EPFO Goes Digital: ଏଇ ମାସ ଶେଷ ସୁଦ୍ଧା UPI ଓ ATM ମାଧ୍ୟମରେ EPFO ଟଙ୍କା ଉଠାଇ ହେବ, ଜାଣନ୍ତୁ ଲିମିଟ୍ କେତେ ?

Jun 18, 2026 - 15:06
EPFO Goes Digital: ଏଇ ମାସ ଶେଷ ସୁଦ୍ଧା UPI ଓ ATM ମାଧ୍ୟମରେ EPFO ଟଙ୍କା ଉଠାଇ ହେବ, ଜାଣନ୍ତୁ ଲିମିଟ୍ କେତେ ?

ୟୁପିଆଇ ଏବଂ ୟୁପିଆଇ-ସକ୍ଷମ ଏଟିଏମ୍ ଆକ୍ସେସ୍ ବ୍ୟବହାର କରି ଉପଭୋକ୍ତାମାନେ ତୁରନ୍ତ ୭୫ ପ୍ରତିଶତ ପର୍ଯ୍ୟନ୍ତ ଇପିଏଫ୍ ବାଲାନ୍ସରୁ ବ୍ୟାଙ୍କ ଆକାଉଣ୍ଟକୁ ଉଠାଇପାରିବେ।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ଗ୍ରାହକମାନେ ଖୁବ୍ ଶୀଘ୍ର ଆଗାମୀ EPFO 3.0 ଡିଜିଟାଲ୍ ପ୍ଲାଟଫର୍ମ ଅଧୀନରେ UPI ଆପ୍ସ ଏବଂ EPF-ଲିଙ୍କ୍ଡ ATM ମାଧ୍ୟମରେ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF) ଟଙ୍କା ଉଠାଇ ପାରିବେ।

ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ସୁବିଧା ଜୁନ୍ ଶେଷ ସୁଦ୍ଧା ଆରମ୍ଭ ହେବ। ପୂର୍ବରୁ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ମଧ୍ୟ କହିଥିଲେ ଯେ ଏହି ଘୋଷଣା ଖୁବ୍ ଶୀଘ୍ର କରାଯିବ।
ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ସହ ସହଭାଗୀତାରେ ବିକଶିତ ନୂତନ ସୁବିଧା ପାଇଁ ପରୀକ୍ଷଣ ପୂର୍ବରୁ ସମାପ୍ତ ହୋଇସାରିଛି ବୋଲି କୁହାଯାଇଛି । ଏହି ସମୟରେ ସୂତ୍ରଗୁଡ଼ିକ ଆହୁରି କହିଛନ୍ତି ଯେ ୟୁଜର୍ସମାନେ UPI ଏବଂ UPI-ସକ୍ଷମ ATM ଆକ୍ସେସ୍ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟରେ EPF ବାଲାନ୍ସର ୭୫ ପ୍ରତିଶତ ପର୍ଯ୍ୟନ୍ତ ତୁରନ୍ତ ଉଠାଇପାରିବେ। ବିଶେଷଜ୍ଞଙ୍କ ମତରେ ଏହି ବୈଶିଷ୍ଟ୍ୟ କାଗଜପତ୍ର ବିଳମ୍ବ ହ୍ରାସ କରିବ । ଏହାସହ ସ୍ୱଚ୍ଛତା ଏବଂ ଦାୟିତ୍ୱରେ ଉନ୍ନତି ଆଣିବ।

ବର୍ତ୍ତମାନ ପିଏଫ୍ ଉଠାଣ ପାଇଁ ସାଧାରଣତଃ ସଦସ୍ୟମାନଙ୍କୁ କ୍ଲେମ ଦାଖଲ କରି ପ୍ରସେସିଂ ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ। କହିବାକୁ ଗଲେ ଇପିଏଫ୍ ଉଠାଣ ପାଇଁ ଏକ ଆନୁଷ୍ଠାନିକ କ୍ଲେମ୍ ଏବଂ ଇପିଏଫ୍ ଅନୁମୋଦନ ପ୍ରକ୍ରିୟା ଆବଶ୍ୟକ ହୋଇଥାଏ । ଏହା ସମୟ ସାପେକ୍ଷ ହୋଇଥିଲେ ମଧ୍ୟ ଇପିଏଫ୍ ଆଇନର ସାମାଜିକ ସୁରକ୍ଷାକୁ ବିଚାରକୁ ନେଇ ଏକ ଭେରିଫିକେସନ ମଧ୍ୟ କରାଯାଇଥାଏ ।  

ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ଉଠାଣ ପାଇଁ ପଦକ୍ଷେପ ବ୍ୟକ୍ତିବିଶେଷଙ୍କୁ ସହଜରେ ଟଙ୍କା ଉଠାଇପାରିବାର ସୁଯୋଗ ଦେବ ।  ତେବେ ଏହାକୁ କେମିତି ଅଥେଣ୍ଟିକେଟ୍  କରାଯିବା ସହ ଠକେଇଠାରୁ ନିରାପଦରେ ରଖାଯିବ, ତାହା ବଡ଼ କଥା ବୋଲି କହିଛନ୍ତି ବମ୍ବେ ଲ ଚାମ୍ବର୍ସର ପାର୍ଟନର ସୌମ୍ୟ ରାମକୃଷ୍ଣନ ।

EPFOରେ ପ୍ରମୁଖ ପରିବର୍ତ୍ତନ

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟରେ ସରକାର ପିଏଫ୍ କ୍ଲେମ୍ ପାଇଁ ଅଟୋ-ସେଟଲମେଣ୍ଟ ସୀମାକୁ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। 
ଏହା ସହିତ ସଦସ୍ୟମାନେ ଏକାଧିକ ଡକ୍ୟୁମେଣ୍ଟ ଉପରେ ନିର୍ଭର କରିବା ପରିବର୍ତ୍ତେ ସେମାନଙ୍କର ପରିଚୟ ଯାଞ୍ଚ କରିବା ପାଇଁ UMANG ଆପ୍ ମାଧ୍ୟମରେ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି (FAT) ବ୍ୟବହାର କରିପାରିବେ। 
ଏହି ଅପଗ୍ରେଡ୍ ଦ୍ଵାରା UAN ଆକ୍ଟିଭେସନ ଦ୍ରୁତ ଏବଂ ସରଳ ହେବ । PF ପାସବୁକ୍ ଅନଲାଇନରେ ସହଜରେ ଉପଲବ୍ଧ ହେବ ଏବଂ ଆଧାର-ଲିଙ୍କ୍ ହୋଇଥିବା ବିବରଣୀର ଶୀଘ୍ର ସଂଶୋଧନ ହୋଇପାରିବ ବୋଲି ଆଶା କରାଯାଉଛି।

ଆପଣଙ୍କୁ କିପରି ପ୍ରଭାବିତ କରିବ

RedoQର ସିଇଓ ଦୀପଲ ଦତ୍ତଙ୍କ ଅନୁସାରେ, EPFO 3.0 ଭାରତର ଆର୍ଥିକ ଇକୋସିଷ୍ଟମର ଡିଜିଟାଇଜେସନରେ ଏକ ପ୍ରମୁଖ ସଫଳତା। 
ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ସଞ୍ଚୟ ପ୍ରାୟତଃ ସେମାନଙ୍କର ସବୁଠାରୁ ବଡ଼ ଆର୍ଥିକ ସମ୍ପତ୍ତି । UPI ଏବଂ EPF-ସଂଲଗ୍ନ ATM ମାଧ୍ୟମରେ ତୁରନ୍ତ ଉଠାଣ ହେବା ଦ୍ୱାରା ଭାରତର ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିର ସୁବିଧା ଏବଂ ଦକ୍ଷତା ଅବସରକାଳୀନ ସଞ୍ଚୟରେ ମଧ୍ୟ ଆସିବାକୁ ଯାଉଛି ।

ଏହି ପଦକ୍ଷେପ ବ୍ୟବହାରକାରୀମାନଙ୍କୁ ସେମାନଙ୍କ ଟଙ୍କା ଉପରେ ଅଧିକ ନିୟନ୍ତ୍ରଣ ସହିତ ସଶକ୍ତ କରିବ । ବିଶେଷକରି ଜରୁରୀକାଳୀନ ସମୟରେ ଏବଂ EPF କୁ ଉତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଦୀର୍ଘକାଳୀନ ସଞ୍ଚୟ ଶୃଙ୍ଖଳାକୁ ମଧ୍ୟ ଏହା ବଜାୟ ରଖିବ ବୋଲି ସେ କହିଛନ୍ତି।