EPFO : ଇପିଏଫ୍‌ ବେତନ ସୀମା ୨୫ ହଜାରକୁ ବୃଦ୍ଧି! ଖୁବଶୀଘ୍ର କ୍ୟାବିନେଟ୍‌ ଅନୁମୋଦନ

Aug 03, 2026 - 21:34
EPFO : ଇପିଏଫ୍‌ ବେତନ ସୀମା ୨୫ ହଜାରକୁ ବୃଦ୍ଧି! ଖୁବଶୀଘ୍ର କ୍ୟାବିନେଟ୍‌ ଅନୁମୋଦନ

"ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌ଓ) ପାଇଁ ବେତନ ସୀମାକୁ ବର୍ତ୍ତମାନର ମାସିକ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଥିବା ଚର୍ଚ୍ଚା ହେଉଛି।

ଖୁବ୍‌ଶୀଘ୍ର ସେହି ପ୍ରସ୍ତାବକୁ ଅନୁମୋଦନ ପାଇଁ କ୍ୟାବିନେଟ୍‌ କମିଟି ବୈଠକରେ ଉପସ୍ଥାପନ କରାଯିବ।

ତାହା ମଞ୍ଜୁର ହେଲେ ସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଉପକୃତ ହେବେ।

ବେତନ ବୃଦ୍ଧିର ସଂଶୋଧିତ ସୀମା ୨୦୨୭ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।Advertisment ଆହୁରି ପଢନ୍ତୁ :CJP: ବୁଧବାର ସିଜେପିର ପ୍ରଥମ କୋର୍‌ କମିଟି ବୈଠକ ଶେଷ ଥର ପାଇଁ ୨୦୧୪ ସେପ୍ଟେମ୍ବରରେ ବେତନ ସୀମା ସଂଶୋଧିତ ହୋଇଥିଲା।

ସେତେବେଳେ ଏହାକୁ ୬୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ କରାଯାଇଥିଲା।

ବର୍ତ୍ତମାନ ମାସିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ମୂଳ ଦରମା (ବେସିକ୍‌ ସାଲାରି) ପାଉଥିବା କର୍ମଚାରୀମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଓ କର୍ମଚାରୀ ପେନ୍‌ସନ ଯୋଜନା (ଇପିଏସ୍‌)ରେ ସାମିଲ ହୋଇଛନ୍ତି।

ଯେଉଁମାନେ ଏହି ସୀମାଠାରୁ ଅଧିକ ଦରମା ପାଉଛନ୍ତି ସେମାନେ ଏହି ସ୍କିମରେ ଯୋଗଦେବେ ନା ନାହିଁ ତାହା ଚୟନ କରିପାରିବେ ଓ ନିଯୁକ୍ତିଦାତାମାନେ ଆଇନଗତ ଭାବରେ ସେମାନଙ୍କୁ ପଞ୍ଜୀକରଣ କରିବାକୁ ବାଧ୍ୟ ନୁହଁନ୍ତି।

ଆହୁରି ପଢନ୍ତୁ :Youth Congress protests: ଇ୨୦ ପେଟ୍ରୋଲ ବିରୋଧରେ ନାଗପୁରରେ ଯୁବ କଂଗ୍ରେସର ବିକ୍ଷୋଭ ଯଦି ନୂତନ ପ୍ରସ୍ତାବକୁ ଅନୁମୋଦନ କରାଯାଏ ତେବେ ମାସିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂଳ ଦରମା ପାଉଥିବା କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ସାମିଲ କରାଯିବ।

ଏହାର ଅର୍ଥ ହେଉଛି ଯେଉଁ କର୍ମଚାରୀମାନଙ୍କର ଦରମା ୧୫,୦୦୦ ରୁ ୨୫,୦୦୦ ଟଙ୍କା ମଧ୍ୟରେ ଥିଲା ଏବଂ ଯେଉଁମାନେ ପୂର୍ବରୁ ବାଧ୍ୟତାମୂଳକ ଢାଞ୍ଚା ବାହାରେ ଥିଲେ ସେମାନଙ୍କୁ ମଧ୍ୟ ଇପିଏଫ୍‌ ଓ ଇପିଏସ୍‌ ଅଧୀନରେ ପଞ୍ଜିକୃତ ହେବାକୁ ପଡିବ।

ଏହି ପଦକ୍ଷେପ ଦ୍ୱାରା ସଂଗଠିତ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଏକ ବୃହତ ଅଂଶକୁ ଅବସରକାଳୀନ ସଞ୍ଚୟ ଓ ପେନସନ ଲାଭ ଅଧୀନକୁ ଅଣାଯାଇପାରିବ।

ତେବେ ଏହା ନିଯୁକ୍ତିଦାତାମାନଙ୍କ ପାଇଁ ଅନୁପାଳନ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରିବ।

କାରଣ କମ୍ପାନିଗୁଡ଼ିକୁ ସେମାନଙ୍କ ପେ-ରୋଲ୍‌ରେ ଅଧିକ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଭବିଷ୍ୟନିଧି ପାଣ୍ଠି ଓ ପେନସନ ଅବଦାନ ଦେବାକୁ ପଡିବ।

ବେତନ ସୀମାକୁ ୨୫ ହଜାର ଟଙ୍କା କରିବା ପୂର୍ବରୁ ତାହାକୁ ୩୦ ହଜାର ଟଙ୍କା କରାଯାଇପାରିବ ନା ନାହିଁ ତାହା ଉପରେ ସରକାର ଗମ୍ଭୀରତାର ସହ ବିଚାର କରିଥିଲେ।

ଶେଷରେ ୨୫ ହଜାର ଟଙ୍କା କରିବାକୁ ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି।

ଆହୁରି ପଢନ୍ତୁ :Pakistan Army spokesperson: କାଫେରଙ୍କ ସହ ବନ୍ଧୁତା କରନାହିଁ": ପାକ୍‌ ସେନା ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟ ବର୍ତ୍ତମାନର ଢାଞ୍ଚା ଅନୁଯାୟୀ ନିଯୁକ୍ତିଦାତାମାନେ କର୍ମଚାରୀଙ୍କ ମୂଳ ଦରମାର ୮.୩୩% ପେନସନ ପାଣ୍ଠିକୁ ଯୋଗଦାନ ଦେଇଥାନ୍ତି ଓ ସରକାର ୧.୧୬% ଯୋଗଦାନ ଦେଉଛନ୍ତି।

କେନ୍ଦ୍ର ବଜେଟରେ ୨୦୧୬-୨୭ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ପେନସନ ଯୋଜନା ପାଇଁ ୧୧,୧୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେଲେ ସରକାରଙ୍କ ଖର୍ଚ୍ଚ ମଧ୍ୟ ସେହି ଅନୁସାରେ ବଢ଼ିବ।

ବାଧ୍ୟତାମୂଳକ ଇପିଏଫ୍‌ ଓ ଇପିଏସ୍‌ ବ୍ୟବସ୍ଥା କେବଳ ୨୦ କିମ୍ବା ତା"ଠାରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ।

ଛୋଟ ସଂସ୍ଥାଗୁଡ଼ିକ ସ୍ୱେଚ୍ଛାକୃତ ଭାବରେ ପଞ୍ଜୀକରଣ କରିପାରିବେ, କିନ୍ତୁ ଏପରି କରିବାକୁ ସେମାନେ ବାଧ୍ୟକ ନୁହେଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।