କ ସୂଚନା ଅନୁଯାୟୀ, ସାଟେଲାଇଟ୍ ମନିଟରିଂ ମାଧ୍ୟମରେ ଜିଲ୍ଲାର ୪୦୦ଟି ସନ୍ଦିଗ୍ଧ ସ୍ଥାନରେ ନଡ଼ା ପୋଡ଼ାଯାଉଥିବା ନେଇ ଚିହ୍ନଟ କରାଯାଇଥିଲା।
କୃଷି ବିଭାଗର ସ୍ୱତନ୍ତ୍ର ଟିମ୍ ଉକ୍ତ ସ୍ଥାନଗୁଡ଼ିକୁ ଗସ୍ତ କରି ଯାଞ୍ଚ କରିବା ପରେ ୨୧୫ଟି ସ୍ଥାନରେ ନଡ଼ା ପୋଡ଼ି ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା।
ଗାଁ ଗାଁରେ ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ ଏହି ଆଧାରରେ ଦୋଷୀ ଚାଷୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା ସହ ରାଜସ୍ୱ ବିଭାଗ ମାଧ୍ୟମରେ ସେମାନଙ୍କ ଜମି କାଗଜପତ୍ରରେ ରେଡ୍ ଏଣ୍ଟ୍ରି ଚିହ୍ନଟ କରିଛି, ଯାହା ଭବିଷ୍ୟତରେ ସେମାନଙ୍କ ଜମି କାରବାର ଓ ସରକାରୀ ସୁବିଧା ପାଇବାରେ ବାଧା ସୃଷ୍ଟି କରିବ।
ଦଣ୍ଡବିଧାନ ସହ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ନଡ଼ା ନପୋଡ଼ି ଏହାର ବିକଳ୍ପ ପରିଚାଳନା ଶିଖାଇବା ପାଇଁ ଗାଁ ଗାଁରେ ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରାଯାଉଛି।
ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ପାଇଁ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ କୃଷକମାନଙ୍କୁ ନିବେଦନ କରାଯାଇଛି।
Delhi Air Pollution: ଦିଲ୍ଲୀରେ ୨୮୭ ଦିନରେ ସବୁଠୁ ଅଧିକ ପ୍ରଦୂଷଣ: ଏକ୍ୟୁଆଇ ୩୫୦ରେ ପହଞ୍ଚିଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
