Farmers Protest: ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରାକୁ ଅଟକାଇଲା ପୁଲିସ

Jul 21, 2026 - 21:13
Farmers Protest: ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରାକୁ ଅଟକାଇଲା ପୁଲିସ

"ଚଣ୍ଡୀଗଡ଼: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର "ଚଲୋ ସଂସଦ" ଅଭିଯାନ ପରେ ଫେରିଛି କୃଷକଙ୍କ ଆନ୍ଦୋଳନ।

ମଙ୍ଗଳବାର ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରୁଥିବା କୃଷକମାନଙ୍କୁ ପଞ୍ଜାବ-ହରିୟାଣାର ଶମ୍ଭୁ ସୀମାରେ ପୁଲିସ ଅଟକାଇ ଦେଇଛି।

ବ୍ୟାରିକେଡ୍‌, କଣ୍ଟେନର ଓ ବହୁସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରି କୃଷକମାନଙ୍କୁ ଆଗକୁ ବଢ଼ିବାକୁ ଦିଆଯାଇ ନ ଥିଲା।

ଏହାକୁ ନେଇ ସୀମାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।Advertisment ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଓ କିଷାନ ମଜଦୁର ମୋର୍ଚ୍ଚାର ନେତୃତ୍ୱରେ କୃଷକମାନେ ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ସେମାନଙ୍କର ମୁଖ୍ୟ ଦାବି ହେଉଛି ସମସ୍ତ ଫସଲ ପାଇଁ ଆଇନଗତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଗ୍ୟାରେଣ୍ଟି, କୃଷକଙ୍କ ଋଣ ଛାଡ଼, ଆନ୍ଦୋଳନ ସମୟରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର ଏବଂ ଲଖିମପୁର ଖେରୀ ହିଂସା ଘଟଣାରେ ନ୍ୟାୟ ପ୍ରଦାନ।କୃଷକ ନେତାମାନଙ୍କ କହିବା ଅନୁସାରେ, କେନ୍ଦ୍ର ସରକାର ପୂର୍ବରୁ ଦେଇଥିବା ଅନେକ ପ୍ରତିଶ୍ରୁତି ପାଳନ କରିନାହାନ୍ତି।

ବିଶେଷ କରି ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦେବା ଏବଂ କୃଷକଙ୍କ ଅନ୍ୟାନ୍ୟ ଦାବି ପୂରଣ ନେଇ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନେ ପୁଣିଥରେ ଆନ୍ଦୋଳନର ପଥ ବାଛିଛନ୍ତି।

ସରକାରଙ୍କ ସହ ଅନେକ ପର୍ଯ୍ୟାୟର ଆଲୋଚନା ସତ୍ତ୍ୱେ ସମାଧାନ ବାହାରି ନ ଥିବାରୁ ସେମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶମ୍ଭୁ ସୀମାରେ ପୁଲିସ ଅଟକାଇବା ପରେ ପଛକୁ ହଟିଲେ କୃଷକ ଅନ୍ୟପକ୍ଷରେ, ହରିୟାଣା ସରକାର ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଶମ୍ଭୁ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

ପୁଲିସ କହିଛି, ଅନୁମତି ବିନା କାହାକୁ ଦିଲ୍ଲୀ ଅଭିମୁଖେ ଯିବାକୁ ଦିଆଯିବ ନାହିଁ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ସୀମା ଅଞ୍ଚଳରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି।

କୃଷକ ସଂଗଠନଗୁଡ଼ିକ କହିଛନ୍ତି, ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଅନ୍ୟପକ୍ଷରେ, କେନ୍ଦ୍ର ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଜଣାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।