Kaviya Maran Marriage: ବାଜିବ ସାହାନାଇ, ହେବ ବିବାହ; ବଧୂ ସାଜିବେ କାବ୍ୟା ମାରନ

ନୂଆଦିଲ୍ଲୀ: ଆଇପିଏଲ୍ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କାଭ୍ୟା ମାରନ ଏବେ ଚର୍ଚ୍ଚାରେ। ଚଳିତ ଆଇପିଏଲ ସମୟରେ ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଦଳର ବିଜୟରେ ତାଙ୍କ ଉତ୍ସାହ ଓ ପରାଜୟରେ ତାଙ୍କ ଭାବପ୍ରବଣଭରା ପ୍ରତିକ୍ରିୟା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ତେବେ ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ହଠାତ ତାଙ୍କ ବିବାହକୁ ନେଇ କାହିଁକି ଏତେ ଚର୍ଚ୍ଚା ହେଉଛି ଏବଂ ସେ କାହାକୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା