Ex-Delhi Cops Plan Protest: ଜନ୍ତରମନ୍ତରରେ ପରବର୍ତ୍ତୀ ପ୍ରତିବାଦ କରିବେ ଅବସରପ୍ରାପ୍ତ ଦିଲ୍ଲୀ ପୁଲିସ କର୍ମଚାରୀ

Jul 28, 2026 - 17:20
Ex-Delhi Cops Plan Protest: ଜନ୍ତରମନ୍ତରରେ ପରବର୍ତ୍ତୀ ପ୍ରତିବାଦ କରିବେ ଅବସରପ୍ରାପ୍ତ ଦିଲ୍ଲୀ ପୁଲିସ କର୍ମଚାରୀ

"ନୂଆଦିଲ୍ଲୀ: ଅବସରପ୍ରାପ୍ତ ଅଣ-ଗେଜେଟେଡ୍ ଏବଂ ଗେଜେଟେଡ୍ ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସଂଗଠନ, ଦିଲ୍ଲୀ ପୁଲିସ ମହାସଂଘ, ଜୁଲାଇ ୩୧ ରେ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ତରମନ୍ତରରେ ଏକ ଶାନ୍ତିପୂର୍ଣ୍ଣ ଦିନିକିଆ ଧାରଣା ପାଇଁ ପୁଲିସ କମିସନରଙ୍କୁ ଚିଠି ଲେଖି ଅନୁମତି ମାଗିଛି।

ଜୁଲାଇ ୨୦ ତାରିଖରୁ ଜନ୍ତରମନ୍ତର ଏବଂ ଏହାର ଆଖପାଖରେ ଘଟିଥିବା ଘଟଣାଗୁଡ଼ିକରେ, ବିଶେଷକରି ଦିଲ୍ଲୀ ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ବହୁ ସଂଖ୍ୟକ କର୍ମଚାରୀ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଆହତ ହୋଇଥିବା ଘଟଣାକୁ ପ୍ରସ୍ତାବିତ ପ୍ରତିବାଦର କାରଣ ବୋଲି ମହାସଂଘ ଉଲ୍ଲେଖ କରିଛି।Advertisment ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବ୍ଲକ୍ ମାମଲା: କ୍ଷମା ମାଗିଲା ମେଟା ଏହି ଘଟଣା ଜନ୍ତରମନ୍ତର ପ୍ରତିବାଦ ସ୍ଥଳ ପାଖରେ ଚାଲିଥିବା ଗତିରୋଧରେ ଏକ ନୂଆ ଫର୍ଦ୍ଦ ଯୋଡିବାକୁ ଯାଉଛି।

ଅବସରପ୍ରାପ୍ତ ପୁଲିସ କର୍ମଚାରୀମାନେ ଛାତ୍ର ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିବା ଅଞ୍ଚଳରେ ଧାରଣା ଦେଇ ସକ୍ରିୟ ସେବାରେ ଥିବା ସେମାନଙ୍କର ଆହତ ସହକର୍ମୀଙ୍କ ପ୍ରତି ଏକବଦ୍ଧତା ପ୍ରକାଶ କରିବାକୁ ଚାହୁଁଛନ୍ତି।

ତେବେ ଏନେଇ ଅନୁମତି ମିଳିବ କି ନାହିଁ ସେ ବିଷୟରେ କିଛି ଜଣାନାହିଁ।

ଜୁଲାଇ ୩୧ରେ ଦିନିକିଆ ଧାରଣା ପାଇଁ ଅନୁମତି ଲୋଡିଲେ ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ପ୍ରଦର୍ଶନ ଆରମ୍ଭ ହେବା ପରଠାରୁ ୨୦୦ ରୁ ଅଧିକ ପୁଲିସ କର୍ମଚାରୀ ଏବଂ ୬୫ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି।

ଏପର୍ଯ୍ୟନ୍ତ, ନୂଆଦିଲ୍ଲୀ ଜିଲ୍ଲାର ବିଭିନ୍ନ ପୁଲିସ ଷ୍ଟେସନରେ ୧୫ ଏଫଆଇଆର ପଞ୍ଜିକୃତ ହୋଇଛି।

ପୁଲିସ କହିଛି ଯେ ଜନ୍ତରମନ୍ତର ଏବଂ ଏହାର ଆଖପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି, ଯେତେବେଳେ ତଦନ୍ତକାରୀମାନେ ପଥର ଫିଙ୍ଗାଳିଙ୍କ ଚିହ୍ନଟ ପାଇଁ ଭିଡିଓ ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ୍ କରୁଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି, ସତର୍କତା ସ୍ୱରୂପ ପ୍ରମୁଖ ସ୍ଥାନରେ ଅତିରିକ୍ତ କର୍ମଚାରୀ ମୁତୟନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।