Eye, captured on camera: କିମାଶ୍ଚର୍ଯ୍ୟମ୍‌: ଆଖିକୁ ଅଦୃଶ୍ୟ, କ୍ୟାମେରାରେ ଆବଦ୍ଧ

Jun 04, 2026 - 08:19
Eye, captured on camera: କିମାଶ୍ଚର୍ଯ୍ୟମ୍‌: ଆଖିକୁ ଅଦୃଶ୍ୟ, କ୍ୟାମେରାରେ ଆବଦ୍ଧ

ଏହି ଚିତ୍ରଟି କମ୍ପ୍ୟୁଟର୍‌ ଦ୍ବାରା ଅଥବା ଫଟୋସପ୍‌ରେ ଏଡିଟ୍‌ କରି ପ୍ରସ୍ତୁତ କରାଯାଇଛି ବୋଲି ମନେ ହେଇପାରେ। ହେଲେ ବାସ୍ତବରେ ଏହା ଏକ ବିରଳ ପ୍ରାକୃତିକ ପ୍ରକ୍ରିୟା, ଯାହାକୁ ଇଂରେଜୀରେ ‘ରେଡ୍‌ ସ୍ପ୍ରାଇଟ୍‌’ କୁହାଯାଏ। ନିକଟରେ ତିବ୍ବତରେ ଝଡ଼ବର୍ଷା ସମୟରେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ଜଣେ ଫଟୋଗ୍ରାଫର୍‌। ଆକାଶରୁ ଲାଲ୍‌ ରଙ୍ଗର ନିଆଁହୁଳା ଖସିବା ଭଳି ଦିଶୁଥିବା ଏହି ଦୃଶ୍ୟଟି ଏତେ କମ୍ ସମୟ ପାଇଁ ଦୃଶ୍ୟମାନ ହୁଏ ଯେ ଖାଲି ଆଖିରେ ଏହାକୁ ଦେଖିବା ପାଖାପାଖି ଅସମ୍ଭବ। ସେଥିପାଇଁ ଏହାକୁ ‘ଘୋଷ୍ଟ ଫାୟର୍‌’ (ଭୌତିକ ନିଆଁ) ମଧ୍ୟ କୁହାଯାଏ।

Education: 'ଇଗ୍ନୋ'ରେ ନୂତନ ନାମଲେଖା ଓ ପୁନଃ ପଞ୍ଜୀକରଣ ଆରମ୍ଭ

ମେଘଠାରୁ ୫୦ରୁ ୯୦ କିଲୋମିଟର ଉଚ୍ଚତାରେ ଏହି ଆକସ୍ମିକ ବିଦ୍ୟୁତ୍‌ ସ୍ଫୁଲିଙ୍ଗ୍‌ ସୃଷ୍ଟି ହୋଇ ବାୟୁମଣ୍ଡଳରେ ଉପସ୍ଥିତ ନାଇଟ୍ରୋଜେନ୍‌ ପରମାଣୁଗୁଡ଼ିକୁ ଉତ୍ତେଜିତ କରିଦିଏ। ଫଳସ୍ବରୂପ କିଛି ମିଲିସେକେଣ୍ଡ୍‌ ପାଇଁ ଆକାଶରେ ଲାଲ୍‌ ରଙ୍ଗର ଚକ୍‌ମକ୍‌ ଆଲୁଅ ସୃଷ୍ଟି ହୋଇଥାଏ। ଏହାର ଅବଧି ଏତେ କମ୍ ହୋଇଥିବା କଥା କିଛି ଦଶନ୍ଧି ତଳେ ଜଣାପଡ଼ିଥିଲା। ୧୯୮୯ ମସିହାରେ ‘ରେଡ୍‌ ସ୍ପ୍ରାଇଟ୍‌’ର ପ୍ରଥମ ଚିତ୍ର ଉତ୍ତୋଳନ ସମ୍ଭବ ହୋଇଥିଲା ଏବଂ ଏବେ ଉନ୍ନତ କ୍ୟାମେରା ସାହାଯ୍ୟରେ ଏହାର ସବୁଠାରୁ ସ୍ପଷ୍ଟ ଫଟୋ ଉଠାଯାଇଛି। ତିବ୍ବତର ଉଚ୍ଚ ଅବସ୍ଥିତି ଓ ସ୍ବଚ୍ଛ ଆକାଶ ଯୋଗୁଁ ସେଠାରୁ ଏହି ଦୃଶ୍ୟ ଅଧିକ ସ୍ପଷ୍ଟ ଦେଖାଯାଏ।

Neglect: ସ୍ବାଧୀନତାର ୭୮ବର୍ଷ ପରେ ଜିଲ୍ଲାପାଳଙ୍କୁ ଦେଖିଲେ ଦୁର୍ଗମ ଗାଁର ଲୋକେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।