Environmental: ପରିବେଶ ସୁରକ୍ଷାରେ ସରୋଜ
"ସବୁଜ ପୃଥିବୀର ସ୍ୱପ୍ନ ଯେତେବେଳେ ଜଣେ ଶିକ୍ଷକଙ୍କ ହୃଦୟରେ ଜନ୍ମ ନିଏ, ସେହି ସ୍ୱପ୍ନ ଧୀରେଧୀରେ ସମାଜକୁ ମଧ୍ୟ ପରିବର୍ତ୍ତନ କରିଦିଏ।
ଭଦ୍ରକ ଜିଲ୍ଲାର ନରେନ୍ଦ୍ରପୁର ଗ୍ରାମର ସରୋଜ କୁମାର ଓଝା ଜଣେ ଶିକ୍ଷକ ଓ ପରିବେଶ ସେବକ।
ପରିବେଶ ପ୍ରତି ତାଙ୍କର ଭଲପାଇବା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇଛି।
ସରୋଜ ଭଦ୍ରକର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟେର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ।
ସେ ଶିକ୍ଷକତା ସହ ପରିବେଶ ସୁରକ୍ଷା ଓ ସଂରକ୍ଷଣ କାମକୁ ମଧ୍ୟ ବେଶ୍ ଗୁରୁତ୍ବ ଦେଇଆସିଛନ୍ତି।
୨୦୧୭ ମସିହାରୁ ସେ ନିଜର ସ୍ବେଚ୍ଛାସେବୀ ଯାତ୍ରା ଆରମ୍ଭ କରି ପରିବେଶ ସୁରକ୍ଷା ପାଇଁ ଅନବରତ କାମ କରୁଛନ୍ତି।
ସେ ନିଜ ବିଦ୍ୟାଳୟ ସହିତ ଅନ୍ୟ ବିଦ୍ୟାଳୟମାନଙ୍କରେ ମଧ୍ୟ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛନ୍ତି।
ସେମାନଙ୍କୁ ପରିବେଶ ସୁରକ୍ଷାର ମହତ୍ତ୍ୱ ବୁଝାଇବା ସହିତ ସେ ନିଜେ ବୃକ୍ଷ ନେଇ ବିଦ୍ୟାଳୟ ପରିସରରେ ରୋପଣ କରନ୍ତି ଏବଂ ତାହାର ଯତ୍ନ କିପରି ନିଆଯିବ, ସେ ବିଷୟରେ ମଧ୍ୟ ଶିକ୍ଷା ଦେଇଥାନ୍ତି।Advertisment Massive Fire: ମାର୍କେଟ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୦ରୁ ଅଧିକ ଦୋକାନ ଏହାସହ ସେ ପିଲାମାନଙ୍କୁ ନେଇ ପରିବେଶ ସଚେତନତା ଶୋଭାଯାତ୍ରା, ପରିବେଶ ସମ୍ପର୍କିତ ପ୍ରତିଯୋଗିତା ଆୟୋଜନ କରନ୍ତି ଏବଂ ପ୍ରତିବର୍ଷ ସରକାରଙ୍କ ସହଯୋଗରେ ବିଦ୍ୟାଳୟରେ ସ୍ବଚ୍ଛତା ପକ୍ଷ ପାଳନ କରି ୧୫ ଦିନ ଧରି ବିଭିନ୍ନ ପରିବେଶମୂଳକ କାର୍ଯ୍ୟକ୍ରମ କରିଥାନ୍ତି।
ଏହି ସମୟରେ ବୃକ୍ଷରୋପଣ, ବର୍ଷାଜଳ ସଞ୍ଚୟ ପ୍ରକଳ୍ପ, ପରିବେଶ ରାଲି, ହାତ ଧୋଇବା ଅଭ୍ୟାସ, ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ ଭଳି କାର୍ଯ୍ୟକଳାପ କରାଯାଏ।
ସେ ଛାତ୍ରଛାତ୍ରୀମାନଙ୍କୁ ପାନୀୟ ଜଳର ଉଚିତ ବ୍ୟବହାର ଏବଂ ସଞ୍ଚୟ ସମ୍ପର୍କରେ ମଧ୍ୟ ଶିକ୍ଷା ଦେଇଥାନ୍ତି।
ଏହାସହ ସୁସ୍ଥ ଜୀବନ ଅଭ୍ୟାସ ଭାବେ ହାତ ଧୋଇବା ଓ ସଫାସୁତରା ରହିବାର ଗୁରୁତ୍ୱ ସମ୍ପର୍କରେ ସଚେତନ କରନ୍ତି।
Bhubaneswar: ବୁଡ଼ିବାକୁ ବସିଛି ଭୁବନର କଂସା ପିତ୍ତଳ ଶିଳ୍ପ ଏପର୍ଯ୍ୟନ୍ତ ସେ ୨୦ ହଜାରରୁ ଅଧିକ ଗଛ ରୋପଣ କରିଛନ୍ତି।
ତାଙ୍କ କାର୍ଯ୍ୟ ପାଇଁ ସେ ୨୦୨୦ରେ "ପ୍ରକୃତି ବନ୍ଧୁ" ଓ ୨୦୨୪ରେ "ବେଷ୍ଟ ଏନଭାଇରନ୍ମେଣ୍ଟାଲ୍ ହିରୋ" ସମ୍ମାନ ପାଇଥିଲେ।
ଏଥିସହ କାର୍ଯ୍ୟରତ ଥିବା ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିବେଶ ସୁରକ୍ଷା ଓ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଗତ ବର୍ଷ ତାଙ୍କ ଅନୁଷ୍ଠାନକୁ "ପ୍ରକୃତି ମିତ୍ର" ସମ୍ମାନ ପ୍ରଦାନ କରାଯାଇଥିଲା।
ସରୋଜଙ୍କ ଲକ୍ଷ୍ୟ ହେଉଛି ଆଗାମୀ ପିଢ଼ିକୁ ପରିବେଶ ପ୍ରତି ଦାୟିତ୍ୱଶୀଳ କରି ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବା।"