Fake CBI Officers Busted: ନକଲି IAS ପରେ ଏବେ ନକଲି CBI ଅଫିସର୍, ଡିଜିଟାଲ୍ ଆରେଷ୍ଟ କରି ଠକୁଥିଲେ ଲକ୍ଷାଧିକ ଟଙ୍କା

Jun 30, 2026 - 18:44
Fake CBI Officers Busted:  ନକଲି IAS ପରେ ଏବେ ନକଲି CBI ଅଫିସର୍, ଡିଜିଟାଲ୍ ଆରେଷ୍ଟ କରି ଠକୁଥିଲେ ଲକ୍ଷାଧିକ ଟଙ୍କା

ବଜାରରେ ବୁଲୁଛନ୍ତି ନକଲି ସିବିଆଇ ଅଫିସର। ସୋସିଆଲ୍ ମିଡିଆରେ ମାତିଛନ୍ତି। ଫୋନ୍ କରି ସାଇବର୍ ଆରେଷ୍ଟ କରୁଛନ୍ତି। ଆଖି ଆଗରେ ଲକ୍ଷାଧିକ ଟଙ୍କା, କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ ଘଟଣା। ଗୋଟି କି ଦୁଇଟି ନୁହେଁ ଏମିତି ୮ଟି ରାଜ୍ୟରେ ବ୍ୟାପିଥିବା ଗ୍ୟାଙ୍ଗକୁ ଧରିଛି ରାଉରକେଲା ପୋଲିସ୍। ଦୁଇ ଜଣ ଅଭିଯୁକ୍ତଙ୍କୁ ଧରି ଏମାନଙ୍କ ଚେର ଖୋଜା ଚାଲିଛି। ଡିଜିଟାଲ୍ ଆରେଷ୍ଟ କରି ଏମାନେ ଠକୁଥିଲେ ଲକ୍ଷାଧିକ ଟଙ୍କା। ଦେଶ ବାହାରେ ବସିଛି ଏମାନଙ୍କ ରିଙ୍ଗ ମାଷ୍ଟର୍। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ରାଉରକେଲା ବ୍ୟୁରୋ ଚିଫ୍ ପୱନ୍ ତିୱାରୀ।

  • ନକଲି IAS ପରେ ଏବେ ନକଲ CBI ଅଫିସର୍
  • ଡିଜିଟାଲ୍ ଆରେଷ୍ଟ କରି ଠକୁଥିଲେ ଲକ୍ଷାଧିକ ଟଙ୍କା
  • ଦେଶର ୮ ରାଜ୍ୟରେ ଥିଲା ଗ୍ୟାଙ୍ଗ
  • ଦେଶ ବାହାରେ ବସିଛି ରିଙ୍ଗ ମାଷ୍ଟର୍
  • ଦୁଇଙ୍କୁ ଗିରଫ କରି ସତ ଚାଲିଛି ଖୋଜା