Explosion: ହର୍ମୁଜ୍ ପ୍ରଣାଳୀରେ ପୁଣି ମାଇନ୍ ବିସ୍ଫୋରଣ

Oct 17, 2026 - 21:09
Explosion: ହର୍ମୁଜ୍ ପ୍ରଣାଳୀରେ ପୁଣି ମାଇନ୍ ବିସ୍ଫୋରଣ

"ହର୍ମୁଜ୍: ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ପରିବହନ କରୁଥିବା ଏକ ବୃହତ୍‌ ସୁପରଟ୍ୟାଙ୍କର ଶନିବାର ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଏକ ନୌସେନା ମାଇନ୍ ସହ ଧକ୍କା ହୋଇ ବିସ୍ଫୋରଣ ଘଟିବା ସହ ପ୍ରବଳ ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇଛି।

ଇରାନର ରିଭୋଲ୍ୟୁସନାରି ଗାର୍ଡସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଇରାନର ସରକାରୀ ଗଣମାଧ୍ୟମ ପ୍ରେସ୍ ଟିଭିର ରିପୋର୍ଟ ଅନୁଯାୟୀ, ତେହେରାନ ଦ୍ୱାରା ଅନୁମତି ନଥିବା ଏକ ମାର୍ଗ ବ୍ୟବହାର କରି ଏହି ଜାହାଜ ବେଆଇନ ଭାବେ ରଣନୀତିକ ଜଳପଥ ପାର ହେବାକୁ ଚେଷ୍ଟା କରୁଥିଲା।Advertisment ଆହୁରି ପଢନ୍ତୁ :ନବୀନଙ୍କୁ ଭେଟିଲେ "ବିସିଜେଡି"ର ସଦସ୍ୟ ଆଇଆର୍‌ଜିସି ଏକ ବିବୃତିରେ ଅଭିଯୋଗ କରିଛି ଯେ, ଇରାନର ସାମୁଦ୍ରିକ କର୍ତ୍ତୃପକ୍ଷଙ୍କୁ ଚକ୍‌ମା ଦେବା ଉଦ୍ଦେଶ୍ୟରେ ଟ୍ୟାଙ୍କରଟି ନିଜର ପୋଜିସନିଂ ଏବଂ ରାଡାର ବ୍ୟବସ୍ଥାକୁ ଜାଣିଶୁଣି ବନ୍ଦ କରିଦେଇଥିଲା।

ଏହାସହ ଆଇଆର୍‌ଜିସି ସମସ୍ତ ସାମୁଦ୍ରିକ ଜାହାଜକୁ ଏହି ଜଳପଥ ବ୍ୟବହାର ନକରିବାକୁ ପୁଣି ଥରେ ଚେତାବନୀ ଦେଇଛି।

ଇରାନର ସାର୍ବଭୌମ ନିଷ୍ପତ୍ତି ଏବଂ ସାମୁଦ୍ରିକ ନିୟମ ଅନୁଯାୟୀ ହର୍ମୁଜ୍ ପ୍ରଣାଳୀ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଆମେରିକା ସେନା ଉପରେ ଭରସା କରି ଇରାନର ନିୟମକୁ ଅବମାନନା କରିବାର ପରିଣାମଏଭଳି ଭୟାନକ ହେବ ବୋଲି ସଂଗଠନ କହିଛି।ବିଗତ କିଛି ସପ୍ତାହ ମଧ୍ୟରେ ଏହି ଜଳପଥ ଚାରିପାଖରେ ଆକ୍ରମଣ ବହୁଳ ଭାବେ ବୃଦ୍ଧି ପାଇଛି।

ଆମେରିକା ପକ୍ଷରୁ ଇରାନର ବନ୍ଦରଗୁଡ଼ିକ ଉପରେ କରାଯାଇଥିବା ଅବରୋଧ ଏବଂ ଗତ ମାସରେ ଲାଗୁ ହୋଇଥିବା କଡ଼ା କଟକଣା ଜବାବରେ ଇରାନ ନିଜର ଆକ୍ରମଣକୁ ଜୋରଦାର କରିଛି।

ଆହୁରି ପଢନ୍ତୁ :RGKar: ଆର୍‌ଜି କର ମେଡିକାଲ କଲେଜ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍‌  ହର୍ମୁଜ୍ ପ୍ରଣାଳୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବଢ଼ୁଥିବା ବିପଦ ଆଞ୍ଚଳିକ ସୁରକ୍ଷା ଚିନ୍ତାକୁ ବହୁଗୁଣିତ କରିଛି।

ୱାସିଂଟନ ଉପରେ ଚାପ ପକାଇବା ପାଇଁ ସାମୁଦ୍ରିକ ଚଳାଚଳକୁ ଇରାନ ସେନା ପକ୍ଷରୁ ସୀମିତ କରାଯାଇଛି।

ତୈଳ ମୂଲ୍ୟ ବୃଦ୍ଧି ରଖିବା ଏବଂ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଇରାନ ଏହି ନୂତନ ରଣନୀତି ଆପଣାଉଥିବା ରଏଟର୍ସ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢନ୍ତୁ :Dead: ଅବସରପ୍ରାପ୍ତ ସେନା ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ  ଗତ ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିବା ଅନ୍ତରୀଣ ଅସ୍ତ୍ରବିରତି ଚୁକ୍ତି ଭାଙ୍ଗିବା ପରେ ଇରାନ ଏବଂ ଆମେରିକା ମଧ୍ୟସ୍ଥିଙ୍କ ଜରିଆରେ ବିଭିନ୍ନ ପ୍ରସ୍ତାବ ବିନିମୟ କରିଛନ୍ତି।

ତଥାପି ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପ୍ରକ୍ରିୟା ସ୍ଥଗିତ ରହିଛି।

ତେହେରାନ ନିଜର କଠୋର ସର୍ତ୍ତରେ ଅଟଳ ଥିବା ବେଳେ ଆମେରିକା ପ୍ରଥମେ ଆଣବିକକାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ଅଡ଼ି ବସିଛି।

ଏହି ସଙ୍କଟ ବ୍ୟତୀତ କୃଷ୍ଣ ସାଗର ଅଞ୍ଚଳରେ ସୁରକ୍ଷା ସ୍ଥିତିର ଅବନତି ଏବଂ ଲୋହିତ ସାଗରରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଆକ୍ରମଣ ବିଶ୍ୱ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)